Advertisment

କ୍ୟାପ୍ଟେନ ହେବା ସର୍ତ୍ତ ରଖି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରି ଥିଲେ ପାଣ୍ଡ୍ୟା!

ପାଣ୍ଡ୍ୟା ମୁମ୍ବାଇକୁ ଫେରିବା ଓ ଅଧିନାୟକ ପଦ ପାଇବା ଆଦୌ ଅପ୍ରତ୍ୟାଶିତ ନଥିଲା।

Hardik

Hardik

Advertisment

ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନୟକ ଭାବେ ଘୋଷଣା କରିଛି।

Advertisment

ସେହିପରି ଗୋଟିଏ ଦଶନ୍ଧି ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ କାର୍ଯ୍ୟ କରୁଥିବା ରୋହିତ ଶର୍ମାଙ୍କୁ ପଦ ହରାଇବାକୁ ପଡ଼ିଛି। ପାଣ୍ଡ୍ୟା ମୁମ୍ବାଇକୁ ଫେରିବା ଓ ଅଧିନାୟକ ପଦ ପାଇବା ଆଦୌ ଅପ୍ରତ୍ୟାଶିତ ନଥିଲା। କାଣର ପାଣ୍ଡ୍ୟା କ୍ୟାପ୍ଟେନ ହେବା ସର୍ତ୍ତ ରଖି ହିଁ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପାଇଁ ରାଜି ହୋଇଥିଲେ। ପ୍ରାଞ୍ଚାଇଜ ମଧ୍ୟ ତାଙ୍କ କଥାକୁ ମାନିଛି। ସେ ମୁମ୍ବାଇର ନୂଆ ଅଧିନାୟକ ହୋଇଛନ୍ତି।

ଏକଥା ରୋହିତ ଶର୍ମା ମଧ୍ୟ ଆଗରୁ ଜାଣିଥିଲେ। ଦିନିକିଆ ବିଶ୍ୱକପ ବେଳେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଏ ସମ୍ପର୍କରେ ରୋହିତ ଶର୍ମାଙ୍କ ସହ କଥା ହୋଇଥିଲା। ରୋହିତ ମଧ୍ୟ ବେଶ ବିନମ୍ର ଭାବେ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ୍ସି ପଦ ଦେବାକୁ ରାଜି ହୋଇଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇକୁ ଫେବା ପାଇଁ ପାଣ୍ଡ୍ୟା ଗୋଟିଏ ସର୍ତ୍ତ ରଖିଥିଲେ। ଯଦି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ କରାଯିବ, ତା’ହେଲେ ସେ ଦଳକୁ ଫେରିବେ ବୋଲି କହିଥିଲେ। ଏହା ଶୁଣି ମ୍ୟାନଜେମେଣ୍ଟ କିଛି ସମୟ ନେଇଥିଲା। ଏହାପରେ ପାଣ୍ଡ୍ୟାଙ୍କ ସର୍ତ୍ତରେ ମ୍ୟାନେଜମେଣ୍ଟ ରାଜି ହୋଇଥିଲା।

ବିଶ୍ୱକପ ୨୦୨୩ ବେଳେ ମୁମ୍ବାଇ ଇଣ୍ଡିଆନ୍ସର କିଛି ବରିଷ୍ଠ ଅଧିକାରୀ ଅଧିନାୟକ ପରିବର୍ତ୍ତନ ସମ୍ପର୍କରେ ରୋହିତଙ୍କ ସହ କଥା ହୋଇଥିଲେ। ରୋହିତ ସେମାନଙ୍କ କଥାରେ ରାଜି ହୋଇଥିଲେ। ଏଥିସହ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ସେ ଖେଳିବାକୁ ପ୍ରସ୍ତୁତ ବୋଲି କହିଥିଲେ। ରୋହିତଙ୍କ ଠାରୁ ଗ୍ରୀନ ସିଗ୍ନାଲ ପାଇବା ପରେ ପାଣ୍ଡ୍ୟାଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ଶେଷରେ ପାଣ୍ଡ୍ୟା ୧୫ କୋଟି ଟଙ୍କାରେ ଟ୍ରେଡ ନିୟମ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ।

ଦୁଇଟି ସିଜିନରେ ଗୁଜରାଟର ନେତୃତ୍ୱ ନେଇଥିବା ପାଣ୍ଡ୍ୟା ୩୧ଟି ମ୍ୟାଚ୍‌ ଖେଳି ୮୩୩ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୩ ଥିବା ବେଳେ ସେ ୩୭.୮୬ ହାରରେ ରନ କରିଛନ୍ତି। ଏଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ରହିଛି। ବୋଲିଂରେ କମାଲ କରି ସେ ୧୧ଟି ୱିକେଟ ନେଇଥିଲେ।

ଆଇପିଏଲରେ ପାଣ୍ଡ୍ୟାଙ୍କ ଡେବ୍ୟୁ ୨୦୧୫ରେ ହୋଇଥିଲା। ସେ ମୁମ୍ବାଇ ପାଇଁ ଖେଳିଥିଲେ। ଏହାପରେ ତାଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଥିଲା। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଆଇପିଏଲ ଟ୍ରଫି ଜିତିଥିବା ବେଳେ ଟିମରେ ପାଣ୍ଡ୍ୟା ରହିଥିଲେ। ୨୦୨୨ରେ ମଧ୍ୟ ସେ ଗୁଜରାଟ ପାଇଁ ଖେଳି ଦଳକୁ ଚାମ୍ପିୟନ କରିଥିଲେ।

Hardik Pandya Rohit Sharma Mumbai Indians
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe