Advertisment

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ! ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ

ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ଘଟିଛି।

ଅଦ୍ୟତନ ହୋଇଛି
Hardik Pandya

Hardik Pandya

Advertisment

ପୁରୁଣା ଫ୍ରାଞ୍ଚାଇଜକୁ ଫେରୁ ଫେରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ଘଟିଛି। 

Advertisment

ରୋହିତ ଶର୍ମା 2013ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ତେବେ ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକ ପଦ ହରାଇଛନ୍ତି। କିନ୍ତୁ ସେ ଦଳ ସହ ରହିବେ। ଜଣେ ସାଧାରଣ ଖେଳାଳି ଭାବେ ସେ 2024 ଆଇପିଏଲ ସିଜିନରେ ନଜର ଆସିବେ। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା ମଧ୍ୟ କରିବେ ବୋଲି ଟିମ୍ ପରିଚାଳନା ବିଭାଗ ସୂଚନା ଦେଇଛି। 

Advertisment

ପାଣ୍ଡ୍ୟା ନିକଟରେ ଗୁଜରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ସେ ଗତ ଦୁଇ ସିଜିନରେ ଟାଇଟନ୍ସର ଅଧିନାୟକ ଥିଲେ। ଏହି ସମୟ ମଧ୍ୟରେ ଟାଇଟନ୍ସକୁ 2022ରେ ଚାମ୍ପିଅନ୍ ଏବଂ 2023ରେ ରନର୍ସ ଅପ୍ କରାଇଥିଲେ। କିନ୍ତୁ ତାଙ୍କର ଆଇପିଏଲ୍ କ୍ୟାରିଅର୍ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆରମ୍ଭ ହୋଇଥିଲା। 2024ରେ ସେ ନିଜର ପୁରୁଣା ଟିମ୍ ମୁମ୍ବାଇର ମଙ୍ଗ ଧରିବାକୁ ଯାଉଛନ୍ତି। 

ଦଳର ଏହି ପରିବର୍ତ୍ତନ ବାବଦରେ ସୂଚନା ଦେଇ MI ଗ୍ଲୋବାଲ ପର୍ଫମାନ୍ସ ମୁଖ୍ୟ ମହେଲା ଜୟବର୍ଦ୍ଧେନେ କହିଛନ୍ତି, "ଦଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବା ପାଇଁ ଏହା ଏକ ପରିବର୍ତ୍ତନ। ସଚିନଙ୍କଠାରୁ ହରଭଜନ ଏବଂ ରିକିଙ୍କଠାରୁ ରୋହିତଙ୍କ ପର୍ଯ୍ୟନ୍ତ ସମସ୍ତେ ମୁମ୍ବାଇ ଇଣ୍ଡିଆନ୍ସକୁ ଅତୁଳନୀୟ ନେତୃତ୍ୱ ଦେଇଛନ୍ତି। ଏହି ପରିବର୍ତ୍ତନ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ 2024 ସିଜିନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଦିଆଯାଉଛି।"

ଏଥିସହ ରୋହିତ ଶର୍ମାଙ୍କ ଦୀର୍ଘ 10 ବର୍ଷର ନେତୃତ୍ୱକୁ କୃତଜ୍ଞତା ଜଣାଇଛନ୍ତି ମହେଲା ଜୟବର୍ଦ୍ଧେନେ। 

Hardik Pandya Mumbai Indians Hardik Pandya Mumbai Indians New Skipper
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe