Advertisment

ଅଗସ୍ତ୍ୟା ଓ ନତାଶାଙ୍କୁ ମିସ୍‌ କରୁଛନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍‌ ଜୁଲାଇ ୩୦ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବାପା ହେବା ପରେ ହାର୍ଦ୍ଦିକ ପୁଅର ଫଟୋ ସୋଶାଲ ମିଡିଆରେ ଶେୟାର୍ କରିବା ପରେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଆଜି ହାର୍ଦ୍ଦିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ କଲ୍‌ର ଏକ ସ୍କ୍ରିନ୍‌ସଟ୍‌ ଶେୟାର୍ କରିଛନ୍ତି। ଯେଉଁଥିରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଓ ପୁଅ ଅଗସ୍ତ୍ୟା ରହିଛନ୍ତି। ଫଟୋଟିକୁ ଶେୟାର୍ […]

ଅଗସ୍ତ୍ୟା ଓ ନତାଶାଙ୍କୁ ମିସ୍‌ କରୁଛନ୍ତି ହାର୍ଦ୍ଦିକ

hardik

Advertisment

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍‌ ଜୁଲାଇ ୩୦ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବାପା ହେବା ପରେ ହାର୍ଦ୍ଦିକ ପୁଅର ଫଟୋ ସୋଶାଲ ମିଡିଆରେ ଶେୟାର୍ କରିବା ପରେ ଚାରିଆଡ଼ୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

Advertisment

ଆଜି ହାର୍ଦ୍ଦିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ କଲ୍‌ର ଏକ ସ୍କ୍ରିନ୍‌ସଟ୍‌ ଶେୟାର୍ କରିଛନ୍ତି। ଯେଉଁଥିରେ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଓ ପୁଅ ଅଗସ୍ତ୍ୟା ରହିଛନ୍ତି। ଫଟୋଟିକୁ ଶେୟାର୍ କରି ହାର୍ଦ୍ଦିକ ଲେଖିଛନ୍ତି, ମୋର ଦୁଇଟି ପରୀଙ୍କୁ ମୁଁ ମିସ୍‌ କରୁଛି। ତୁମ ଦୁହିଁଙ୍କୁ ଜୀବନରେ ପାଇବା ମୋ ପାଇଁ ଏକ ଆଶୀର୍ବାଦ।

https://www.instagram.com/p/CEQxSnil5om/?utm_source=ig_web_copy_link

ହାର୍ଦ୍ଦିକଙ୍କର ଏହି ପୋଷ୍ଟରେ ନତାଶା ମଧ୍ୟ ରିପ୍ଲାଏ ଦେଇ ଲେଖିଛନ୍ତି, ‘ଆମେ ଦୁହେଁ ମଧ୍ୟ ତୁମକୁ ବହୁତ ଭଲପାଉ ଓ ମିସ୍‌ କରୁଛୁ।’

Advertisment

ଏବେ ହାର୍ଦ୍ଦିକ ଆଇପିଏଲ୍‌ ମ୍ୟାଚ୍‌ ଖେଳିବା ପାଇଁ ପରିବାରଠାରୁ ଦୂରରେ ଅବୁଧାବିରେ ରହିଛନ୍ତି। ସେଠାରେ ରହି ସେ ତାଙ୍କର କୁନି ପୁଅ ଅଗସ୍ତ୍ୟା ଓ ପତ୍ନୀ ନତାଶାଙ୍କୁ ମନେ ପକାଉଛନ୍ତି।

ନିକଟରେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ହାର୍ଦ୍ଦିକ ତାଙ୍କ ପୁଅର ନାମ ‘ଅଗସ୍ତ୍ୟା’ ରଖିଛନ୍ତି ବୋଲି ଫ୍ୟାନ୍ସଙ୍କୁ ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe