Advertisment

ଧୋନିଙ୍କ ଷ୍ଟାଇଲରେ ବିଶାଳ ଛକା ମାରିଲେ ସୂର୍ଯ୍ୟକୁମାର, ଦେଖିକି ରହିଗଲେ ହାର୍ଦ୍ଦିକ

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଜବରଦସ୍ତ ଫର୍ମରେ ଅଛନ୍ତି। ସୂର୍ଯ୍ୟକୁମାର ପୁଣିଥରେ ପ୍ରମାଣିତ କରିଛନ୍ତି ଯେ କୌଣସି କ୍ରିକେଟିଂ ଶଟ୍ ଖେଳିବାରେ ସେ ମାହିର୍। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି। https://twitter.com/DalAndDeadlift/status/1381983805146157056?s=20 ସେ କେକେଆରର ସବୁଠାରୁ ମହଙ୍ଗା ବୋଲର ପ୍ୟାଟ୍ କମିନ୍ସଙ୍କୁ ଯେଉଁ ଢଙ୍ଗରେ ଛକା ମାରିଲେ, ତାହା ଦେଖି ସମସ୍ତଙ୍କୁ ଦିଲ୍ ଖୁସ୍ ହୋଇଯାଇଛି। ଦଶମ ଓଭରର ପଞ୍ଚମ ବଲରେ ୪୪ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଧୋନିଙ୍କ ଷ୍ଟାଇଲରେ ବିଶାଳ ଛକା ମାରିଲେ ସୂର୍ଯ୍ୟକୁମାର, ଦେଖିକି ରହିଗଲେ ହାର୍ଦ୍ଦିକ

surya-kumar-yadav-and-hardik-pandya

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଜବରଦସ୍ତ ଫର୍ମରେ ଅଛନ୍ତି। ସୂର୍ଯ୍ୟକୁମାର ପୁଣିଥରେ ପ୍ରମାଣିତ କରିଛନ୍ତି ଯେ କୌଣସି କ୍ରିକେଟିଂ ଶଟ୍ ଖେଳିବାରେ ସେ ମାହିର୍। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି।

Advertisment

https://twitter.com/DalAndDeadlift/status/1381983805146157056?s=20

ସେ କେକେଆରର ସବୁଠାରୁ ମହଙ୍ଗା ବୋଲର ପ୍ୟାଟ୍ କମିନ୍ସଙ୍କୁ ଯେଉଁ ଢଙ୍ଗରେ ଛକା ମାରିଲେ, ତାହା ଦେଖି ସମସ୍ତଙ୍କୁ ଦିଲ୍ ଖୁସ୍ ହୋଇଯାଇଛି। ଦଶମ ଓଭରର ପଞ୍ଚମ ବଲରେ ୪୪ ରନରେ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର କମିନ୍ସଙ୍କ ଲେନ୍ଥ ବଲକୁ ଡିପ୍ ସ୍କ୍ୱୋୟାରରେ ଜବରଦସ୍ତ ଶଟ୍ ମାରି ବଲକୁ ଷ୍ଟାଡିୟମ ପାର୍ କରାଇଥିଲେ। ସୂର୍ଯ୍ୟକୁମାର ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଏହି ଶଟଟି ମାରିଥିଲେ। ଏହି ଶଟ୍ ସୂର୍ଯ୍ୟକୁମାର ଜୋରରେ ମାରିଥିଲେ ଯେ ବଲଟି ୯୯ ମିଟର୍ ଦୂରରେ ପଡ଼ିଥିଲା। ଅର୍ଥାତ୍ ସୂର୍ଯ୍ୟକୁମାରଙ୍କ ଛକାର ଦୂରତା ୯୯ ମିଟର୍ ଥିଲା।

ତାଙ୍କର ଏହି ଛକା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ସାଥୀ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଛକା ଦେଖି ଅବାକ୍ ହୋଇପଡ଼ିଥିଲେ। ସୂର୍ଯ୍ୟକୁମାରଙ୍କ ଦ୍ୱାରା ମରାଯାଇଥିବା ଏହି ଛକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

Advertisment

ଏହି ମ୍ୟାଚରେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୫୬ ରନ୍ କରିଥିବା ବେଳେ ସାକିବ୍ ଅଲ୍ ହାସନଙ୍କ ଶିକାର ହୋଇଥିଲା। ତାଙ୍କର କ୍ୟାଚ୍ ଶୁବମନ୍ ଗିଲ୍ ଧରିଥିଲେ। ସୂର୍ଯ୍ୟକୁମାର ୩୬ ବଲରେ ୭ ଚୌକା ଓ ୨ ଛକା ମାରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଆନ୍ଦ୍ରେ ରସେଲଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୂ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାରଙ୍କ ବ୍ୟତୀତ କ୍ୟାପଟେନ୍ ରୋହିତ୍ ଶର୍ମା ୪୩ (୩୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। କେକେଆରର ପ୍ରାୟ ସବୁ ବୋଲର ପ୍ରଶଂସନୀୟ ବୋଲିଂ କରିଛନ୍ତି। କିନ୍ତୁ ରସେଲ୍ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ଟି ୱିକେଟ୍‌ ନେଇ ମୁମ୍ବାଇ ପାଇଁ କାଳ ସାଜିଥିଲେ। ଏବେ ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୧୫୩ ରନ୍ କରିବାକୁ ପଡ଼ିବ।

IPL 2021