Advertisment

ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟି-୨୦ ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର ଇତିହାସ ରଚିଛନ୍ତି। ହରମନପ୍ରୀତ ମହିଳା ବିଗ୍ ବ୍ୟାଶ୍ ଲିଗର ଚଳିତ ସିଜନରେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଛି। ଆଉ ଏଥିସହ ସେ ଭାରତର ପ୍ରଥମ ଖେଳାଳି (ଉଭୟ ପୁରୁଷ ଓ ମହିଳା) ଭାବେ ବିବିଏଲରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଛନ୍ତି। ମହିଳା ବିବିଏଲର ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ […]

ଅଦ୍ୟତନ ହୋଇଛି
ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ହରମନପ୍ରୀତ

harmanpreet-kaur

Advertisment

ନୂଆଦିଲ୍ଲୀ: ଭାରତୀୟ ମହିଳା ଟି-୨୦ ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର ଇତିହାସ ରଚିଛନ୍ତି। ହରମନପ୍ରୀତ ମହିଳା ବିଗ୍ ବ୍ୟାଶ୍ ଲିଗର ଚଳିତ ସିଜନରେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍ କରିଛନ୍ତି। ଏଥିପାଇଁ ତାଙ୍କୁ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଛି। ଆଉ ଏଥିସହ ସେ ଭାରତର ପ୍ରଥମ ଖେଳାଳି (ଉଭୟ ପୁରୁଷ ଓ ମହିଳା) ଭାବେ ବିବିଏଲରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଛନ୍ତି।

Advertisment

ମହିଳା ବିବିଏଲର ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଭୋଟିଂ ପ୍ରକ୍ରିୟା ହୋଇଥିଲେ। ଯେଉଁଥିରେ ମେଲବର୍ଣ୍ଣ ରେନିଗେଡ୍ସ ପକ୍ଷରୁ ଖେଳୁଥିବା ହରମନପ୍ରୀତଙ୍କୁ ସର୍ବାଧିକ ୩୧ ଭୋଟ ମିଳିଛି। ଏହି ଦୌଡ଼ରେ ହରମନପ୍ରୀତ ସ୍କର୍ଚର୍ସ ପକ୍ଷରୁ ଖେଳୁଥିବା ସୋଫି ଡିଭାଇନ ଓ ବେଥ୍ ମୁନୀଙ୍କୁ ପଛରେ ପକାଇଛନ୍ତି। ସୋଫି ଓ ମୁନୀ ୨୮ ଲେଖାଏ ଭୋଟ୍ ପାଇଛନ୍ତି।

https://twitter.com/BCCIWomen/status/1463435977825816576?s=20

ଚଳିତ ମହିଳା ବିବିଏଲରେ ହରମନପ୍ରୀତ ୧୧ ଇନିଂସ୍ ଖେଳି ୬୬.୫୦ ହାରରେ ୩୯୯ ରନ୍ ଏବଂଳ ୧୫ ୱିକେଟ୍ ନେଇଛନ୍ତି। ଏହାସହ ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୧୮ ଛକା ମଧ୍ୟ ମାରିଛନ୍ତି। ମହିଳା ବିବିଏଲ୍ ପୂର୍ବରୁ ହରମନପ୍ରୀତ ଫର୍ମ ପାଇଁ ସଂଘର୍ଷ କରିଥିଲେ। କିନ୍ତୁ ବିବିଏଲରେ ସେ ଉଭୟ ବ୍ୟାଟ୍ ଓ ବଲରେ ଦମଦାର ପ୍ରଦର୍ଶନ କରି ଫର୍ମ ଫେରିପାଇଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ ତିନିଥର ପ୍ଲେୟର୍ ଅଫ୍ ଦି ମ୍ୟାନ୍ ବିବେଚିତ ହୋଇଛନ୍ତି।

Advertisment

ଭୋଟିଂ ସିଷ୍ଟମ ୩-୨-୧ ଆଧାରରେ ହୋଇଥିଲା। ଅର୍ଥାତ୍ ଜଣେ ଖେଳାଳି ମ୍ୟାଚ୍ ପିଛା ୬ ଭୋଟ୍ ପାଇବେ। ଆଉ ଏହି ସିଷ୍ଟମ ଆଧାରରେ ହିଁ ହରମନପ୍ରୀତ ସର୍ବାଧିକ ଭୋଟ ପାଇ ବିଜେତା ହୋଇଛନ୍ତି। ଶନିବାର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ହରମନପ୍ରୀତ ଅସୁସ୍ଥତା କାରଣରୁ ଖେଳିପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ରେନିଗେଡ୍ସ ୪୩ ରନରେ ବ୍ରିସବେନ୍ ହିଟ୍ ଠାରୁ ପରାସ୍ତ ହୋଇଥିଲା। ଆସନ୍ତାକାଲି ଆଡିଲେଡ୍ ଓଭାଲରେ ଖେଳାଯିବାକୁ ଥିବା ଷ୍ଟ୍ରାଇକର୍ସ ବିପକ୍ଷ ଚ୍ୟାଲେଞ୍ଜର୍ସ ମ୍ୟାଚରେ ସେ ଖେଳିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ସୂଚନା ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe