Advertisment

'ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଅତି ସାଧାରଣ ଥିଲା, ମୁଁ ବୁଝିପାରୁନି...'

ହାଇଦ୍ରାବାଦର ବିପକ୍ଷରେ ମୁମ୍ବାଇର ପରାଜୟ ପରେ ଏପରି କହିଲେ ଇର୍ଫାନ ପଠାନ।

ଅଦ୍ୟତନ ହୋଇଛି
Hardik Pandya & Irfan Pathan

Hardik Pandya & Irfan Pathan

Advertisment

ମୁମ୍ବାଇ ଇଣ୍ଡିଆନ୍ସ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦର ବିଶାଳ ୨୭୭ ରନର ସ୍କୋର୍ ସମସ୍ତଙ୍କୁ ଚକିତ କରିଛି। ଆଇପିଏଲ ଇତିହାସରେ ବିରଳ ରେକର୍ଡ କରି ହାଇଦ୍ରାବାଦ ଯେତିକି ପ୍ରଶଂସିତ ନ ହେଉଛି ତାଠୁ ଅଧିକ ସମାଲୋଚନାର ଶିକାର ହେଉଛି ମୁମ୍ବାଇ।

Advertisment

ଏଥିପାଇଁ କ୍ରିକେଟ ପ୍ରେମୀ ନୂଆ କରି ନେତୃତ୍ୱ ନେଇଥିବା ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରୁଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ କ୍ରିକେଟର ଇର୍ଫାନ ପଠାନ ମଧ୍ୟ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ଇର୍ଫାନ ପଠାନ ହାର୍ଦ୍ଦିକଙ୍କ ଅଧିନାୟକତ୍ୱ ଅତି ସାଧାରଣ ଥିଲା ବୋଲି କହିବା ସହ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ସେ ପ୍ରଥମ ଓଭର ବୋଲିଂ କରିବା ଏବଂ ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ବିରକ୍ତ ଭାବ ପ୍ରକାଶ କରିଛନ୍ତି। 

Advertisment

ପଠାନ ଏକ୍ସ ପୋଷ୍ଟରେ କହିଛନ୍ତି, "ବୁମ୍ରାଙ୍କୁ ବିଳମ୍ବରେ ବୋଲିଂ ଦେବାର କାରଣ କଣ ମୁଁ ବୁଝିପାରୁନି। ୨୭୮ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ୨୪୬/୫ ରନ୍ କରିଥିଲା। ପାଣ୍ଡ୍ୟା କିନ୍ତୁ ୨୦ ବଲରେ ୨୪ ରନ୍ କଲେ।

ଯଦି ଅନ୍ୟ ଖେଳାଳିମାନେ ୨୦୦ ଷ୍ଟ୍ରାଇକ୍ ରେଟ୍ ସହ ଖେଳୁଥିଲେ, ତେବେ କ୍ୟାପ୍ଟେନ ୧୨୦ ଷ୍ଟ୍ରାଇକ୍ ରେଟ୍ ସହ ବ୍ୟାଟିଂ କଲେ। କିଏ କଣ କେବେ ଭାବିଥିଲା ମୁମ୍ବାଇ ବିପକ୍ଷରେ କୌଣସି ଦଳ ଏତେ ସ୍କୋର୍ କରିପାରିବ।"

ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ୨୭୮ ରନର ଟାର୍ଗେଟକୁ ପିଛା କରି ୫ ୱିକେଟ ହରାଇ ୨୪୬ରେ ଅଟକି ଯାଇଥିଲା। ରୋହିତ ଶର୍ମା ୨୬(୧୨), ଇଶାନ କିଶାନ ୩୪(୧୩), ନମନ ଧୀର ୩୦(୧୪), ତିଲକ ବର୍ମା ୬୪(୩୪), ଟିମ ଡାଭିଡ ୨୨(୪୨), ରୋମାରିଓ ଶେଫର୍ଡ ୧୫(୬) ରନ୍ କରିଥିବା ବେଳେ ହାର୍ଦ୍ଦିକ ୨୦ ବଲରେ ୨୪ ରନ୍ କରିଥିଲେ। ଟିମ୍ ଡାଭିଡ ଓ ରୋମାରିଓ ଅପରାଜିତ ରହିଥିଲେ।

ଏହି ପରାଜୟ ସହ କ୍ରମାଗତ ଭାବେ ମୁମ୍ବାଇ ହାତରୁ ଦୁଇଟି ମ୍ୟାଚ୍ ଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ପରାଜୟ ହୋଇଥିଲା ଟିମ୍।

MI IPL 2024 Hardik Pandya SRH Irfan Pathan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe