Advertisment

ମହିଳା ଟି-୨୦ ବିଶ୍ୱକପ: ହରମନପ୍ରୀତଙ୍କ ଦ୍ରୁତ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ମିଳିଲା ୧୭୩ ରନର ଲକ୍ଷ୍ୟ

ଏହି ଇନିଂସ ବଳରେ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୭୨ ରନ କରିଛି। ଫଳରେ ଏସିଆ କପ ଫାଇନାଲରେ ଭାରତକୁ ମାତ ଦେଇଥିବା ଶ୍ରୀଲଙ୍କାକୁ ୧୭୩ ରନର ଟାର୍ଗେଟ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
India

India

ଚଳିତ ମହିଳା ଟି-୨୦ ବିଶ୍ୱକପର ଜବରଦସ୍ତ ଇନିଂସ ଖେଳିଛନ୍ତି ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର। ସେ ମାତ୍ର ୨୭ ବଲରେ ଅପରାଜିତ ୫୨ ରନ କରିଛନ୍ତି। ଏହାବାଦ ଓପନର ସ୍ମୃତି ମନ୍ଧାନା ୫୦ ଓ ଶେଫାଳି ବର୍ମା ୪୩ ରନର ଇନିଂସ ଖେଳିଛନ୍ତି।

Advertisment

ଏହି ଇନିଂସ ବଳରେ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୭୨ ରନ କରିଛି। ଫଳରେ ଏସିଆ କପ ଫାଇନାଲରେ ଭାରତକୁ ମାତ ଦେଇଥିବା ଶ୍ରୀଲଙ୍କାକୁ ୧୭୩ ରନର ଟାର୍ଗେଟ ମିଳିଛି।

ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ ପାଇଁ ଶେଫାଳି ଓ ମନ୍ଧାନା ୯୮ ରନର ଭାଗିଦାରୀ କରିଥିଲେ। ଫର୍ମ ପାଇଁ ବିଶ୍ୱକପରେ ସଂଘର୍ଷ କରୁଥିବା ମନ୍ଧାନାଙ୍କ ବ୍ୟାଟରୁ ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା।

Advertisment

ତେବେ ସେ ୩୮ ବଲରେ ୫୦ ରନ କରିବା ପରେ ରନ ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ବଲରେ ଶେଫାଳି ମଧ୍ୟ ୪୦ ବଲରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜେମିମା ରୋଡ୍ରିଗସ ୧୦ ବଲରେ ୧୬ ରନ କରିଥିଲେ ହେଁ ତାଙ୍କୁ କାଞ୍ଚନ ଆଉଟ କରି ଦେଇଥିଲେ। ୧୬.୨ ଓଭରରେ ଭାରତର ସ୍କୋର ୧୨୮ ରହିଥିଲା।

ଏତିକି ବେଳେ ଅଧିନାୟକ କୌର ସ୍ଥିତି ସମ୍ଭାଳିଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ରିଚା ଘୋଷ ୬ ବଲରେ ଅପରାଜିତ ୬ ଭୂରପୂର ସାଥ ଦେଇଥିଲେ। ଶେଷରେ ସେ ଭାରତର ସ୍କୋରକୁ ୧୭୦ ପାର କରାଇବା ସହ ଶେଷ ବଲରେ ୪ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କୌର ୨୭ ବଲରେ ଅପରାଜିତ ୫୨ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଗୋଟିଏ ଛକା ମାରିଛନ୍ତି।

ଭାରତ ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୫୮ ରନରେ ହାରି ଯାଇଥିଲା। ଏହାପରେ କିନ୍ତୁ ଦଳ ପାକିସ୍ତାନକୁ ହରାଇଥିଲା। ଆଜି ଭାରତର ମୁକାବିଲା ଶ୍ରୀଲଙ୍କା ସହ ହେଉଛି।

ଭାରତ ପାଖରେ ଏସିଆ କପ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିଛି। ସେହିପରି ବିଶ୍ୱକପରେ ନିଜର ସେମି ଫାଇନାଲ ଆଶା ଉଜ୍ଜିବୀତ ରଖିବା ପାଇଁ ଭାରତକୁ ଆଜି ବଡ଼ ବ୍ୟବଧାନରେ ମଧ୍ୟ ଜିତିବାକୁ ପଡ଼ିବ।

Women Cricket Indian Women Cricket Team Womens T20 World Cup