Advertisment

ଅବସର ପରେ ରାଜନୀତିରେ ପାଦ ଦେବେ କି ଭଜି?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅବସର ପରେ ଭଜି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ରହିଛି। ଏବେ ଖୋଦ୍ ହରଭଜନ ଏହାର ଜବାବ ଦେଇଛନ୍ତି। ହରଭଜନ ରାଜନୀତିକୁ ଆସିବା ବିରୋଧରେ ନାହାନ୍ତି, କିନ୍ତୁ ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରିବେ ବୋଲି କହିଛନ୍ତି। ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଓ ହରଭଜନ ସିଂହଙ୍କର […]

ଅଦ୍ୟତନ ହୋଇଛି
ଅବସର ପରେ ରାଜନୀତିରେ ପାଦ ଦେବେ କି ଭଜି?

Harbhajan Singh

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅବସର ପରେ ଭଜି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ରହିଛି। ଏବେ ଖୋଦ୍ ହରଭଜନ ଏହାର ଜବାବ ଦେଇଛନ୍ତି। ହରଭଜନ ରାଜନୀତିକୁ ଆସିବା ବିରୋଧରେ ନାହାନ୍ତି, କିନ୍ତୁ ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରିବେ ବୋଲି କହିଛନ୍ତି।

Advertisment

ନିକଟରେ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁ ଓ ହରଭଜନ ସିଂହଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଫଟୋକୁ ସିଦ୍ଧୁ ତାଙ୍କର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଫଟୋକୁ ନେଇ ଭଜିଙ୍କ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ରାଜନୀତିକୁ ଆସିବା ନେଇ ହରଭଜନ ଏଯାଏ କିଛି ନିଷ୍ପତ୍ତି ନେଇନାହାନ୍ତି। ହରଭଜନ କହିଛନ୍ତି, ଆଗକୁ କ’ଣ ହେବ ମୁଁ ଜାଣିନାହିଁ। ମୁଁ କେଉଁ ଦିଶାରେ ଆଗକୁ ଯିବାକୁ ଚାହୁଁଛି, ତାହା ଜାଣିବା ପାଇଁ ଦୁଇ-ତିନି ଦିନ ଦରକାର। ହଁ ମୁଁ ସମାଜକୁ ଫେରିବାକୁ ଚାହେଁ। ଯଦି ମୁଁ ରାଜନୀତିରେ ଯୋଗ ଦେଲି, ତାହେଲେ ଲୋକଙ୍କର ସେବା କରିବା ମୋର ମୂଳ ଲକ୍ଷ୍ୟ ହେବ। ଆଉ ଏହା ଉପରେ ଫୋକସ୍ କରିବା ନିହାତି ଜରୁରୀ।

Advertisment

ହରଭଜନ ଆହୁରି କହିଛନ୍ତି, ରାଜନୀତିରେ ପାଦ ଦିଏ କି ନଦିଏ, କ୍ରିକେଟ୍ ସହିତ ସର୍ବଦା ଜଡ଼ିତ ହୋଇ ରହିଛି। ମୁଁ ଆଇପିଏଲ୍ ଟିମକୁ କୋଚିଂ ଦେଇପାରିବି। ଟିମର ମେଣ୍ଟର ହୋଇପାରିବି କିମ୍ବା କିଛି ଭେଟେରାନ୍ କ୍ରିକେଟ୍ ଖେଳିପାରିବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe