Advertisment

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ହେଲେ ୧ ନଂ

ପ୍ରଥମ ଭାରତୀୟ କ୍ରିକେଟର ଭାବେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

author-image
Debibandita Barick
Hardik Pandya

Hardik Pandya

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ରଚିଛନ୍ତି ଇତିହାସ। ଟି-ଟ୍ୱେଣ୍ଟି ଅଲରାଉଣ୍ଡର ରାକିଂର ୧ ନଂ ସ୍ଥାନରେ ପହଞ୍ଚିଛନ୍ତି ପାଣ୍ଡ୍ୟା। ଏହି ସୌଭାଗ୍ୟ ଅର୍ଜନ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି।

Advertisment

ପାଣ୍ଡ୍ୟାଙ୍କ ପୂର୍ବରୁ ଅନ୍ୟ କୌଣସି ଖେଳାଳି ଆଇସିସି ଟି-ଟ୍ୱେଣ୍ଟି ଅଲରାଉଣ୍ଡର ରାକିଂର ଏକ ନଂ ହୋଇ ପାରିନଥିଲେ। ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଲ୍ ରାଉଣ୍ଡିଂ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ସ୍ଥାନ ମିଳିଛି। 

ନିକଟରେ ଆମେରିକା ଓ ୱେଷ୍ଟ ଇଣ୍ଡିଜରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାଣ୍ଡ୍ୟାଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ବାର୍ବୋଡସରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ଏବଂ ହେନରିଚ କ୍ଲାସେନଙ୍କ ୱିକେଟ୍ ନେଇ ମ୍ୟାଚର ଗତିବିଧି ପରିବର୍ତ୍ତନ କରିଥିଲେ ପାଣ୍ଡ୍ୟା।

Advertisment

ଏହା ସାଙ୍ଗକୁ ପୂରା ଟୁର୍ଣ୍ଣାମେଣ୍ଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶନୀୟ ଥିଲା। ସେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୪୪ ରନ୍ କରିଥିବା ବେଳେ ୧୧ଟି ୱିକେଟ୍ ନେଇଥିଲେ।  

World Cup Hardik Pandya ICC T20 Ranking ICC Ranking