Advertisment

ଓମରଜାଇ ଓ ଶାହିଦିଙ୍କ ଯୋଡ଼ିକୁ ଭାଙ୍ଗିଲେ ବାର୍ଥଡେ ବୟ

ଅଧିନାୟକ ହଶମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ସ୍ଥିତି ସମ୍ଭାଳିଥିଲେ।

author-image
Hemant Lenka
Afghanistan

Afghanistan

ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇବା ନେବାକୁ ଚେଷ୍ଟା କରୁଥିବା ଆଫଗାନିସ୍ତାନକୁ ବଡ଼ ଝଟକା ଦେଇଛନ୍ତି ବାର୍ଥଡେ ବୟ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରଥମେ ବ୍ୟାଟିଂ କରୁଥିବା ଆଫଗାନିସ୍ତାନ ଲଗାତର ୩ ୱିକେଟ ହରାଇ ଏକଦା ସଙ୍କଟରେ ପଡ଼ିଥିଲା।

Advertisment

ଏତିକି ବେଳେ ଅଧିନାୟକ ହଶମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ସ୍ଥିତି ସମ୍ଭାଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ବଡ଼ବଡ଼ ଶଟ ମଧ୍ୟ ଖେଳିବାରେ ଲାଗିଥିଲେ। ୪ର୍ଥ ୱିକେଟ ପାଇଁ ଏହି ଦୁଇ ବ୍ୟାଟର ଦଳୀୟ ସ୍କୋରକୁ ୬୩ରୁ ନେଇ ୧୮୪ରେ ପହଞ୍ଚାଇ ଦେଇଥିଲେ।

ଦୁଇ ଜଣ ଯାକ ଅର୍ଦ୍ଧଶତକ ହାସଲ କରି ସାରିଥିବାରୁ ବଡ଼ବଡ଼ ଶଟ ମଧ୍ୟ ମାରିବା ଆରମ୍ଭ କରିଥିଲେ। କିନ୍ତୁ ସେମାନେ ଅଧିକ ଭୟଙ୍କର ହେବା ପୂର୍ବରୁ ପାଣ୍ଡ୍ୟା ଏହି ଯୋଡ଼ିକୁ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି।

Advertisment

ଓମରଜାଇ ପ୍ରଥମେ ପାଣ୍ଡ୍ୟାଙ୍କୁ ୩୫ତମ ଓଭର୍‌ର ପ୍ରଥମ ବଲରେ ଚୌକା ମାରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ହିଁ ସେ ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଓମରଜାଇ ୬୯ ବଲରେ ୬୨ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଓମରଜାଇଙ୍କ ପୂର୍ବରୁ ହାର୍ଦ୍ଦିକ ଆଫଗାନର ଓପନର ରହମନୁଲ୍ଲା ଗୁରବାଜ(୨୧)ଙ୍କ ୱକେଟ ନେଇଥିଲେ।

ଓମରଜାଇ ଆଉଟ ହୋଇଥିଲେ ମଧ୍ୟ ଏବେ ବି କ୍ରିଜ୍‌ରେ ଅଧିନାୟକ ଶାହିଦି ରହିଛନ୍ତି। ତାଙ୍କ ସହ ମହମ୍ମଦ ନବି ବ୍ୟାଟିଂ କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଆଫଗାନିସ୍ତାନ ୪୧ ଓଭର୍‌ରେ ୪ ୱିକେଟ ହରାଇ ୨୧୪ ରନ କରିଛି। ଶାହିଦି ୭୨ ଓ ନବି ୧୦ ରନ କରି ଅପରାଜିତ ରହିଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023