Advertisment

ହରଭଜନଙ୍କ ସହିତ କାହିଁକି କଥା ହୁଅନ୍ତି ନାହିଁ ଧୋନି?

ଏକ ସାକ୍ଷାତକାରରେ ହରଭଜନ ସିଂହ କହିଛନ୍ତି ଯେ ପ୍ରାୟ ୧୦ ବର୍ଷ ହେଲାଣି ଧୋନିଙ୍କ ସହିତ ତାଙ୍କର ଭଲରେ କଥାବାର୍ତ୍ତା ହୋଇନାହିଁ।

Dhoni And Harbhajan

Dhoni And Harbhajan

Advertisment

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ପୂର୍ବତନ ସ୍ପିନର ହରଭଜନ ସିଂହଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ। ଏ କଥା ବେଶ୍ କିଛି ବର୍ଷ ହେବ ଆଲୋଚନା ହୋଇ ଆସୁଥିବା ବେଳେ ଏବେ ଏକ ସାକ୍ଷାତକାରରେ ଏହା ସତ୍ୟ ବୋଲି କହିଛନ୍ତି ହରଭଜନ ସିଂହ।

Advertisment

ସେ କହିଛନ୍ତି ଯେ ପ୍ରାୟ ୧୦ ବର୍ଷ ହେଲାଣି ଧୋନିଙ୍କ ସହିତ ତାଙ୍କର ଭଲରେ କଥାବାର୍ତ୍ତା ହୋଇନାହିଁ। ଯଦିଓ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଉଭୟ ଚେନ୍ନାଇ ସୁପର କିଙ୍ଗସ ତରଫରୁ ଆଇପିଏଲ୍‌ ଖେଳୁଥିଲେ, ତଥାପି ସେମାନଙ୍କ କଥାବାର୍ତ୍ତା କେବଳ ଖେଳ ପଡ଼ିଆରେ ସୀମିତ ଥିଲା।

ହରଭଜନ କହିଛନ୍ତି, ମୁଁ ଧୋନିଙ୍କ ସହିତ କଥା ହୁଏ ନାହିଁ। ଯେତେବେଳେ ମୁଁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲି,ସେତେବେଳେ ମଧ୍ୟ ଆମେ କଥା ହେଉ ନଥିଲୁ। ପ୍ରାୟ ୧୦ ବର୍ଷ ହେଲାଣି ଆମେ କଥାବାର୍ତ୍ତା ହେଉ ନାହୁଁ। ମୋ ପକ୍ଷରୁ କିଛି ଅସୁବିଧା ନାହିଁ। ବୋଧେହୁଏ ତାଙ୍କର କିଛି ସମସ୍ୟା ଅଛି। ମୁଁ ଜାଣିନି କାରଣ କ’ଣ। ଯେତେବେଳେ ଆମେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲୁ ସେତେବେଳେ ଆମ ମଧ୍ୟରେ କଥାବାର୍ତ୍ତା କେବଳ ପଡ଼ିଆରେ ସୀମିତ ଥିଲା। ଖେଳ ପରେ ସେ ମୋ ରୁମ୍‌କୁ ଆସୁ ନଥିଲେ କି ମୁଁ ବି ତାଙ୍କ ରୁମ୍‌କୁ ଯାଉ ନଥିଲି।

Advertisment

ଭାରତ ପାଇଁ ୧୦୩ଟି ଟେଷ୍ଟ ଓ ୨୩୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ସ୍ପିନର ହରଭଜନ ସିଂହ କହିଛନ୍ତି, ମୋର ତାଙ୍କ ବିପକ୍ଷରେ କିଛି କହିବାର ନାହିଁ। ଯଦି ତାଙ୍କର କିଛି କହିବାର ଅଛି, ସେ ମୋତେ କହିପାରିବେ। ମୁଁ ତାଙ୍କୁ କେବେ ଫୋନ୍ କରି ନାହିଁ। ମୁଁ କେବଳ ସେମାନଙ୍କୁ ଫୋନ୍ କରେ,ଯେଉଁମାନେ ମୋ ଫୋନ୍ ଉଠାନ୍ତି। ନହେଲେ ମୋ ପାଖରେ ସମୟ ନାହିଁ। ଯେଉଁମାନେ ମୋ ବନ୍ଧୁ, ମୁଁ ସେମାନଙ୍କ ସହିତ ସଂପର୍କରେ ରହେ। ଯଦି ମୁଁ ଆପଣଙ୍କୁ ସମ୍ମାନ କରେ, ତା’ହେଲେ ମୁଁ ଆଶା କରିବି ଯେ ଆପଣ ମଧ୍ୟ ମୋତେ ସମ୍ମାନ ଦେବେ। ଯଦି ମୁଁ ଆପଣଙ୍କୁ ଥରେ କିମ୍ବା ଦୁଇ ଥର ଫୋନ୍ କରିବି, କିନ୍ତୁ ଆପଣ ଉଠାଇବେ ନାହିଁ, ତା’ହେଲେ ଯେତିକି ଆବଶ୍ୟକ ମୁଁ ଆପଣଙ୍କୁ ସେତିକି ସମ୍ମାନ ଦେବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe