Advertisment

ଟି-୨୦ରେ ପାଣ୍ଡ୍ୟା କ୍ୟାପ୍ଟେନ୍‌, ଖେଳିବେନି ଦିନିକିଆ ସିରିଜ୍‌!

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍‌ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ଯାଏ ଚାଲିବ। ଏହାପରେ ଅଗଷ୍ଟ ୨ରୁ ୭ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
Hardik

Hardik

Advertisment

ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ କମାଣ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିବେ ବୋଲି ନିଶ୍ଚିତ ହୋଇଛି। କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

Advertisment

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ରୋହିତ ଶର୍ମାଙ୍କ ଅଧୀନରେ ପାଣ୍ଡ୍ୟା ଟି-୨୦ର ଉପ ଅଧିନାୟକ ଥିଲେ। ଏବେ ସେ ପୂରା ଫିଟ ଅଛନ୍ତି ଓ ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଟି-୨୦ ସିରିଜରେ ମଧ୍ୟ ଉପଲବ୍ଧ ରହିବେ। ସେ ହିଁ ଉକ୍ତ ସିରିଜରେ ଭାରତର ନେତୃତ୍ୱ ନେବେ।”

ଗତ ମାସରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଅବସର ନେଇଥିଲେ। ଏହାପରେ ପାଣ୍ଡ୍ୟା ଭାରତର କମାଣ ଟି-୨୦ରେ ସମ୍ଭାଳିବେ ବୋଲି ଏକ ପ୍ରକାରର ନିଶ୍ଚିତ ହୋଇଥିଲା।

Advertisment

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍‌ ଜୁଲାଇ ୨୭ରୁ ଆରମ୍ଭ ହୋଇ ୩୦ ଯାଏ ଚାଲିବ। ଏହାପରେ ଅଗଷ୍ଟ ୨ରୁ ୭ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏହି ସିରିଜ ପାଇଁ ଖୁବଶୀଘ୍ର ଭାରତୀୟ ସ୍କ୍ୱାଡ ଘୋଷଣା ହେବାର ଅଛି।

ପାଣ୍ଡ୍ୟା ଅଧିନାୟକ ହେବାକୁ ଯାଉଥିବା ବେଳେ ତାଙ୍କ ଡେପୁଟି କିଏ ହେବେ, ସେକଥା ସ୍ପଷ୍ଟ ହୋଇନି। ନିକଟରେ ଶୁବମନ ଗିଲଙ୍କ କ୍ୟାପ୍ଟେନ୍ସିରେ ଭାରତ ୪-୧ରେ ଜିମ୍ବାୱେକୁ ହରାଇଥିଲା। ସେହିପରି ଗତବର୍ଷ ସୂର୍ଯ୍ୟ କୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କମାଣ ସମ୍ଭାଳିଥିଲେ। ତେଣୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପାଣ୍ତ୍ୟାଙ୍କ ଡେପୁଟି ହୋଇପାରନ୍ତି।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ପାଣ୍ଡ୍ୟା ଅନୁପସ୍ଥିତ ରହିବେ। ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ବିଶ୍ରାମ ମିଳିପାରେ। ଏପରି ସ୍ଥିତିରେ କେଏଲ ରାହୁଲ ଦିନିକିଆରେ ଭାରତର କମାଣ ସମ୍ଭାଳି ପାରନ୍ତି। ନଚେତ କ୍ୟାପ୍ଟେନ୍ସି ଦାୟିତ୍ୱ ନେବାକୁ ଶୁବମନ ଗିଲ ରହିଛନ୍ତି।

Hardik Pandya T20 Match T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe