Advertisment

ଟିମ୍‌ ଇଣ୍ଡିଆକୁ ଶକ୍ତ ଝଟକା; ‍ବିଶ୍ୱକପରୁ ପାଣ୍ଡ୍ୟା ଆଉଟ୍

ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ସେମି ଫାଇନାଲ ନଚେତ ଫାଇନାଲରେ ଦଳକୁ ଫେରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱାର୍ଲ୍ଡ କପ୍‌-୨୦୨୩ରୁ ବାହାର ହୋଇଯାଇଛନ୍ତି। ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। 

Advertisment

ଆହତଜନିତ ସମସ୍ୟାରୁ ମୁକୁଳି ହାର୍ଦ୍ଦିକ ପାଣ୍ଡ୍ୟା ସେମି ଫାଇନାଲ ନଚେତ ଫାଇନାଲରେ ଦଳକୁ ଫେରିବେ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଥିଲେ। ମାତ୍ର ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି ହୋଇଛି।

ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର। କିନ୍ତୁ ଏପର୍ଯ୍ୟନ୍ତ ସେ ଏହି ସମସ୍ୟାରୁ  ମୁକୁଳି ପାରି ନାହାନ୍ତି।

Advertisment

ଚଳିତ ୱାର୍ଲ୍ଡ କପ୍‌ରେ ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଦଳ ୭ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚର ବିଜେତା ହୋଇ ପାରିଛି। ଆସନ୍ତା ୫ ତାରିଖରେ ଭାରତୀୟ ଦଳ ସାଉଥ ଆଫ୍ରିକ ସହ ଓ ୧୨ ତାରିଖରେ ନେଦରଲାଣ୍ଡକୁ ଭେଟିବ । ଏହାପରେ ୧୫ କିମ୍ବା ୧୬ ତାରିଖରେ ସେମି ଫାଇନାଲ ଓ ୧୯ ତାରିଖରେ ହେବ ୱାର୍ଲ୍ଡ କପ୍‌ ଫାଇନାଲ ମ୍ୟାଚ ।

Cricket ICC Men’s Cricket World Cup 2023 ICC World Cup 2023 ICC World Cup