Advertisment

ମ୍ୟାଚ୍‌ ଅଧାରୁ ସ୍କାନ ପାଇଁ ହସ୍ପିଟାଲ ଗଲେ ପାଣ୍ଡ୍ୟା

ପ୍ରାଥମିକ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ତାଙ୍କୁ ସ୍କାନ ପାଇଁ ହସ୍ପିଟାଲକୁ ନିଆଯାଇଛି

author-image
Hemant Lenka
Hardik

Hardik

ବାଂଲାଦେଶ ବିପକ୍ଷରେ ବିଶ୍ୱକପ ମ୍ୟାଚ୍‌ ଖେଳୁଥିବା ଟିମ ଇଣ୍ଡିଆ ପାଇଁ ଆସିଛି ଖରାପ ଖବର। ମ୍ୟାଚ୍‌ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବୋଲିଂ କରିବା ବେଳେ ପାଣ୍ଡ୍ୟାଙ୍କ ବାମ ଗୋଡ଼ର ଗୋଇଠି ମୋଡ଼ି ହୋଇ ଯାଇଥିଲା।

Advertisment

ପ୍ରାଥମିକ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ତାଙ୍କୁ ସ୍କାନ ପାଇଁ ହସ୍ପିଟାଲକୁ ନିଆଯାଇଛି। ସ୍କାନ ପରେ ତାଙ୍କ ଆହତ ସମସ୍ୟା କେତେ ଗୁରୁତର ସେକଥା ଜଣାପଡ଼ିବ। ଏବେ ସମସ୍ତଙ୍କ ନଜର ସ୍କାନ ରିପୋର୍ଟ ଉପରେ ରହିଛି।

ଆଜି ବାଂଲାଦେଶ ଇନିଂସର ୯ମ ଓଭର ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ। ପ୍ରଥମ ବଲରେ ସେ କୌଣସି ରନ ଦେଇ ନଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ବଲରେ ତଞ୍ଜିଦ ହାସନ ତାଙ୍କୁ ଦୁଇଟି ଚୌକା ମାରିଥିଲେ। ତୃତୀୟ ବଲ ବୋଲିଂ କରିବା ବେଳେ ତାଙ୍କ ବାମ ଗୋଡ଼ ଗୋଇଠି ମୋଡ଼ି ହୋଇ ଯାଇଥିଲା। ସେ ତଳେ ମଧ୍ୟ ପଡ଼ି ଯାଇଥିଲେ। 

Advertisment

ସେ ଆଉ ସେଠାରୁ ଉଠିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ତୁରନ୍ତ ଟିମ ଇଣ୍ତିଆର ମେଡିକାଲ ଟିମ ତାଙ୍କର ଚିକିତ୍ସା ପଡ଼ିଆ ଭିତରେ କରିଥିଲେ। ତଥାପି ସେ ଠିକ ଭାବେ ଚାଲିବାକୁ ସକ୍ଷମ ହୋଇ ନଥିଲେ। ତେଣୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ତାଙ୍କ ଓଭର୍‌ର ବାକି ୩ଟି ବଲ ବିରାଟ କୋହଲି ପକାଇଥିଲେ। ଏବେ ବିସିସିଆଇ ଗୋଟିଏ ବିବୃତିରେ କହିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟାକୁ ଯାଞ୍ଚ କରାଯାଉଛି ଓ ତାଙ୍କୁ ସ୍କାନ ପାଇଁ ନିଆଯାଇଛି।

ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଗୁରୁତର ଥିବା ଜଣାପଡ଼ୁଛି। ତେଣୁ ସେ ଭାରତର ବୋଲିଂ ବେଳେ ଆଉ ଆଜି ନଜର ନ ଆସି ପାରନ୍ତି। ୨୦୧୯ ବିଶ୍ୱକପ ବେଳେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ବେଳେ ପିଠି ଜନିତ ଆହତ ସମସ୍ୟାରେ ପଡ଼ିଥିଲେ। ତେଣୁ ତାଙ୍କୁ ବିଶ୍ୱକପରୁ ବାଦ ହେବାକୁ ପଡ଼ିଥିଲା।

Hardik Pandya ICC ICC Men’s Cricket World Cup 2023 ICC World Cup 2023