Advertisment

ଦ୍ୱିତୀୟ ଟି-୨୦ ହାରିବା ପାଇଁ ବ୍ୟାଟରଙ୍କୁ ଦାୟୀ କଲେ ପାଣ୍ଡ୍ୟା

ଭାରତ ଏବେ ୫ ଟିକିଆ ଟି-୨୦ ସିରିଜ୍‌ରେ ୦-୨ରେ ପଛରେ ରହିଛି। ଶୁବମନ ଗିଲ୍‌, ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କ ବ୍ୟାଟ ଚାଲୁନି।

author-image
Hemant Lenka
Hardik

Hardik

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମଧ୍ୟ ହାରିଛି ଭାରତୀୟ ଟିମ। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୪ ରନରେ ଘରୋଇ ଦଳ ଠାରୁ ହାରିଥିବା ବେଳେ ଦ୍ୱିତୀୟ ଟି-୨୦ରେ ୨ ୱିକେଟରେ ପରାସ୍ତ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ଖେଳୁ ଥିବା ଭାରତୀୟ ଟିମ ଦ୍ୱିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୫୨ ରନ କରିଥିଲା। ଏହାର ଜବାବରେ ଇଣ୍ଡିଜ ଟିମ ୮ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।

Advertisment

ଏହି ମ୍ୟାଚ୍‌ ପରେ ଭାରତୀୟ ବ୍ୟାଟରଙ୍କୁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ ବୋଲି କହିଛନ୍ତି ଟିମର ଅଧିନାୟକ ହାର୍ଦ୍ଦିକ। ସେ କହିଛନ୍ତି, “ମୁଁ ଯଦି ସ୍ପଷ୍ଟ ଭାବେ କହିବି, ତା’ହେଲେ ବ୍ୟାଟିଂ ପ୍ରଦର୍ଶନ ଆଦୌ ସନ୍ତୋଷଜନକ ନଥିଲା। କ୍ରମାଗତ ୱିକେଟ ଯାଉଥିଲା ଓ ଟ୍ରାକ୍‌ ମଧ୍ୟ ଧିମା ଥିଲା। ଆମେ ଚାହିଁଥିଲେ ଆଉ ଟିକିଏ ଭଲ ବ୍ୟାଟିଂ କରିପାରି ଥାଆନ୍ତୁ। ୧୬୦ କିମ୍ବା ୧୭୦ ଏଠାରେ ଭଲ ସ୍କୋର। ବ୍ୟାଟରମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ।”

ଭାରତ ଏବେ ୫ ଟିକିଆ ଟି-୨୦ ସିରିଜ୍‌ରେ ୦-୨ରେ ପଛରେ ରହିଛି। ଶୁବମନ ଗିଲ୍‌, ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କ ବ୍ୟାଟ ଚାଲୁନି।

Advertisment

ଏଥିପାଇଁ ହାର୍ଦ୍ଦିକ କହିଛନ୍ତି, “ବର୍ତ୍ତମାନର ଟିମର ସ୍ଥିତିକୁ ଦେଖିଲେ ଆମକୁ ଯେମିତି ହେଲେ ବି ଆମର ଟପ୍‌ ୭ ବ୍ୟାଟରଙ୍କୁ ଆଗକୁ ଆସିବାକୁ ପଡ଼ିବ। ଏହାପରେ ବୋଲରମାନେ ଆମକୁ ଜିତାଇବେ ବୋଲି ଆଶା ରଖିବାକୁ ହେବ। ଉପଯୁକ୍ତ ବାଲାନ୍ସ ଆମକୁ ତିଆରି କରିବାକୁ ପଡ଼ିବ। କିନ୍ତୁ ଏହି ସମୟରେ ବ୍ୟାଟର୍ସମାନଙ୍କୁ ଅଧିକ ଦାୟିତ୍ୱ ନେବାକୁ ମଧ୍ୟ ହେବ।”

ନିଜର ଡେବ୍ୟୁ ସିରିଜ ଖେଳୁଥିବା ତିଲକ ବର୍ମା ପ୍ରଥମ ଟି-୨୦ ଭଳି ଦ୍ୱିତୀୟ ଟି-୨୦ରେ ଭଲ ବ୍ୟାଟିଂ କରିଥିଲେ। ଏପରି ସେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତାଙ୍କ ସମୟରେ ହାର୍ଦ୍ଦିକ କହିଛନ୍ତି, “ସେ(ତିଲକ ବର୍ମା) ଯେଉଁଭଳି ବ୍ୟାଟିଂ କରୁଛନ୍ତି, ଆମେ ସେମିତି କିଛି ଦେଖିବାକୁ ଆଶା ରଖିଛୁ।

୪ନଂରେ ଜଣେ ବାମହାତୀ ବ୍ୟାଟର ରହିବା ବହୁତ ଭଲ କଥା। କାରଣ ମ୍ୟାଚ୍‌ରେ ଏହା ଡାହାଣ-ବାମ କମ୍ବିନେସନର ଫାଇଦା ଦେଇଥାଏ। ଯୁବକ ଖେଳାଳିମାନେ ବିଶ୍ୱାସ ଓ ସାହାସୀ ଭାବେ ଆସୁଛନ୍ତି।”

Hardik Pandya IndiaVsWI