Advertisment

ପୁଣି ବାହା ହେଲେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା

ଭାଲେଣ୍ଟାଇନ୍ ଡେ’ ଅବସରରେ ରାଜସ୍ଥାନର ଉଦୟପୁରରେ ଏହି ଷ୍ଟାର୍ କ୍ରିକେଟର ପୁଅ ଅଗସ୍ତ୍ୟା ସାମ୍ନାରେ ପୁଣି ଥରେ ନତାଶାଙ୍କୁ ନିଜ ସାତ ଜନ୍ମର ସାଥୀ କରିଛନ୍ତି।

author-image
Madhupriya Mistry
Hardik Pandya wife Natasa Stankovic

Hardik Pandya wife Natasa Stankovic

ପୁଣି ବାହା ହେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍‌ରାଉଣ୍ଡର କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପୁଣି ଥରେ ହାତକୁ ଦି ହାତ ହୋଇଛନ୍ତି । ଏଥର ଭିନ୍ନ ଢ଼ଙ୍ଗରେ ନିଜ ପତ୍ନୀ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ସେ ପୁଣି ଥରେ ବିବାହ କରିଛନ୍ତି । ଖ୍ରୀଷ୍ଟିଆନ୍ ରୀତିନୀତି ଅନୁଯାୟୀ ଉଭୟ ପରସ୍ପରର ହାତ ଧରିଛନ୍ତି।

Advertisment

ହାର୍ଦ୍ଦିକ ଓ ନତାଶାଙ୍କ ସରିଛି ଡ୍ରିମ୍ ୱେଣ୍ଡିଂ। ପରିବାର ଲୋକ ନିକଟ ସମ୍ପର୍କିୟ ତଥା ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ଚର୍ଚ୍ଚରେ କରିଛନ୍ତି ବିବାହ । ଭାଲେଣ୍ଟାଇନ୍ ଡେ’ ଅବସରରେ ରାଜସ୍ଥାନର ଉଦୟପୁରରେ ଏହି ଷ୍ଟାର୍ କ୍ରିକେଟର ପୁଅ ଅଗସ୍ତ୍ୟା ସାମ୍ନାରେ ପୁଣି ଥରେ ନତାଶାଙ୍କୁ ନିଜ ସାତ ଜନ୍ମର ସାଥୀ କରିଛନ୍ତି। ଏହି ବିବାହ ବେଳର କିଛି ଫଟୋ ଆଉ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଚର୍ଚ୍ଚରେ ବିବାହ କରିବା ପରେ ନତାଶା ଓ ହାର୍ଦ୍ଦିକ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ଶେଆର କରିଛନ୍ତି। ଫଟୋରେ ନତାଶା ଧଳା ରଙ୍ଗର ସୁନ୍ଦର ଗାଉନ୍ ପିନ୍ଧିଥିବା ବେଳେ କଳା ରଙ୍ଗର ସୁଟ୍ ପିନ୍ଧି ବେଶ୍ ହ୍ୟାଣ୍ଡସମ ନଜର ଆସିଛନ୍ତି ହାର୍ଦ୍ଦିକ। ସାଙ୍ଗରେ ଉଭୟଙ୍କ ବ୍ରାଇଡ୍‌ମେଡ୍ ଓ ଗ୍ରୁମ୍‌ସ ମେଡ୍ ମଧ୍ୟ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି ନତାଶା ଓ ହାର୍ଦ୍ଦିକଙ୍କ ତିନି ବର୍ଷର ପୁଅ ଅଗସ୍ତ୍ୟା ମଧ୍ୟ ବାପା-ମା’ଙ୍କ ଏହି ନିଆରା ବିବାହରେ ଯୋଗଦେଇଥିଲେ।  

Advertisment

ଏହି ଫଟୋକୁ ଶେଆର କରି ଏହି ଷ୍ଟାର୍ କପଲ କ୍ୟାପସନରେ ଲେଖିଛନ୍ତି, ଆମେ ତିନି ବର୍ଷ ପୂର୍ବେ ପରସ୍ପରକୁ ଦେଇଥିବା ଶପଥକୁ ପୁଣି ଥରେ ଦୋହରାଇଛୁ। ଆଉ ଭାଲେଣ୍ଟାଇନ୍ ଡେ’ ପାଳନ କରିଛୁ। ଆମର ପ୍ରେମ ଓ ଏହି ଉତ୍ସବ ପାଳନ କରିବା ଅବସରରେ ଆମ ସହ ଆମ ପରିବାର ଲୋକେ ଉପସ୍ଥିତ ଥିବାରୁ ଆମେ ଆଶୀର୍ବାଦପ୍ରାପ୍ତ କରିଛୁ।

କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଉଭୟ ୨୦୨୦ରେ ବିବାହ କରିଥିଲେ। କରୋନା ଲକଡାଉନ୍ ବେଳେ ଉଭୟ ସିକ୍ରେଟ୍ ବିବାହ କରିଥିବା ଫଟୋ ସାମ୍ନାକୁ ଆସିଥିଲା। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ବିବାହର କିଛି ଦିନ ପରେ ନତାଶା ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା।  

Cricket Hardik Pandya