Advertisment

ଧୋନିଙ୍କୁ ନେଇ ଅସୁବିଧା ନାହିଁ, ସରକାରଙ୍କ ଉପରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂହ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ସହ ନିଜ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ହରଭଜନ କହିଛନ୍ତି ଯେ ଧୋନିଙ୍କୁ ନେଇ ତାଙ୍କର କୌଣସି ସମସ୍ୟା ନାହିଁ। ଅନ୍ୟପଟେ ହରଭଜନ ସରକାର ଅର୍ଥାତ୍ ବିସିସିଆଇ ଉପରେ ଖୁବ୍ ବର୍ଷିଛନ୍ତି। ୪୧ ବର୍ଷୀୟ ଭଜି ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ହରଭଜନ ଭାରତ ପକ୍ଷରୁ ନିଜର […]

ଧୋନିଙ୍କୁ ନେଇ ଅସୁବିଧା ନାହିଁ, ସରକାରଙ୍କ ଉପରେ ବର୍ଷିଲେ ହରଭଜନ

harbhajan-singh

Advertisment

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂହ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ସହ ନିଜ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି। ହରଭଜନ କହିଛନ୍ତି ଯେ ଧୋନିଙ୍କୁ ନେଇ ତାଙ୍କର କୌଣସି ସମସ୍ୟା ନାହିଁ। ଅନ୍ୟପଟେ ହରଭଜନ ସରକାର ଅର୍ଥାତ୍ ବିସିସିଆଇ ଉପରେ ଖୁବ୍ ବର୍ଷିଛନ୍ତି। ୪୧ ବର୍ଷୀୟ ଭଜି ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ହରଭଜନ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୬ରେ ଖେଳିଥିଲେ।

Advertisment

ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ରହିଥିବା ହରଭଜନଙ୍କ କହିବା ଅନୁଯାୟୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ତାଙ୍କୁ ସମର୍ଥନ ମିଳିନଥିଲା, ଯେଉଁ କାରଣରୁ ତାଙ୍କ କ୍ୟାରିୟରର ପତନ ହୋଇଥିଲା। ଭଜି କହିଛନ୍ତି ଯେ ସେ ସେତେବେଳେ ଭଲ ଟଚରେ ଥିଲେ ଏବଂ ଭଲ ଲୟରେ ବୋଲିଂ କରୁଥିଲେ। କିନ୍ତୁ କାହିଁକି ତାଙ୍କୁ ଦଳକୁ ବାଦ୍ ଦିଆଗଲା ତାହା ସେ ଜାଣନ୍ତି ବୋଲି ଭଜି କହିଛନ୍ତି।

ଧୋନିଙ୍କୁ ନେଇ ହରଭଜନ କହିଛନ୍ତି, ଧୋନିଙ୍କୁ ନେଇ ମୋର କୌଣସି ଅଭିଯୋଗ ନାହିଁ। ଆମେ ଦୁହେଁ ଭଲ ବନ୍ଧୁ ରହିଆସିଛୁ। ହେଲେ ବିସିସିଆଇ ଉପରେ ମୋର ଅଭିଯୋଗ ରହିଛି, ଯାହାକୁ ମୁଁ ସେହି ସମୟରେ ସରକାର କହେ। ସେତେବେଳେ ଚୟନକର୍ତ୍ତା ନିଜ କାମ ସହ ଆଦୌ ନ୍ୟାୟ କରିନାହାନ୍ତି। ସେମାନେ ଟିମରେ ଏକତା କାଏମ୍ ରହିବାକୁ ଦେଇନଥିଲେ।

Advertisment

ହରଭଜନ କହିଛନ୍ତି, ଯେତେବେଳେ ପୁରୁଣା ଓ କିମ୍ବଦନ୍ତୀ ଖେଳାଳି ଟିମରେ ଥିଲେ ଏବଂ ଭଲ ପ୍ରଦର୍ଶନ କରୁଥିଲେ, ସେତେବେଳେ ଟିମକୁ ନୂଆ ଖେଳାଳି ଆଣିବାର ଆବଶ୍ୟକ କ’ଣ ଥିଲା? ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିକୁ ମୁଁ ବିରୋଧ ମଧ୍ୟ କରିଥିଲି। ଆଉ ମୋତେ ଜବାବ ମିଳିଥିଲା ଯେ ଆମ ହାତରେ କିଛି ନାହିଁ। ଜବାବରେ ମୁଁ କହିଥିଲି ଯେ ଆପଣ ତାହେଲେ ଚୟନକର୍ତ୍ତା କାହିଁଛି ଅଛନ୍ତି।

ଅବସର ପରେ ନିଜ ମନ୍ତବ୍ୟକୁ ନେଇ ହରଭଜନ କହିଛନ୍ତି, ୨୦୧୨ ପରେ ବହୁତ କିଛି ଭଲ ହୋଇପାରିଥାନ୍ତା। ମୋ ସହ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ, ଗୌତମ ଗମ୍ଭୀର ଭାରତ ପକ୍ଷରୁ ଖେଳି ଅବସର ନେଇପାରିଥାନ୍ତେ। କାରଣ ଆମେ ସମସ୍ତେ ଆଇପିଏଲରେ ସକ୍ରିୟ ଥିଲୁ। ୨୦୧୧ ବିଶ୍ୱକପର ବିଜେତା ଖେଳାଳି ପରବର୍ତ୍ତୀ ସମୟରେ କେବେବି ଏକାଠି ଖେଳାନାହାନ୍ତି। ସେମାନଙ୍କ ମଧ୍ୟରୁ କିଛି ଖେଳାଳି ୨୦୧୫ ବିଶ୍ୱକପରେ ଖେଳିଥିଲେ। ଏହାର କାରଣ କ’ଣ ଥାଇପାରେ ହରଭଜନ ପ୍ରଶ୍ନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe