Advertisment

ଶେଷରେ ନିଲାମ ହେଲେ ହରଭଜନ ଓ କେଦାର ଯାଦବ

ଚେନ୍ନାଇ: ଚଳିତ ଆଇପିଏଲ୍ ଅକ୍ସନର ପ୍ରଥମ ପର୍ଯ୍ୟାୟରେ ଅଲୋଡ଼ା ରହିଥିବା ଭାରତର ଦୁଇ ଭେଟେରାନ୍ କ୍ରିକେଟର୍ ହରଭଜନ ସିଂହ ଓ କେଦାର ଯାଦବଙ୍କୁ ଶେଷରେ କ୍ରେତା ମିଳିଛନ୍ତି। ହରଭଜନ ସିଂହଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ କେଦାର ଯାଦବଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍) ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଛି। ୪୦ ବର୍ଷୀୟ ହରଭଜନ ଏବେବି ୱିକେଟ୍ ନେବା ପାଇଁ ଭୋକିଲା ଅଛନ୍ତି। କିନ୍ତୁ ପ୍ରଥମ […]

ଅଦ୍ୟତନ ହୋଇଛି
ଶେଷରେ ନିଲାମ ହେଲେ ହରଭଜନ ଓ କେଦାର ଯାଦବ

bhaji

Advertisment

ଚେନ୍ନାଇ: ଚଳିତ ଆଇପିଏଲ୍ ଅକ୍ସନର ପ୍ରଥମ ପର୍ଯ୍ୟାୟରେ ଅଲୋଡ଼ା ରହିଥିବା ଭାରତର ଦୁଇ ଭେଟେରାନ୍ କ୍ରିକେଟର୍ ହରଭଜନ ସିଂହ ଓ କେଦାର ଯାଦବଙ୍କୁ ଶେଷରେ କ୍ରେତା ମିଳିଛନ୍ତି। ହରଭଜନ ସିଂହଙ୍କୁ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ କେଦାର ଯାଦବଙ୍କୁ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍) ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଛି।

Advertisment

୪୦ ବର୍ଷୀୟ ହରଭଜନ ଏବେବି ୱିକେଟ୍ ନେବା ପାଇଁ ଭୋକିଲା ଅଛନ୍ତି। କିନ୍ତୁ ପ୍ରଥମ ପର୍ଯ୍ୟାୟରେ କୌଣସି ଫ୍ରାଞ୍ଚାଇଜି ତାଙ୍କ ପ୍ରତି ଆଗ୍ରହ ଦେଖାଇ ନଥିଲେ। ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ କେକେଆର୍ କିଣିଛି। ଆଇପିଏଲରେ ହରଭଜନ ପ୍ରଥମ ୧୦ଟି ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। କିନ୍ତୁ ଶେଷ ତିନୋଟି ସଂସ୍କରଣରେ ସେ ଚେନ୍ନାଇ ଟିମରେ ଥିଲେ। ହେଲେ ଗତ ସଂସ୍କରଣରେ ହରଭଜନ ଖେଳିନଥିଲେ। ଯେଉଁ କାରଣରୁ ଚଳିତ ସଂସ୍କରଣ ପାଇଁ ତାଙ୍କୁ ଚେନ୍ନାଇ ଟିମ୍ ରିଲିଜ୍ କରିଥିଲା।

ଅନ୍ୟପକ୍ଷରେ ୨୦୨୦ ସଂସ୍କରଣରେ ଖରାପ ପ୍ରଦର୍ଶନ କାରଣରୁ କେଦାର ଯାଦବଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ରିଲିଜ୍ କରିଥିଲା। ସେ ମଧ୍ୟ ଅକ୍ସନର ପ୍ରଥମ ପର୍ଯ୍ୟାୟରେ ଅଲୋଡ଼ା ରହିଥିଲେ। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ହାଇଦ୍ରାବାଦ କିଣିଥିଲା।

Advertisment
IPL Auction 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe