Advertisment

ନାଲି ବଲ କ୍ରିକେଟକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା

ନିକଟରେ ପାଣ୍ଡ୍ୟାଙ୍କୁ ନାଲି ବଲରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ୩୦ ବର୍ଷୀୟ ପାଣ୍ଡ୍ୟା ବରୋଦା ପାଇଁ ଧଳା ବଲ କ୍ରିକେଟ ଖେଳିବାକୁ ମଧ୍ୟ ଯୋଜନା କରିଛନ୍ତି।

Hardik

Hardik

Advertisment

ଟିମ ଇଣ୍ଡିଆର ସୀମିତ ଓଭର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବେ। ୨୦୨୪-୨୫ ସିଜିନ ପାଇଁ ସେ ବରୋଦା ପାଇଁ ନାଲି ବଲ କ୍ରିକେଟ ଖେଳିବେ ବୋଲି ଜଣାପଡ଼ିଛି।

Advertisment

ବରୋଦା କ୍ରିକେଟ ଆସୋସିଏସନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରଥମ ଶ୍ରେଣୀ କ୍ରିକେଟକୁ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଓ ନଭେମ୍ବର ଶେଷ ଭାଗରୁ ଅଷ୍ଟ୍ରେଲିଆ ମାଟିରେ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିକୁ ଦୃଷ୍ଟିରେ ରଖି ପାଣ୍ଡ୍ୟା ନାଲି ବଲ କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି।

ନିକଟରେ ପାଣ୍ଡ୍ୟାଙ୍କୁ ନାଲି ବଲରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ୩୦ ବର୍ଷୀୟ ପାଣ୍ଡ୍ୟା ବରୋଦା ପାଇଁ ଧଳା ବଲ କ୍ରିକେଟ ଖେଳିବାକୁ ମଧ୍ୟ ଯୋଜନା କରିଛନ୍ତି। ୨୦୧୮ ପରଠାରୁ ପାଣ୍ଡ୍ୟା ଆଉ ପ୍ରଥମ ଶ୍ରେଶୀ କ୍ରିକେଟ ଖେଳି ନାହାନ୍ତି। ଶେଷଥର ପାଇଁ ୨୦୧୮ରେ ସେ ବରୋଦା ପାଇଁ ରଣଜୀ ଟ୍ରଫିରେ ମୁମ୍ବାଇ ବିପକ୍ଷରେ ଖେଳିଥିଲେ।

Advertisment

ସେହିପରି ୨୦୧୮ ପରଠାରୁ ସେ ଭାରତ ପାଇଁ ମଧ୍ୟ ଟେଷ୍ଟ ମ୍ୟାଚ୍‌ ଖେଳିନାହାନ୍ତି। ସେ ୨୦୧୮ରେ ଇଂଲଣ୍ତ ବିପକ୍ଷ ଟେଷ୍ଟରେ ନଜର ଆସିଥିଲେ। ଏଯାଏ ୧୧ଟି ଟେଷ୍ଟ ଖେଳିଥିବା ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୧୧। ସେ ଶ୍ରୀଲଙ୍କା ବିପକ୍ଷରେ ଏପରି ରନ କରିଥିଲେ।

ଏହାବାଦ ଇଂଲଣ୍ଡ ବିପକ୍ଷ ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ସେ ୫ ୱିକେଟ ନେଇଥିଲେ। ଟେଷ୍ଟରେ କ୍ୱଚିତ ସୁଯୋଗ ପାଇଥିଲେ ହେଁ ପାଣ୍ଡ୍ୟା ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ଏବେ ସେ ପୁଣି ନାଲି ବଲ କ୍ରିକେଟକୁ ଫେରିଥିବା ଚାହୁଁଥିବା ଜଣାପଡ଼ିଛି।

ପ୍ରଥମ ଶ୍ରେଣୀ କ୍ରିକେଟକୁ ଫେରିବା ପାଇଁ ପାଣ୍ଡ୍ୟାଙ୍କ ପାଖରେ ବହୁତ କମ ସମୟ ରହିଛି। କାରଣ ରଣଜୀ ଟ୍ରଫିରେ ବରୋଦା ଅକ୍ଟୋବର ୧୧ରୁ ମୁମ୍ବାଇ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ପାଣ୍ଡ୍ୟାଙ୍କୁ ଏବେ ଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ।

ସେହିପରି ନ୍ୟୁଜିଲ୍ୟାଣ୍ତର ଭାରତ ଗସ୍ତ ଅକ୍ଟୋବର ୧୬ରୁ ଆରମ୍ଭ ହେବ। ଏହାପରେ ନଭେମ୍ବର ୨୨ରୁ ଦଳ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ।

Indian Cricket Team Cricket Hardik Pandya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe