Advertisment

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡକୁ ଫାଇନାଲ ଟିକେଟ ପାଇଁ ୧୬୯ ରନର ଟାର୍ଗେଟ

ଆଡିଲେଡ: ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଗର୍ଜିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ। ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଛି। ପାଣ୍ଡ୍ୟା ଶେଷ ବଲରେ ଚୌକା ମାରିଥିଲେ ମଧ୍ୟ ସେ ହିଟ୍‌ ୱିକେଟ ହୋଇଯାଇଥିଲେ। ତେଣୁ ଉକ୍ତ ବଲଟି ଡଟ୍‌ ହୋଇଯାଇଛି। ଫଳରେ ବିଶ୍ୱକପ ଫାଇନାଲ ଟିକେଟ ପାଇଁ ଜୋଶ ବଟଲରଙ୍କ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ମିଳିଛି। ପାଣ୍ଡ୍ୟାଙ୍କ ବ୍ୟତୀତ ବିରାଟ […]

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଇଂଲଣ୍ଡକୁ ଫାଇନାଲ ଟିକେଟ ପାଇଁ ୧୬୯ ରନର ଟାର୍ଗେଟ

virat

Advertisment

ଆଡିଲେଡ: ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଗର୍ଜିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ। ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଛି। ପାଣ୍ଡ୍ୟା ଶେଷ ବଲରେ ଚୌକା ମାରିଥିଲେ ମଧ୍ୟ ସେ ହିଟ୍‌ ୱିକେଟ ହୋଇଯାଇଥିଲେ। ତେଣୁ ଉକ୍ତ ବଲଟି ଡଟ୍‌ ହୋଇଯାଇଛି। ଫଳରେ ବିଶ୍ୱକପ ଫାଇନାଲ ଟିକେଟ ପାଇଁ ଜୋଶ ବଟଲରଙ୍କ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ମିଳିଛି।

Advertisment

ପାଣ୍ଡ୍ୟାଙ୍କ ବ୍ୟତୀତ ବିରାଟ କୋହଲି ୫୦ ରନ ଓ ରୋହିତ ଶର୍ମା ୨୭ ରନର ଇନିଂସ ଖେଳିଛନ୍ତି। ସେମି ଫାଇନାଲରେ ଯେଉଁ ଦଳ ଜିତିବ, ଆସନ୍ତା ରବିବାର ପାକିସ୍ତାନ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ।

ଆଡିଲେଡ ଓଭାଲରେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଇନିଂସର ପ୍ରଥମ ବଲରେ କେଏଲ ରାହୁଲ ଚୌକା ମାରି ବେନ ଷ୍ଟୋକ୍ସଙ୍କୁ ସ୍ୱାଗତ କରିଥିଲେ। କିନ୍ତୁ ଦ୍ୱିତୀୟ ଓଭରରେ କ୍ରିସ ୱିକ୍ସ ୫ ରନ କରିଥିବା ରାହୁଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।

Advertisment

ବିରାଟ ଆସୁ ଆସୁ ଗୋଟିଏ ଛକା ମାରିଥିଲେ। ଅନ୍ୟପଟେ କିନ୍ତୁ ରୋହିତ ଶର୍ମା ଶଟ ଠିକ ଭାବେ କନେକ୍ଟ କରିପାରି ନଥିଲେ। ଶେଷରେ ସେ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କ୍ରିସ ଜୋର୍ଡାନଙ୍କ ବଲରେ ୨୭ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟ କୁମାର ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ ବି କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଆଦିଲ ରଶିଦ ନେଇଥିଲେ।

ଏହି ସମୟରେ ଭାରତର ସ୍କୋର ୧୧.୨ ଓଭରରେ ୭୫ ରନ ହୋଇଥିଲା। ଏତିକି ବେଳେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ କାଉଣ୍ଟର ଆଟାକ କରିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ଆରମ୍ଭରୁ ଧିମା ଖେଳୁଥିବା ପାଣ୍ଡ୍ୟା ଶେଷ ଭାଗରେ ବଡ଼ ଶଟ ଖେଳିଥିଲେ। ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୬୧ ରନ ଯୋଡ଼ିଥିଲେ।

ବିରାଟ ଏଥିସହ ଚଳିତ ବିଶ୍ୱକପରେ ନିଜର ୪ର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ସେ ୪୦ ବଲରେ ସମାନ ୫୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ପାଣ୍ଡ୍ୟା ହାର ମାନିବା ମୁଡରେ ନଥିଲେ। ସେ ୧୯ତମ ଓଭରରେ ସେ ସାମ କୁରାନଙ୍କୁ ପ୍ରବଳ ପିଟିଥିଲେ। ଏହି ଓଭରରେ ସେ ଗୋଟିଏ ଛକା ଓ ୨ଟି ଚୌକା ସହ ମୋଟ ୨୦ ରନ ଆଦାୟ କରିଥିଲେ। ଏଥିସହ ୨୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

୧୯ ଓଭର ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୧୫୬ ରନ କରିଥିଲା। ଶେଷ ଓଭରରେ ବୋଲିଂ କରିବାକୁ ଆସିଥିଲେ ଜୋର୍ଡାନ। ପ୍ରଥମ ବଲରେ ପନ୍ତ ୧ ରନ ନେଇଥିବା ବେଳେ ପାଣ୍ଡ୍ୟା ଦ୍ୱିତୀୟ ବଲରେ ସେହି ୧ ରନ କରିବାକୁ ସକ୍ଷମ ହୋଇଥିଲା।

ତୃତୀୟ ବଲ ପନ୍ତ ମିସ୍‌ କରି ଯାଇଥିଲେ। କିନ୍ତୁ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ଦେବାର ଚକରରେ ପନ୍ତ(୬) ରନ ଆଉଟ ହୋଇଯାଇଥିଲେ। ୪ର୍ଥ ବଲରେ ପାଣ୍ଡ୍ୟା ଛକା ମାରିଥିଲେ। ତା’ ପର ବଲ ଚୌକା ହୋଇଥିଲା। କିନ୍ତୁ ଶେଷ ବଲରେ ପାଣ୍ଡ୍ୟା ହିଟ୍‌ ୱିକେଟ ହୋଇଯିବାରୁ ଭାରତ ୬ ୱିକେଟ ହରାଇ ୧୬୮ ରନରେ ଅଟକି ଯାଇଥିଲା। ୩୩ ବଲରେ ୬୩ ରନର ଇନିଂସ ଖେଳିଥିବା ପାଣ୍ଡ୍ୟା ୫ଟି ଛକା ଓ ୪ଟି ଚୌକା ମାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe