Advertisment

ଶୀଘ୍ର ବଡ଼ ଘୋଷଣା କରିବେ ହରଭଜନ ସିଂହ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ସ୍ପିନର ହରଭଜନ ସିଂହ ଶୀଘ୍ର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିପାରନ୍ତି। ହରଭଜନ ଆସନ୍ତା ବର୍ଷ ଆଇପିଏଲର ଏକ ବଡ଼ ଫ୍ରାଞ୍ଚାଇଜିର ସହକାରୀ ଷ୍ଟାଫର ପ୍ରମୁଖ ସଦସ୍ୟ ଭାବେ ନଜର୍ ଆସିପାରନ୍ତି। ନ୍ୟୁଜ୍ ଏଜେନ୍ସ ପିଟିଆଇ ମୁତାବକ ଆସନ୍ତା ସପ୍ତାହରେ ହରଭଜନ ଆନୁଷ୍ଠାନିକ ଭାବେ ସନ୍ନ୍ୟାସ ଘୋଷଣା କରିପାରନ୍ତି। ହରଭଜନ ଆଇପିଏଲର ୧୪ଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ କିଛି ମ୍ୟାଚ୍ ଖେଳିଥିଲେ, କିନ୍ତୁ ୟୁଏଇ ପର୍ଯ୍ୟାୟରେ ଗୋଟିଏ […]

ଶୀଘ୍ର ବଡ଼ ଘୋଷଣା କରିବେ ହରଭଜନ ସିଂହ

harbhajan-singh

Advertisment

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ସ୍ପିନର ହରଭଜନ ସିଂହ ଶୀଘ୍ର କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିପାରନ୍ତି। ହରଭଜନ ଆସନ୍ତା ବର୍ଷ ଆଇପିଏଲର ଏକ ବଡ଼ ଫ୍ରାଞ୍ଚାଇଜିର ସହକାରୀ ଷ୍ଟାଫର ପ୍ରମୁଖ ସଦସ୍ୟ ଭାବେ ନଜର୍ ଆସିପାରନ୍ତି। ନ୍ୟୁଜ୍ ଏଜେନ୍ସ ପିଟିଆଇ ମୁତାବକ ଆସନ୍ତା ସପ୍ତାହରେ ହରଭଜନ ଆନୁଷ୍ଠାନିକ ଭାବେ ସନ୍ନ୍ୟାସ ଘୋଷଣା କରିପାରନ୍ତି। ହରଭଜନ ଆଇପିଏଲର ୧୪ଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ କିଛି ମ୍ୟାଚ୍ ଖେଳିଥିଲେ, କିନ୍ତୁ ୟୁଏଇ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍ ଖେଳିଥିଲେ।

Advertisment

ଆଗାମୀ ଆଇପିଏଲରେ ହରଭଜନ ପରାମର୍ଶଦାତା କିମ୍ବା ମାର୍ଗଦର୍ଶକ ଭୂମିକା ତୁଲାଇ ପାରନ୍ତି। ଏହାସହ ଆଇପିଏଲର ମେଗା ଅକ୍ସନରେ ଟିମ୍ ପାଇଁ ବଡ଼ ଭୂମିକା ବହନ କରିପାରନ୍ତି। ଗତ ବର୍ଷ କେକେଆର୍ ଫ୍ରାଞ୍ଚାଇଜିରେ ସାମିଲ୍ ହୋଇଥିବା ହରଭଜନ ବରୁଣ ଚକ୍ରବର୍ତ୍ତୀଙ୍କୁ ଗାଇଡ୍ କରିବାରେ ଅଧିକ ସମୟ ବିତାଇଥିଲେ।

ଆଇପିଏଲରେ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଛନ୍ତି। ଏଥିମଧ୍ୟରୁ ମୁମ୍ବାଇ ଓ ଚେନ୍ନାଇ ପକ୍ଷରୁ ଖେଳି ସେ ଟାଇଟଲ୍ ମଧ୍ୟ ଜିତିଥିଲେ। ତାଙ୍କ ଉପସ୍ଥିତିରେ କେକେଆର୍ ପାଖରେ ୨୦୨୧ ସଂସ୍କରଣରେ ଟ୍ରଫି ଜିତିବାର ସୁଯୋଗ ଥିଲା, କିନ୍ତୁ ଟିମ୍ ଫାଇନାଲରେ ହାରିଯାଇଥିଲା। ସେ ଆଇପିଏଲରେ ୧୬୩ ମ୍ୟାଚ୍ ଖେଳି ୧୫୦ ୱିକେଟ୍ ନେଇଛନ୍ତି।

Advertisment

ହରଭଜନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ପୂର୍ବତନ କ୍ୟାପଟେନ୍ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ବଡ଼ ଭୂମିକା ରହିଥିଲା। ୨୦୦୧ରେ କୋଲାକାତାର ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ମ୍ୟାଚରେ ହରଭଜନ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ଏହା ପରେ ଗାଙ୍ଗୁଲି ତାଙ୍କୁ ନିୟମିତ ସୁଯୋଗ ଦେଇଥିଲେ। ଅନୀଲ କୁମ୍ବଲେଙ୍କ ପରେ ହରଭଜନ ଭାରତର ଦ୍ୱିତୀୟ ସ୍ପିନର ଭାବେ ୪୦୦ରୁ ଅଧିକ ୱିକେଟ୍ ନେଇଥିଲେ। ତେବେ ଭଜିଙ୍କ ଏହି ରେକର୍ଡକୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାଙ୍ଗି ଦେଇଛନ୍ତି।

ହରଭଜନ ଭାରତର ଅନ୍ୟତମ ଶ୍ରେଷ୍ଠ ବୋଲର୍, ଯିଏ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟୁ ଆନୁଷ୍ଠାନିକ ଭାବେ ସନ୍ନ୍ୟାସ ନେଇନାହାନ୍ତି। ହରଭଜନ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ, ଯାହା ଏକ ଟି-୨୦ ମ୍ୟାଚ୍ ଥିଲା। ହରଭଜନ ଭାରତ ପକ୍ଷରୁ ୧୦୩ ଟେଷ୍ଟ ଖେଳି ୪୧୭ ୱିକେଟ୍, ୨୩୬ ଦିନିକିଆରେ ୨୬୯ ୱିକେଟ୍ ଏବଂ ୨୮ ଟି-୨୦ ମ୍ୟାଚ୍ ଖେଳି ୨୫ ୱିକେଟ୍ ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe