ମୁମ୍ବାଇ ଇଣ୍ଡିଆନ୍ସ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦର ବିଶାଳ ୨୭୭ ରନର ସ୍କୋର୍ ସମସ୍ତଙ୍କୁ ଚକିତ କରିଛି। ଆଇପିଏଲ ଇତିହାସରେ ବିରଳ ରେକର୍ଡ କରି ହାଇଦ୍ରାବାଦ ଯେତିକି ପ୍ରଶଂସିତ ନ ହେଉଛି ତାଠୁ ଅଧିକ ସମାଲୋଚନାର ଶିକାର ହେଉଛି ମୁମ୍ବାଇ।
ଏଥିପାଇଁ କ୍ରିକେଟ ପ୍ରେମୀ ନୂଆ କରି ନେତୃତ୍ୱ ନେଇଥିବା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରୁଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ କ୍ରିକେଟର ଇର୍ଫାନ ପଠାନ ମଧ୍ୟ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ଇର୍ଫାନ ପଠାନ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଅତି ସାଧାରଣ ଥିଲା ବୋଲି କହିବା ସହ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ସେ ପ୍ରଥମ ଓଭର ବୋଲିଂ କରିବା ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ବିରକ୍ତ ଭାବ ପ୍ରକାଶ କରିଛନ୍ତି।
The captaincy of Hardik Pandya has been ordinary to say the least. Keeping Bumrah away for too long when the carnage was on was beyond my understanding.
— Irfan Pathan (@IrfanPathan) March 27, 2024
ପଠାନ ଏକ୍ସ ପୋଷ୍ଟରେ କହିଛନ୍ତି, "ବୁମ୍ରାଙ୍କୁ ବିଳମ୍ବରେ ବୋଲିଂ ଦେବାର କାରଣ କଣ ମୁଁ ବୁଝିପାରୁନି। ୨୭୮ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ୨୪୬/୫ ରନ୍ କରିଥିଲା। ପାଣ୍ଡ୍ୟା କିନ୍ତୁ ୨୦ ବଲରେ ୨୪ ରନ୍ କଲେ।
If the whole team is playing with the strike of 200, Captain can’t bat with the batting strike rate of 120.
— Irfan Pathan (@IrfanPathan) March 27, 2024
ଯଦି ଅନ୍ୟ ଖେଳାଳିମାନେ ୨୦୦ ଷ୍ଟ୍ରାଇକ୍ ରେଟ୍ ସହ ଖେଳୁଥିଲେ, ତେବେ କ୍ୟାପ୍ଟେନ ୧୨୦ ଷ୍ଟ୍ରାଇକ୍ ରେଟ୍ ସହ ବ୍ୟାଟିଂ କଲେ। କିଏ କଣ କେବେ ଭାବିଥିଲା ମୁମ୍ବାଇ ବିପକ୍ଷରେ କୌଣସି ଦଳ ଏତେ ସ୍କୋର୍ କରିପାରିବ।"
Who would have thought a record score of IPL would be against MI. Crazy hitting from SRH. #SRHvMI
— Irfan Pathan (@IrfanPathan) March 27, 2024
ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ୨୭୮ ରନର ଟାର୍ଗେଟକୁ ପିଛା କରି ୫ ୱିକେଟ ହରାଇ ୨୪୬ରେ ଅଟକି ଯାଇଥିଲା। ରୋହିତ ଶର୍ମା ୨୬(୧୨), ଇଶାନ କିଶାନ ୩୪(୧୩), ନମନ ଧୀର ୩୦(୧୪), ତିଲକ ବର୍ମା ୬୪(୩୪), ଟିମ ଡାଭିଡ ୨୨(୪୨), ରୋମାରିଓ ଶେଫର୍ଡ ୧୫(୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୨୦ ବଲରେ ୨୪ ରନ୍ କରିଥିଲେ। ଟିମ୍ ଡାଭିଡ ଓ ରୋମାରିଓ ଅପରାଜିତ ରହିଥିଲେ।
ଏହି ପରାଜୟ ସହ କ୍ରମାଗତ ଭାବେ ମୁମ୍ବାଇ ହାତରୁ ଦୁଇଟି ମ୍ୟାଚ୍ ଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ପରାଜୟ ହୋଇଥିଲା ଟିମ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।