Advertisment

ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ ବେଳକୁ ଫେରିବେ ହାର୍ଦ୍ଦିକ ପାଣ୍ତ୍ୟା!

ଭାରତ ଏଯାଏ ୬ଟି ମ୍ୟାଚରୁ ୬ଟି ବିଜୟ ସହ ବିଶ୍ୱକପର ସେମି ଫାଇନାଲରେ ଏକପ୍ରକାରର ପ୍ରବେଶ କରି ସାରିଛି। ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିତି ନେଲେ ଭାରତର ସେମି ଫାଇନାଲ ସ୍ଥାନ ପକ୍କା ହୋଇଯିବ।

Hardik

Hardik

Advertisment

ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ବିଶ୍ୱକପରେ ଭାରତ ଖେଳିବାକୁ ଥିବା ଶେଷ ଲିଗ ମ୍ୟାଚ୍‌ ପୂର୍ବରୁ ଫେରିବାର ସମ୍ଭାବନା ନାହିଁ।

Advertisment

ଭାରତ ନଭେମ୍ବର ୧୨ରେ ଡଚ ଟିମ ବିପକ୍ଷରେ ଶେଷ ଲିଗ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚରେ ସମ୍ଭବତଃ ପାଣ୍ଡ୍ୟା ଫିଟ ହୋଇ ଖେଳି ପାରନ୍ତି। ଏହାପୂର୍ବରୁ ଭାରତ ଆସନ୍ତାକାଲି ଶ୍ରୀଲଙ୍କା ଓ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ।

ଅକ୍ଟୋବର ୧୯ ତାରିଖ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ତ୍ୟା ଆହତ ହୋଇଥିଲେ। ଏଥିପାଇଁ ସେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ମୁକାବିଲା ଖେଳି ପାରି ନଥିଲେ। ଏବେ ସେ ଭାରତର ଆଉ ଦୁଇଟି ମ୍ୟାଚ୍‌ରୁ ମଧ୍ୟ ବାଦ ପଡ଼ିବେ।

Advertisment

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଜଟିଳ ନୁହେଁ। ସେ ସୁସ୍ଥ ହେଉଛନ୍ତି ଓ ଭାରତ ଶେଷ ଲିଗ ମ୍ୟାଚ୍‌ ବେଳକୁ କମବ୍ୟାକ କରିବେ। ଏହା ବି ସମ୍ଭାବନା ଅଛି ଯେ ପାଣ୍ତ୍ୟା ସିଧାସଳଖ ସେମି ଫାଇନାଲ ମ୍ୟାଚ୍‌ ଖେଳିବେ।”

ଭାରତ ଏଯାଏ ୬ଟି ମ୍ୟାଚରୁ ୬ଟି ବିଜୟ ସହ ବିଶ୍ୱକପର ସେମି ଫାଇନାଲରେ ଏକପ୍ରକାରର ପ୍ରବେଶ କରି ସାରିଛି। ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିତି ନେଲେ ଭାରତର ସେମି ଫାଇନାଲ ସ୍ଥାନ ପକ୍କା ହୋଇଯିବ।

ପାଣ୍ଡ୍ୟା ଦଳରେ ନଥିବାରୁ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିବାକୁ ପଡ଼ିଥିଲା। ତାଙ୍କ ଅନୁପସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ୫ ସ୍ପେଶାଲିଷ୍ଟ ବୋଲର ଓ ୬ନଂ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବ୍ୟାଟର ଭାବେ ଚୂଡ଼ାନ୍ତ ଏକାଦଶରେ ରଖିଛି। ମହମ୍ମଦ ଶାମି ସୁଯୋଗ ପାଇବା ମାତ୍ରେ କମାଲ କରିଛନ୍ତି। ସେ ଦୁଇଟି ମ୍ୟାଚ୍‌ରେ ୯ ୱିକେଟ ଦଖଲ କରିଛନ୍ତି।

ଆସନ୍ତାକାଲି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ହେବ। ତେଣୁ ଦଳ କେଉଁ କମ୍ବିନେସନ ନେଇ ଓହ୍ଲାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Bcci Hardik Pandya ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe