Advertisment

ହାତ ଛାଡ଼ିଲା ମୁମ୍ବାଇ, ନୂଆ ଆଇପିଏଲ୍ ଟିମର କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଖରାପ ଫର୍ମ ଓ ଫିଟନେସ୍ କାରଣରୁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲର ୧୫ଶ ସଂସ୍କରଣରେ ମିଳିପାରେ ବଡ଼ ଦାୟିତ୍ୱ। ହାର୍ଦ୍ଦିକ ଆଇପିଏଲର ନୂଆ ଫ୍ରାଞ୍ଚାଇଜି ଅହମଦାବାଦର କ୍ୟାପଟେନ୍ ହୋଇପାରନ୍ତି। ବିସିସିଆଇ ଠାରୁ ଅନୁମୋଦନ ମିଳିବା ପରେ ହାର୍ଦ୍ଦିକଙ୍କୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ୍ସ ରିଟେନ୍ କରିନଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଅହମଦାବାଦ ତା’ର ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ୍ ଖାନ୍ ଓ ଈଶାନ୍ କିଶନଙ୍କୁ ସାମିଲ୍ କରିପାରେ। ଏମାନଙ୍କ […]

ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ୍: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କ ଉପରେ ନଜର

hardik-pandya

Advertisment

ନୂଆଦିଲ୍ଲୀ: ଖରାପ ଫର୍ମ ଓ ଫିଟନେସ୍ କାରଣରୁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲର ୧୫ଶ ସଂସ୍କରଣରେ ମିଳିପାରେ ବଡ଼ ଦାୟିତ୍ୱ। ହାର୍ଦ୍ଦିକ ଆଇପିଏଲର ନୂଆ ଫ୍ରାଞ୍ଚାଇଜି ଅହମଦାବାଦର କ୍ୟାପଟେନ୍ ହୋଇପାରନ୍ତି। ବିସିସିଆଇ ଠାରୁ ଅନୁମୋଦନ ମିଳିବା ପରେ ହାର୍ଦ୍ଦିକଙ୍କୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ୍ସ ରିଟେନ୍ କରିନଥିଲା।

Advertisment

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଅହମଦାବାଦ ତା’ର ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ୍ ଖାନ୍ ଓ ଈଶାନ୍ କିଶନଙ୍କୁ ସାମିଲ୍ କରିପାରେ। ଏମାନଙ୍କ ମଧ୍ୟରୁ ହାର୍ଦ୍ଦିକଙ୍କୁ ଟିମର କ୍ୟାପଟେନ୍ କରାଯାଇପାରେ। ଏହା ପୂର୍ବରୁ ଖବର ଆସିଥିଲା ଯେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ କ୍ୟାପଟେନ୍ ଓ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଅହମଦାବାଦର ନେତୃତ୍ୱ ଦିଆଯାଇପାରେ।

ଆଇପିଏଲର ଜଣେ ସିନିୟର ଅଧିକାରୀ ନିଜ ନାଁ ଗୁପ୍ତ ରଖି ପିଟିଆଇକୁ କହିଛନ୍ତି ଯେ ‘ହାର୍ଦ୍ଦିକଙ୍କୁ ଅହମଦାବାଦ ଫ୍ରାଞ୍ଚାଇଜିର କ୍ୟାପଟେନ୍ ଭାବେ ଚୟନ କରାଯାଇଛି।’ ବର୍ତ୍ତମାନ ହାର୍ଦ୍ଦିକ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି। ଆଇପିଏଲ୍ ୨୦୨୧ ଓ ଟି-୨୦ ବିଶ୍ୱକପରେ ଖରାପ ଫର୍ମ ଏବଂ ଖରାପ ଫିଟନେସ୍ କାରଣରୁ ହାର୍ଦ୍ଦିକଙ୍କୁ ନେଇ ନାନା ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ହାର୍ଦ୍ଦିକ ନିଜ ଫିଟନେସ୍ ଉପରେ କାମ କରୁଛନ୍ତି।

Advertisment

https://twitter.com/KShriniwasRao/status/1480498191871066112?s=20

ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ)ର ୧୫ଶ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ଗତ ମାସରେ ଟିମ୍ ଗୁଡ଼ିକ ନିଜ ପସନ୍ଦର ସର୍ବାଧିକ ୪ଜଣ ଖେଳାଳିଙ୍କ ତାଲିକା ଆଇପିଏଲ୍ ମ୍ୟାନେଜମେଣ୍ଟକୁ ପ୍ରଦାନ କରିଥିଲା। ତେବେ ଲକ୍ଷ୍ନୌ ଓ ଅହମଦାବାଦ ଟିମ୍ ସେମାନଙ୍କ ପସନ୍ଦର ଖେଳାଳିଙ୍କ ତାଲିକା ଚଳିତ ମାସ ଦ୍ୱିତୀୟ ସପ୍ତାହ ଭିତରେ ପ୍ରଦାନ କରିବେ। ଆଇପିଏଲରେ ଏଥର ମେଗା ଅକ୍ସନ୍ ହେବ। ଅକ୍ସନ୍ ଫେବୃଆରୀ ମାସର ଦ୍ୱିତୀୟ ସପ୍ତାହରେ ହୋଇପାରେ।

ଦୁଇ ନୂଆ ଫ୍ରାଞ୍ଚାଇଜି ଅହମଦାବାଦ ଓ ଲକ୍ଷ୍ନୌ ୩୩ କୋଟି ଟଙ୍କାର ସର୍ବାଧିକ ତିନି ଖେଳାଳି ଚୟନ କରିପାରିବେ। ବାକି ପୁରୁଣା ୮ ଫ୍ରାଞ୍ଚାଇଜି ସର୍ବାଧିକ ତିନି ଜଣ ଭାରତୀୟ ଖେଳାଳି (କ୍ୟାପଡ୍/ ଅନକ୍ୟାପଡ) ଚୟନ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe