Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିସିସିଆଇ

ବିସିସିଆଇ ପାଣ୍ଡ୍ୟାଙ୍କୁ ଭବିଷ୍ୟତରେ ଏମିତି ନ କରିବାକୁ ତାଗିଦ ମଧ୍ୟ କରିଛି।

author-image
Hemant Lenka
Hardik Pandya

Hardik Pandya

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ। ଗୁରୁବାର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ ଶେଷ ହେବା ମାତ୍ରେ ବିସିସିଆଇ ଗୋଟିଏ ବିବୃତି ଜାରି କରି ପାଣ୍ଡ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛି।

Advertisment

ବିସିସିଆଇର ସୂଚନା ଅନୁଯାୟୀ, ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ଧିମା ଓଭର ରେଟ୍‌ ପାଇଁ ତାଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି। ସେହିପରି ବିସିସିଆଇ ପାଣ୍ଡ୍ୟାଙ୍କୁ ଭବିଷ୍ୟତରେ ଏମିତି ନ କରିବାକୁ ତାଗିଦ ମଧ୍ୟ କରିଛି।

ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ସମୟ ମଧ୍ୟରେ ୨୦ ଓଭର ବୋଲିଂ ଶେଷ କରି ପାରି ନଥିଲା। ଏଥିପାଇଁ ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗିଛି।

Advertisment

ବିସିସିଆଇ କହିଛି ଯେ ପ୍ରଥମଥର ପାଇଁ ପାଣ୍ଡ୍ୟା ଧିମା ଓଭର ରେଟ୍‌ ମାମଲାରେ ଫସିଛନ୍ତି। ତେଣୁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଉଛି। ଯଦି ଭବିଷ୍ୟତରେ ଏପରି ଧାରା ଜାରି ରହେ, ତା’ହେଲେ ପାଣ୍ଡ୍ୟାଙ୍କ ସହ ମୁମ୍ବାଇ ଟିମର ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ଜୋରିମାନା ଲାଗୁ କରାଯାଇ ପାରେ।

ଅନ୍ୟପକ୍ଷରେ ଗତକାଲି ମ୍ୟାଚକୁ ବିଚାରକୁ ନେଲେ, ମୁମ୍ବାଇ ବେଶ ରୋମାଞ୍ଚକର ଢଙ୍ଗରେ ପଞ୍ଜାବକୁ ୯ ରନରେ ହରାଇ ଦେଇଛି। ୧୯୩ ରନର ପିଛା କରୁଥିବା ପଞ୍ଜାବ ୧୪ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

କିନ୍ତୁ ଶଶାଙ୍କ ସିଂହ ୨୫ ବଲରେ ୪୧ ଓ ଆଶୁତୋଷ ଶର୍ମା ୨୮ ବଲରେ ୬୧ ରନର ଇନିଂସ ଖେଳି ମୁମ୍ବାଇ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ମୁମ୍ବାଇ ବେଶ ଚମତ୍କାର ପ୍ରଦର୍ଶନ କରିବା ସହ ପଞ୍ଜାବକୁ ୧୮୩ ରନରେ ଅଟକାଇ ଦେଇଥିଲା।

Cricket IPL Hardik Pandya IPL 2024