Advertisment

ବିଶ୍ୱକପ୍ କ୍ରିକେଟ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା

ଧର୍ମଶାଳା ଯିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା। ସେ ସିଧା ଲକ୍ଷ୍ନୌ ଯିବେ।

author-image
Jitendra Garnayak
Pandya

Pandya

ଗୁରୁବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଥିବା ଟିମ୍ ଇଣ୍ଡିଆର ଉପ-ଅଧିନାୟକ ତଥା ଅଲ୍‌-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ବିସିସିଆଇ ପକ୍ଷରୁ ଆଜି ଜାରି କରାଯାଇଥିବା ବିବୃତ୍ତି ଏହି କଥା କୁହାଯାଇଛି।

Advertisment

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ପାଣ୍ଡ୍ୟାଙ୍କୁ ସ୍କାନ ପାଇଁ ନିଆଯାଇଥିଲା। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି। ବିସିସିଆଇର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେ ଟିମ୍ ସହିତ ଧର୍ମଶାଳା ଯିବେ ନାହିଁ। ସେ ସିଧା ଲକ୍ଷ୍ନୌ ଯିବେ, ଯେଉଁଠି ଦଳ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ।

ବିସିସିଆଇ ବିବୃତ୍ତିରୁ ଜଣାପଡ଼ୁଛି ଯେ ଅକ୍ଟୋବର ୨୯ ତାରିଖରେ ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଖେଳିବେ। କାରଣ ସେ ସେଠାରେ ଟିମ୍ ସହିତ ଯୋଗ ଦେବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କାହାକୁ ଟିମ୍‌ରେ ସାମିଲ କରାଯିବ, ସେ ନେଇ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। 

Advertisment

ଗତକାଲି ପୁନେର ଏମ୍‌ସିଏ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ବାଂଲାଦେଶ ଇନିଂସର ନବମ ଓଭରରେ ଲିଟନ ଦାସଙ୍କ ବ୍ୟାଟ୍‌ରୁ ବାହାରିଥିବା ଏକ ଶଟ୍‌କୁ ହାର୍ଦ୍ଦିକ ତାଙ୍କ ଡାହାଣ ଗୋଡ଼ରେ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ତାଙ୍କ ବାମଗୋଡ଼ ମାଡ଼ି ପଡ଼ି ଯାଇଥିଲେ ଓ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ତାଙ୍କୁ ଭୀଷଣ ଯନ୍ତ୍ରଣା ହୋଇଥିଲା। ଏହା ପରେ ସେ ପଡ଼ିଆ ଛାଡ଼ିଥିଲେ।

Hardik Pandya ICC Men’s Cricket World Cup 2023 ICC World Cup 2023