Advertisment

ଠକେଇର ଶିକାର ହେଲେ ପାଣ୍ଡ୍ୟା ବ୍ରଦର୍ସ, କୋଟି କୋଟି ଟଙ୍କା ଠକି ନେଲା ସାବତ ଭାଇ

ଇଓଡବ୍ଲୁ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରି ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛି।

hardik and Krunal

hardik and Krunal

Advertisment

ଆଇପିଏଲ୍‌ ମଝିରେ ଠକେଇର ଶିକାର ହେଲେ ପାଣ୍ଡ୍ୟା ବ୍ରଦର୍ସ। ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲକ୍ଷ୍ନୌ ଜିଆଣ୍ଟସ୍‌ର ଅଲ୍‌ରାଉଣ୍ଡର କୃଣାଳ ପାଣ୍ଡ୍ୟାଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ ହୋଇଛି। ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି।

Advertisment

ପାଣ୍ଡ୍ୟା ବ୍ରଦର୍ସଙ୍କୁ ଠାରୁ ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୈଭବ ପାଣ୍‌ୟାଙ୍କୁ ମୁମ୍ବାଇର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଗିରଫ କରିଛି।

୨୦୨୧ରେ ହାର୍ଦ୍ଦିକ ଓ କୃଣାଲଙ୍କ ସହ ମିଶି ବୈଭବ ଏକ ପଲିମର ବିଜନେସ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀରେ ହାର୍ଦ୍ଦିକ ଏବଂ କୃଣାଳଙ୍କ ୪୦-୪୦ ପ୍ରତିଶତ ଅଂଶ ଥିବାବେଳେ ଭାଇବାଭଙ୍କର ୨୦ ପ୍ରତିଶତ ଭାଗିଦାରୀ ଥିଲା।

Advertisment

ପାର୍ଟନରସିପ୍‌ର ସର୍ତ୍ତ ଅନୁଯାୟୀ, ଏହି କମ୍ପାନୀର ଲାଭ ଭାଗିଦାରୀର ଅଂଶ ଅନୁଯାୟୀ ହାର୍ଦ୍ଦିକ, କୃଣାଲ ଏବଂ ବୈଭବଙ୍କ ମଧ୍ୟରେ ବାଣ୍ଟିବାର ଥିଲା। କିନ୍ତୁ ହାର୍ଦ୍ଦିକ ଏବଂ କୃଣାଲଙ୍କୁ କମ୍ପାନୀର ଲାଭ ଟଙ୍କା ଦେବା ପରିବର୍ତ୍ତେ ଅଭିଯୁକ୍ତ ବୈଭବ ଏକ ଅନ୍ୟ କମ୍ପାନୀ ଖୋଲି ସେଠାକୁ ଲାଭ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ।

ଏହି କାରଣରୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପ୍ରାୟ ୪.୩ କୋଟିର କ୍ଷତି ସହିବାକୁ ପଡିଥିଲା।  ହାର୍ଦ୍ଦିକଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲୁ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରି ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛି।

କହିରଖୁ ଯେ, ଉଭୟ ଭାଇ ହାର୍ଦ୍ଦିକ ଓ କୃଣାଲ ବର୍ତ୍ତମାନ ଆଇପିଏଲ୍ ୨୦୨୪ ରେ ନିଜ ନିଜ ଦଳ ପାଇଁ ଖେଳୁଛନ୍ତି। ଉଭୟ ଆଇପିଏଲ୍‌ ମ୍ୟାଚ୍‌ ପାଇଁ ବ୍ୟସ୍ତ ଅଛନ୍ତି।

Hardik Pandya Mumbai Police IPL 2024 Krunal Pandya Stepbrother Vaibhav Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe