Advertisment

ବଡ଼ ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜବତ ହେଲା ୫ କୋଟିର ଘଣ୍ଟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମସ୍ୟା ଥମିବାର ନାଁ ନେଉନାହିଁ। ପ୍ରଥମେ ଟି-୨୦ ବିଶ୍ୱକପରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଓ ପରେ ରେହନୁମା ଭାଟ୍ଟି ନାମକ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଲେ। ଆଉ ଏବେ ତାଙ୍କୁ ୫ କୋଟି ଟଙ୍କାର ଘାଟା ସହିବାକୁ ପଡ଼ିଛି। ହାର୍ଦ୍ଦିକଙ୍କର ୨ଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଛି। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। କଷ୍ଟମ ବିଭାଗ […]

author-image
Ranjit Kumar Jena
ବଡ଼ ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜବତ ହେଲା ୫ କୋଟିର ଘଣ୍ଟା

hardik-pandya

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମସ୍ୟା ଥମିବାର ନାଁ ନେଉନାହିଁ। ପ୍ରଥମେ ଟି-୨୦ ବିଶ୍ୱକପରେ ତାଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଓ ପରେ ରେହନୁମା ଭାଟ୍ଟି ନାମକ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଲେ। ଆଉ ଏବେ ତାଙ୍କୁ ୫ କୋଟି ଟଙ୍କାର ଘାଟା ସହିବାକୁ ପଡ଼ିଛି।

Advertisment

ହାର୍ଦ୍ଦିକଙ୍କର ୨ଟି ଘଣ୍ଟାକୁ କଷ୍ଟମ ବିଭାଗ ଜବତ କରିନେଇଛି। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। କଷ୍ଟମ ବିଭାଗ କହିଛି ଯେ ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାରେ କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ। ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରୁଥିଲେ। କିନ୍ତୁ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଏବଂସ ତାଙ୍କ ଠାରୁ ୨ଟି ଘଣ୍ଟାକୁ ଜବତ କରିଥିଲା।

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ହାର୍ଦ୍ଦିକ ପୂରା ଫ୍ଲପ୍ ରହିଥିଲେ। ବିଶ୍ୱକପରେ ସେ ୩ଟି ଇନିଂସରେ ମାତ୍ର ୬୯ ରନ୍ କରିଥିଲେ। ଏପରିକି ସେ ବେଶୀ ଓଭର ବୋଲିଂ ମଧ୍ୟ କରିନଥିଲେ। ଯେଉଁ କାରଣରୁ ଟିମରେ ତାଙ୍କର ଅଲରାଉଣ୍ଡର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ତାଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟର୍, ହର୍ଷଲ ପଟେଲ ଓ ଆଭେଶ ଖାନଙ୍କୁ ପ୍ରଥମଥର ପାଇଁ ସିନିୟର ଟିମରେ ଏଣ୍ଟ୍ରୀ ମିଳିଛି। ଏହାବ୍ୟତୀତ ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ଟିମରେ ସାମିଲ୍ କରଯାଇଛି।