Advertisment

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ପାଣ୍ଡ୍ୟା ଛକା ମାରି ମ୍ୟାଚ୍‌ ଶେଷ କରିବା କ୍ଷଣି ତାଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି।

Hardik

Hardik

Advertisment

ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ବିରାଟ କୋହଲିଙ୍କ ବିରଳ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ଏବେ ସେ ଛକା ମାରି ଭାରତ ପାଇଁ ମ୍ୟାଚ ଶେଷ କରିଥିବା ଖେଳାଳିଙ୍କ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ପୂର୍ବରୁ ବିରାଟ କୋହଲିଙ୍କ ନାଁରେ ଏହି ରେକର୍ଡ ରହିଥିଲା। କିନ୍ତୁ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ରେ ପାଣ୍ଡ୍ୟା ଛକା ମାରି ମ୍ୟାଚ୍‌ ଶେଷ କରିବା କ୍ଷଣି ତାଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି।

ଗ୍ୱାଲିୟରରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେଖିବାକୁ ମିଳିଛି। ବୋଲିଂ ବେଳେ ସେ ୪ ଓଭରରେ ମାତ୍ର ୨୬ ରନ ଦେଇ ଗୋଟିଏ ୱିକେଟ ଦଖଲ କରିଛନ୍ତି। ତାଙ୍କ ବୋଲିଂ ଇକୋନୋମି ୬.୫୦ ରହିଥିଲା।

Advertisment

ବାଂଲାଦେଶ ୧୨୭ରେ ଅଟକିବା ପରେ ଭାରତ ଚେଜ ଆରମ୍ଭ କରିଥିଲା। ୧୨୮ ରନର ପିଛା କରୁଥିବା ଭାରତ ପାଇଁ ଫିନିଶିଂ ଟଚ୍‌ ଦେଇଥିଲେ ପାଣ୍ଡ୍ୟା। ସେ ମାତ୍ର ୧୬ ବଲରେ ବିସ୍ଫୋରକ ୩୯ ରନର ଇନିଂସ ଖେଳିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ତାଙ୍କ ଇନିଂସର ସବୁଠାରୁ ବଡ଼ ଉପଲବ୍ଧ ଥିଲା ନୋ ଲୁକ ରାମ୍ପ ଶଟ। ସେ ଏହାକୁ ୱିକେଟ କିପରଙ୍କ ମୁଣ୍ଡ ଉପରେ ଶଟ ମାରି ନିଜ ଜଲୱା ଦେଖାଇଥିଲେ। ନିଜ ଶକ୍ତି ଉପରେ ଭରସା ରଖି ହାର୍ଦ୍ଦିକ ଅତି ସହଜରେ ବଲକୁ ବାଉଣ୍ଡରୀକୁ ପଠାଇ ଦେଇଥିଲେ।

ଏହାପରେ ସେ ୫ମ ଥର ପାଇଁ ଛକା ମାରି ଭାରତକୁ ବିଜୟ କରାଇଥିଲେ। ବିରାଟ ୪ ଥର ଛକା ମାରି ଭାରତକୁ ଟି-୨୦ କ୍ରିକେଟର ଜିତାଇଥିଲେ।

ଅନ୍ୟପକ୍ଷରେ ବାଂଲାଦେଶ ଗୋଟିଏ ୱିକେଟ ନେଇଥିବା ହାର୍ଦ୍ଦିକ ଭାରତ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ମଧ୍ୟ ବନି ଯାଇଛନ୍ତି। ସେ ଅର୍ଶଦୀପ ସିଂହ(୮୬)କୁ ପଛରେ ପକାଇ ଟି-୨୦ରେ ନିଜ ୱିକେଟ ସଂଖ୍ୟା ୮୭ରେ ପହଞ୍ଚାଇ ଦେଇଛନ୍ତି। ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଛନ୍ତି ୟୁଜଭେନ୍ଦର ଚହଲ। ସେ ୯୬ଟି ସଫଳତା ପାଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୭ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏ ୱିକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର ଓ ଡେବ୍ୟୁଟାଣ୍ଟ ମୟଙ୍କ ଯାଦବଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ ଯାଇଥିଲା।

୧୨୮ ରନର ପିଛା କରୁଥିବା ଭାରତକୁ ଅଭିଷେକ ଶର୍ମା(୭ ବଲରେ ୧୬ ରନ୍‌)ଙ୍କ ରୂପରେ ପ୍ରଥମ ୱିକେଟ ରନ ଆଉଟ ଯୋଗୁ ହରାଇବାକୁ ପଡ଼ିଥିଲା। ସଞ୍ଜୁ ସାମସନ ୧୯ ବଲରେ ୨୯ ଓ ସୂର୍ଯ୍ୟ କୁମାର ଯାଦବ ୧୪ ବଲରେ ୨୯ ରନ କରି ଦ୍ୱିତୀୟ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରେ ୩୯ ଓ ଡେବ୍ୟୁଟାଣ୍ଟ ନୀତୀଶ କୁମାର ରେଡ୍ଡୀ ୧୫ ବଲରେ ୧୬ ରନ କରି ଶେଷ ଯାଏ ଅପରାଜିତ ରହିବା ସହ ଭାରତକୁ ୭ ୱିକେଟରେ ବିଜୟ ଭେଟି ଦେଇଥିଲେ।

Virat Kohli Hardik Pandya T20 Match T20 Cricket India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe