Advertisment

ଟି-୨୦ ମହିଳା ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ଝୁଣ୍ଟିଲା ଭାରତ

ଭାରତୀୟ ଟିମକୁ ନ୍ୟୁଜିଲ୍ୟାଣ୍ଡ ୫୮ ରନରେ ହରାଇ ଦେଇଛି। ଏଥିସହ ବିଜୟରୁ ନ୍ୟୁଜିଲ୍ୟାଣ୍ଡ ତା’ର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

NZ

NZ

Advertisment

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଜିତିବା ଲକ୍ଷ୍ୟ ନେଇ ୟୁଏଇକୁ ଯାଇଥିବା ଭାରତୀୟ ମହିଳା ଟିମକୁ ଆରମ୍ଭରୁ ବଡ଼ ଝଟକା ଲାଗିଛି। ଆଜି ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଟିମକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି।

Advertisment

ଭାରତୀୟ ଟିମକୁ ନ୍ୟୁଜିଲ୍ୟାଣ୍ଡ ୫୮ ରନରେ ହରାଇ ଦେଇଛି। ଏଥିସହ ବିଜୟରୁ ନ୍ୟୁଜିଲ୍ୟାଣ୍ଡ ତା’ର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

ଅଧିନାୟକ ଶୋଫି ଡିଭାଇନଙ୍କ ୩୬ ବଲରେ ଅପରାଜିତ ୫୭ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୦ ରନ କରିଥିଲା। ଏହାକୁ ପିଛା କରୁଥିବା ଭାରତୀୟ ଟିମ ନିୟମିତ ବ୍ୟବଧାନରେ ୱିକେଟ ହରାଇ ବହୁ କଷ୍ଟରେ ୧୦୦ ପାର କରିଥିଲା। ତେବେ ପୂରା ଟିମ ୧୯ ଓଭରରେ ଅଲଆଉଟ ହେବା ସହ ୧୦୨ ରନରେ ଅଟକି ଯାଇଥିଲା।

Advertisment

୧୬୧ ରନର ପିଛା କରୁଥିବା ଭାରତୀୟ ଟିମ ଦ୍ୱିତୀୟ ଓଭରରେ ଶେଫାଳି ବର୍ମା(୨)ଙ୍କୁ ହରାଇଥିଲା। ସ୍ମୃତି ମନ୍ଧାନା ୧୨ ଓ ଅଧିନାୟକ ହରମନପ୍ରୀତ କୌର ୧୫ ବେଶୀ କିଛି କରିପାରି ନଥିଲେ। ଜେମିମା ଓ ରିଚା ଘୋଷଙ୍କ ଉପରେ ଦଳ ନିର୍ଭର କରୁଥିଲେ ଦୁହେଁ ଯଥାକ୍ରମେ ୧୩ ଓ ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଗୋଟିଏ ପଟେ ରନର ଚାପ ବଢ଼ୁଥିବା ବେଳେ ଭାରତୀୟ ଟିମ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଅରୁନ୍ଧତି ରେଡ୍ଡୀ ୧ ରନ, ପୂଜା ବସ୍ତ୍ରକର ୮ ରନ ଓ ଦୀପ୍ତି ଶର୍ମା କେବଳ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ।

ଦଳୀୟ ସ୍କୋର ୯୦ ଥିବା ବେଳେ ପୂଜା ୮ମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଶ୍ରୀୟଙ୍କା ପାଟିଲ ଓ ଆଶା ଶୋଭନା ବହୁତ ସଂଘର୍ଷ କରି ୧୯ତମ ଓଭର ପ୍ରଥମ ବଲରେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ଶେଷରେ ୧୯ତମ ଓଭର ବୋଲିଂ କରୁଥିବା ରୋଜମ୍ୟାରୀ ମୈର ଶେଷ ଦୁଇ ବଲରେ ଦୁଇଟି ୱିକେଟ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

T20 World Cup Indian Women Cricket Team Womens T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe