Advertisment

ହାତଯୋଡ଼ି ଧୱନଙ୍କ ଆଗରେ ମୁଣ୍ଡ ନୂଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ଇନିଂସ୍ ସମୟରେ ଶିଖର ଧୱନଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଦେଖିବାକୁ ମିଳିଛି। ଏହାର କାରଣ ମଧ୍ୟ ଭିନ୍ନ। ଭାରତ ଦ୍ୱାରା ଧାର୍ଯ୍ୟ ୩୩୦ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ଇନିଂସର ଏକାଦଶ ଓଭରରେ ଭାରତୀୟ ବୋଲର ଟି. ନଟରାଜନ ବେନ୍ […]

ହାତଯୋଡ଼ି ଧୱନଙ୍କ ଆଗରେ ମୁଣ୍ଡ ନୂଆଁଇଲେ ହାର୍ଦ୍ଦିକ ପାଣ୍ଡ୍ୟା

hardik-pandya

Advertisment

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ଇନିଂସ୍ ସମୟରେ ଶିଖର ଧୱନଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଦେଖିବାକୁ ମିଳିଛି। ଏହାର କାରଣ ମଧ୍ୟ ଭିନ୍ନ।

Advertisment

ଭାରତ ଦ୍ୱାରା ଧାର୍ଯ୍ୟ ୩୩୦ ରନର ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇଂଲଣ୍ଡ ଇନିଂସର ଏକାଦଶ ଓଭରରେ ଭାରତୀୟ ବୋଲର ଟି. ନଟରାଜନ ବେନ୍ ଷ୍ଟୋକ୍ସଙ୍କୁ ଆଉଟ୍ କରିଥିଲେ। ନଟରାଜନଙ୍କ ଏକ ଫୁଲଟସ୍ ବଲକୁ ଷ୍ଟୋକ୍ସ ବାଉଣ୍ଡ୍ରୀକୁ ମାରିଥିଲେ, ଯାହାକୁ ଧୱନ୍ କ୍ୟାଚ୍ କରିନେଇଥିଲେ। ଏହି କ୍ୟାଚ୍ ଧରିଥିବାରୁ ଧୱନଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ ହାର୍ଦ୍ଦିକ।

https://twitter.com/ItsRobin_here/status/1376164549993275392?s=20

ଏହା ପୂର୍ବରୁ ଇଂଲଣ୍ଡ ଇନିଂସର ପଞ୍ଚମ ଓଭରରେ ବେନ୍ ଷ୍ଟୋକ୍ସଙ୍କ ଏକ ସହଜ କ୍ୟାଚକୁ ଛାଡ଼ି ଦେଇଥିଲେ ହାର୍ଦ୍ଦିକ। ସେହି ସମୟରେ ଷ୍ଟୋକ୍ସ ୧୫ ରନରେ ବ୍ୟାଟିଂ କରୁଥିଲେ। ଭାରତର ସବୁ ଖେଳାଳି ଜାଣିଥିଲେ ଯେ ଏହି କ୍ୟାଚ୍ ହାତଛଡ଼ା ଟିମକୁ କେତେ ମହଙ୍ଗା ପଡ଼ିପାରେ। ହାର୍ଦ୍ଦିକ କ୍ୟାଚ୍ ଛାଡ଼ିବା ଦେଖି ଡ୍ରେସିଂ ରୁମରେ ବସିଥିବା ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସ୍ତବ୍ଧ ହୋଇ ପଡ଼ିଥିଲେ।

Advertisment

https://twitter.com/TaniyaSingha21/status/1376163537739866112?s=20

କିନ୍ତୁ ଧୱନ୍ କ୍ୟାଚ୍ ଧରି ଷ୍ଟୋକ୍ସଙ୍କ ଇନିଂସର ପରିସମାପ୍ତି ଘଟାଇଥିଲେ। ଷ୍ଟୋକ୍ସ ୩୯ ବଲରେ ୩୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ହାର୍ଦ୍ଦିକ ଏଭଳି ରିଆକ୍ସନ୍ ପରେ ଫ୍ୟା ଟ୍ୱିଟରରେ ଏହାର ଖୁବ୍ ମଜା ଉଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe