Advertisment

ଆସନ୍ତା IPL ସିଜନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

2022ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସରେ କ୍ୟାପ୍ଟେନ ଭାବେ ଯୋଗ ଦେଇଥିଲେ ଏବଂ ପ୍ରଥମ ଥର ଟିମକୁ ଚାମ୍ପିଅନ୍ କରାଇଥିଲେ।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ପୁଣି ବଦଳିପାରେ ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫ୍ରାଞ୍ଚାଇଜ୍। ଗୁଜରାଟ ଟାଇଟାନ୍ସରୁ ବିଦାୟ ନେଇପାରନ୍ତି କ୍ୟାପ୍ଟେନ ପାଣ୍ଡ୍ୟା। 2022ରେ ଦଳକୁ ଚାମ୍ପିଅନ୍ କରାଇଥିବା ପାଣ୍ଡ୍ୟା ଆସନ୍ତା ଆଇପିଏଲ୍ ଲିଗରେ ଟିମ୍ ପକ୍ଷରୁ ନଜର ଆସିନପାରନ୍ତି। ସେ ପୂରୁଣା ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଛି। 

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥିପାଇଁ 15 କୋଟିର ଡିଲ୍ ହୋଇପାରେ। କାରଣ ହାର୍ଦ୍ଦିକଙ୍କ ଦେୟ 15 କୋଟି ଟଙ୍କା ରହିଛି। ଏହା ବ୍ୟତୀତ ମୁମ୍ବାଇ ମଧ୍ୟ ଗୁଜୁରାଟକୁ କିଛି ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରିବ, ଯାହା ପ୍ରକୃତରେ କେତେ ରହିବ ସ୍ପଷ୍ଟ ହୋଇନାହିଁ।

ESPNcricinfo ରିପୋର୍ଟ ଅନୁଯାୟୀ, ଗୁଜରାଟ ଟାଇଟାନ୍ସ ଛାଡିବାକୁ ପ୍ରସ୍ତୁତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟକୁ କେବଳ 15 କୋଟି ଟଙ୍କା ଦେଉନାହିଁ ବରଂ ଟ୍ରାନ୍ସଫର ଫି' ମଧ୍ୟ ଦେଉଛି। ତେବେ ଏହି ସ୍ଥାନାନ୍ତର ଶୁଳ୍କ କେତେ ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। ଟ୍ରାନ୍ସଫର ଫିର 50 ପ୍ରତିଶତ ହାର୍ଦ୍ଦିକଙ୍କ ପକେଟକୁ ମଧ୍ୟ ଆସିବ। 

Advertisment

ଯଦି ଏହି ଡିଲ୍ ହୁଏ, ତେବେ ଆଇପିଏଲ ଇତିହାସରେ ଏହା ସବୁଠାରୁ ବଡ ବ୍ୟବସାୟ ହେବ। କିନ୍ତୁ ଏନେଇ କୌଣସି ଫ୍ରାଞ୍ଚାଇଜ୍ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

2022ରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସରେ କ୍ୟାପ୍ଟେନ ଭାବେ ଯୋଗ ଦେଇଥିଲେ ଏବଂ ପ୍ରଥମ ଥର ଦଳକୁ ଚାମ୍ପିଅନ୍ କରାଇଥିଲେ। ସେହିପରି 2023ରେ ମଧ୍ୟ ଦଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଫାଇନାଲରେ ପଦାର୍ପଣ କରିଥିଲା। ଉଭୟ ସିଜନରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଟାଇଟାନ୍ସ ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା। 

ହାର୍ଦ୍ଦିକ 2015ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଆଇପିଏଲ୍ ଡେବ୍ୟୁ କରିଥିଲେ। ସାତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସରେ ରହିବା ପରେ 2022ରେ ଗୁଜରାଟ ଟାଇଟନ୍ସ ତାଙ୍କୁ କିଣିଥିଲା। ଏହି ଷ୍ଟାର୍ ଅଲରାଉଣ୍ଡର ଆଇପିଏଲରେ 123 ମ୍ୟାଚ୍ ଖେଳି 53 ୱିକେଟ୍ ନେଇଥିବା ବେଳେ ଷ୍ଟ୍ରାଇକ୍ ରେଟ୍ 139.89 ସହ 2309 ରନ୍ ସଂଗ୍ରହ କରିଛନ୍ତି।  

IPL 2024 Hardik Pandya Hardik Pandya Rejoin Mumbai Indians Gujarat Titans
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe