Advertisment

ୱେଷ୍ଟଇଣ୍ଡିଜ ବୋର୍ଡକୁ ତୀବ୍ର ସମାଲୋଚନା କଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ କ୍ରିକେଟର୍ସଙ୍କ ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ଇଣ୍ଡିଜ ବୋର୍ଡ ଅସମର୍ଥ ହେଉଛି ବୋଲି ହାର୍ଦ୍ଦିକ କହିଛନ୍ତି।

author-image
Hemant Lenka
Hardik Pandya

Hardik Pandya

ଭାରତୀୟ ଯୁବ ବାହିନୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିଲେ ମଧ୍ୟ ଦଳର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ନାହାନ୍ତି। ତେବେ ଟିମର ପ୍ରଦର୍ଶନକୁ ନେଇ ନୁହେଁ, ବରଂ ୱେଷ୍ଟଇଣ୍ଡିଜ୍‌ରେ ଖେଳାଳିଙ୍କୁ ମିଳିଥିବା ଆତିଥ୍ୟକୁ ନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଭାରତୀୟ କ୍ରିକେଟର୍ସଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ଇଣ୍ଡିଜ ବୋର୍ଡ ଅସମର୍ଥ ହେଉଛି ବୋଲି ହାର୍ଦ୍ଦିକ କହିଛନ୍ତି। ଦଳ କୌଣସି ଲକ୍ଜୁରୀ ଜିନିଷ ଚାହୁଁ ନାହିଁ। କିନ୍ତୁ ଆସନ୍ତାଥର ଭାରତୀୟ ଟିମ ଏଠାକୁ ଆସିବା ବେଳେ ଇଣ୍ଡିଜ୍‌ ବୋର୍ଡ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ସହ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟ-୨୦ ସିରିଜ ଖେଳିବାକୁ ସେଠାକୁ ଯାଇଛି। ଟେଷ୍ଟ ଓ ଦିନିକିଆ ସିରିଜ ଶେଷ ହୋଇଥିବା ବେଳେ ଟି-୨୦ ସିରିଜ ଏଯାଏ ଆରମ୍ଭ ହୋଇନି। କିନ୍ତୁ ହାର୍ଦ୍ଦିକ ଶେଷ ଦିନିକିଆ ପରେ ଇଣ୍ଡିଜ ବୋର୍ଡ ଖେଳାଳିଙ୍କ ମୌଳିକ ଆବଶ୍ୟକତା ପୂରଣ କରି ପାରୁ ନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି, “ଏହା ଆମେ ଖେଳିଥିବା ପଡ଼ିଆ ମଧ୍ୟରୁ ସବୁ ଠାରୁ ଭଲ। ଆମର ଆଶା ପରବର୍ତ୍ତୀ ସମୟରେ ଆମେ ୱେଷ୍ଟଇଣ୍ଡିଜ ଗସ୍ତରେ ଆସିବା ବେଳେ ସବୁ କିଛି ଆହୁରି ଭଲ ହେବ। ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଆବଶ୍ୟକତାକୁ ମ୍ୟାନେଜ କରିବାରେ ୱେଷ୍ଟଇଣ୍ଡିଜ ବୋର୍ଡ ସକ୍ଷମ ହେବ। ଗତବର୍ଷ ବି କିଛି ସମସ୍ୟା ହୋଇଥିଲା।

ମୋତେ ଲାଗୁଛି ଯେ ୱେଷ୍ଟଣ୍ଡିଜ କ୍ରିକେଟ ବୋର୍ଡ ଏସବୁ ଦିଗ ଉପରେ ଧ୍ୟାନ ଦେବାର ସମୟ ଆସି ଯାଇଛି। ଏଥିସହ ଆଗକୁ ଏଠାକୁ ଆସୁଥିବା ଟିମଗୁଡ଼ିକ ଯେମିତି କୌଣସି ମୌଳିକ ଆବଶ୍ୟକତା ଜନିତ ସମସ୍ୟାର ସମ୍ମୁଖୀନ ନ ହେବେ, ସେକଥାକୁ ମଧ୍ୟ ନିଶ୍ଚିତ କରିବ। ଆମେ ଅତ୍ୟାଧୁନିକ ସେବା ମାଗୁନାହୁଁ। କିନ୍ତୁ ଇଣ୍ଡିଜ ବୋର୍ଡକୁ କିଛି ନିର୍ଦ୍ଦିଷ୍ଟ ତଥା ମୌଳିକ ଆବଶ୍ୟକତା ଉପରେ ନଜର ରଖିବାକୁ ପଡ଼ିବ।”

ମ୍ୟାଚ୍‌ କଥା ବିଚାରକୁ ନେଲେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୫୧ ରନ କରିଥିଲା। ଏହାର ଜବାବରେ ଇଣ୍ଡିଜ୍ ଟିମ ସମସ୍ତ ୱିକେଟ ହରାଇ ୧୫୧ ରନ କରିଥିଲା। 

ଭାରତ ଏହି ମ୍ୟାଚ୍‌କୁ ୨୦୦ ରନରେ ଜିତିବା ସହ ସିରିଜକୁ ୨-୧ରେ କବଜା କରିଥିଲା। ଦ୍ୱିତୀୟ ଦିନିକିଆ ଭଳି ଶେଷ ମ୍ୟାଚ୍‌ରେ ମଧ୍ୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ବିରାଟ କୋହଲି ଖେଳୁ ନଥିଲେ।

Indian Cricket Team Cricket Hardik Pandya INDvsWI