Advertisment

ଇନଷ୍ଟାଗ୍ରାମରେ ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ନିୟୁତ ପାର କରିଛି। ସେ ବିଶ୍ୱର ଯୁବ କ୍ରିକେଟର ଭାବେ ଏପରି କୀର୍ତ୍ତିମାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହାର ଅର୍ଥ ହାର୍ଦ୍ଦିକଙ୍କ ପୂର୍ବରୁ ଏତେ କମ ବୟସରେ ବିଶ୍ୱର କୌଣସି କ୍ରିକେଟରଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ମିଲିୟନ ଛୁଇଁ ନଥିଲା।

Advertisment

ଭାରତୀୟ କ୍ରୀଡ଼ା ଓ ସୋଶାଲ ମିଡିଆରେ ହାର୍ଦ୍ଦିକ ବିଗତ କିଛି ବର୍ଷ ହେଲାଣି ଚାଇ ଯାଇଛନ୍ତି। ସମଗ୍ର ବିଶ୍ୱରେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା, ରାଫେଲ ନାଡାଲ, ରୋଜର ଫେଡେରର ଓ ଇରଲିଙ୍ଗ ହାଲାଣ୍ଡ ଭଳି ବିଶ୍ୱସ୍ତରୀୟ ଖେଳାଳିଙ୍କ ତୁଳନାରେ ହାର୍ଦ୍ଦିକଙ୍କ ଅନୁଗାମୀଙ୍କ ସଂଖ୍ୟା ଅଧିକ ରହିଛି।

ଆଜି ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨୫ ମିଲିୟନ ଛୁଇଁବାରୁ ହାର୍ଦ୍ଦିକ ଗୋଟିଏ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଓ ଭଲ ପାଇବା ଜଣାଇଛନ୍ତି। ବର୍ଷ ବର୍ଷ ଧରି ଫ୍ୟାନ୍ସ ଦେଉଥିବା ଭଲ ପାଇବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି। ହାର୍ଦ୍ଦିକ ସୋଶାଲ ମିଡିଆରେ ବେଶ ସକ୍ରିୟ ରହିବା ସହ ଫ୍ୟାନ୍ସଙ୍କ ସହ ମଧ୍ୟ ଅନେକ ସମୟରେ କଥା ହୁଅନ୍ତି। ଏଥିପାଇଁ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିବା କୁହାଯାଉଛି। ସେହିପରି ୨୯ ବର୍ଷୀୟ ହାର୍ଦ୍ଦିକ ଏବେ ସମଗ୍ର ଦେଶ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

Advertisment

ହାର୍ଦ୍ଦିକ କ୍ରିକେଟ ସହ ପ୍ରାୟ ୨୦ଟି ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରୁଛନ୍ତି। ସ୍ପୋର୍ଟସ ଇକ୍ୟୁପମେଣ୍ଟ ଠାରୁ ଆରମ୍ଭ କରି ମିଡିଆ ଆଣ୍ଡ ବ୍ରଡକାଷ୍ଟିଂ ଜଗତ ସହ ଜଡ଼ିତ ହୋଇ ରହିଛନ୍ତି।

Cricket Hardik Pandya