Advertisment

ପୁଣି ବିବାହ କରିବେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା

୨୦୨୦ କରୋନା ଲକଡାଉନ୍‌ ବେଳେ ନତାଶାଙ୍କ ସହ ଗୁପ୍ତ ଭାବେ ବିବାହ କରିଥିଲେ ହାର୍ଦ୍ଦିକ।

author-image
Madhupriya Mistry
Hardik pandya

Hardik pandya

ପୁଣି ବର ସାଜିବେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା। ଦ୍ୱିତୀୟ ଥର ପାଇଁ ପଡିବ ତାଙ୍କ ହାତଗଣ୍ଠି। ସାତ ଫେରା ନେଇ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ସେ। ତେବେ ସେ ଆଉ କାହା ସହ ନୁହେଁ ନିଜ ପତ୍ନୀ ନତାଶା ଷ୍ଟେନକୋଭିକଙ୍କୁ ପୁଣିଥରେ ପିନ୍ଧାଇବେ ବରଣମାଲା।

Advertisment

ପୁଣି ବର ସାଜିବେ ହାର୍ଦ୍ଦିକ। ଆଉ ତାଙ୍କ କନିଆଁ ବେଶରେ ନଜର ଆସିବେ ପତ୍ନୀ ନତାଶା। ୨୦୨୦ରେ କରୋନା ଲକଡାଉନ୍‌ ବେଳେ ନତାଶା ଓ ହାର୍ଦ୍ଦିକ ଗୁପ୍ତ ଭାବେ ବିବାହ କରିଥିଲେ। ଭଭୟ କୋର୍ଟ ମ୍ୟାରେଜ କରିଥିଲେ। ଏକ ସାକ୍ଷାତକାର୍‌ରେ ଏନେଇ ହାର୍ଦ୍ଦିକ ଖୁଲାସା କରିଥିଲେ। ଏହାପରେ ପୁଅ ଅଗସ୍ତ୍ୟା ଜନ୍ମ ନେଇଥିଲା।

ରିପୋର୍ଟ ଅନୁଯାୟୀ ଉଭୟ ପୁଣି ଥରେ ରୀତିନୀତି ଅନୁଯାୟୀ ଗ୍ରାଣ୍ଡ ଓ୍ୱେଡିଂ କରବାକୁ ନିଷ୍ପତ୍ତି ନେଇଛନ୍ତି। ୧୪ ଫେବ୍ରୁଆରୀ ତଥା ଭାଲେଣ୍ଟାଇନ ଡେ'ରେ ରାଜସ୍ଥାନର ଉଦୟପୁର୍‌ରେ ହାର୍ଦ୍ଦିକ ଓ ନାତାଶା ସାତ ଫେରା ନେବେ। ଏଥିପାଇଁ ନତାଶା ଓ ହାର୍ଦ୍ଦିକ ଉଦୟପୁର ପହଞ୍ଚି ସାରିଲେଣି। ଆଜିଠୁ ଦୁହିଁଙ୍କ ବିବାହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ହଳଦୀ, ମେହେନ୍ଦି ଓ ସଙ୍ଗୀତ ସେରେମୋନି କାର୍ଯ୍ୟକ୍ରମ ହେବ। ଏହି ବିବାହରେ ଅନେକ କ୍ରିକେଟ ଷ୍ଟାର ଯୋଗ ଦେବେ ବୋଲି କୁହାଯାଉଛି।

Advertisment

ତେବେ ନତାଶା ଓ ହାର୍ଦ୍ଦିକଙ୍କ ବିବାହ ସମ୍ପର୍କରେ ଏନେଇ କୌଣସି ଅଫିସିଆ ଘୋଷଣା ହୋଇନାହିଁ। ପୂର୍ବରୁ ୨୦୨୦ ମାର୍ଚ୍ଚ ୩୧ରେ ଭଭୟ ବିବାହ କରିଥିଲେ। ଏହି ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ନତାଶା ବିବାହ ପୂର୍ବରୁ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା। 

Cricket Hardik Pandya