Advertisment

ଟ୍ରିପଲ ଟନ୍‌ ପରେ ହ୍ୟାରୀ ବ୍ରୁକ ମୁଲତାନର ନୂଆ ସୁଲତାନ, ପଛରେ ପଡ଼ିଲେ ବୀରେନ୍ଦ୍ର ସେହୱାଗ

ବ୍ରୁକ ଟ୍ରିପଲ ଟନ୍‌ ପରେ ୨୦ ବର୍ଷ ତଳେ ଭାରତର ବୀରନ୍ଦ୍ର ସେହୱାଗ ମୁଲତନାରେ କରିଥିବା ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ବନି ଯାଇଛନ୍ତି ମୁଲତନାର ନୂଆ ସୁଲତନା। ଆଜି ଯାଏ ସେହୱାଗଙ୍କୁ ମୁଲତାନର ସୁଲତାନ କୁହାଯାଉଥିଲା।

author-image
Hemant Lenka
Haryy Brook

Haryy Brook

ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ ଇଂଲଣ୍ଡର ରନ ବର୍ଷା ଦେଖିବାକୁ ମିଳିଛି। ଜୋ ରୁଟ ୨୬୨ ରନର ଇନିଂସ ଖେଳିଥିବା ବେଳେ ଯୁବ ଖେଳାଳି ହ୍ୟାରୀ ବ୍ରୁକ ହାସଲ କରିଛନ୍ତି ଟ୍ରିପଲ ସେଞ୍ଚୁରୀ।

Advertisment

ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଟ୍ରିପଲ ଟନ୍‌। ସେ ଇଂଲଣ୍ଡର ୬ଷ୍ଠ ଓ ୧୯୯୦ ମସିହା ପରେ ପ୍ରଥମେ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୩୦୦ରୁ ଅଧିକ ରନ କରିବାକୁ ରେକର୍ଡ କରିଛନ୍ତି। ସେହିପରି ୨୦୧୯ ପରେ ଟେଷ୍ଟ କ୍ରିକେଟରେ ପ୍ରଥମ ଟ୍ରିପଲ ଟନ ଦେଖିବାକୁ ମିଳିଛି। ୨୦୧୯ ଆଡିଲେଟ ଟେଷ୍ଟରେ ଡାଭିଡ ୱାର୍ଣ୍ଣର ପାକିସ୍ତାନ ବିପକ୍ଷରେ ୩୩୫ ରନ କରିଥିଲେ। ଏବେ ହ୍ୟାରୀ ବ୍ରୁକ ସେହି ପାକିସ୍ତାନ ବିପକ୍ଷରେ ତ୍ରିଶତକ ହାସଲ କରିଛନ୍ତି। 

ବ୍ରୁକ ଟ୍ରିପଲ ଟନ୍‌ ପରେ ୨୦ ବର୍ଷ ତଳେ ଭାରତର ବୀରନ୍ଦ୍ର ସେହୱାଗ ମୁଲତନାରେ କରିଥିବା ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏଥିସହ ସେ ବନି ଯାଇଛନ୍ତି ମୁଲତନାର ନୂଆ ସୁଲତନା। ଆଜି ଯାଏ ସେହୱାଗଙ୍କୁ ମୁଲତାନର ସୁଲତାନ କୁହାଯାଉଥିଲା।

Advertisment

୨୦୦୪ରେ ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ ସେହୱାଗ ୩୭୫ ବଲରେ ୩୦୯ ରନର ଇନିଂସ ଖେଳିଥିଲେ। ଭାରତ ବିଶାଳ ୬୭୫ ରନ କରିବା ପରେ ପ୍ରଥମ ପାଳି ଘୋଷଣା କରିଥିଲା। ହେଲେ ଇଂଲଣ୍ଡ ବ୍ରୁକଙ୍କ ୩୧୭ ଓ ରୁଟଙ୍କ ୨୬୨ ରନ ବଳରେ ୮୨୩/୭ରେ ପାଳି ଘୋଷଣା କରିଛି।

ବ୍ରୁକ ପାକିସ୍ତାନର ସାମି ଆୟୁବଙ୍କୁ ଚୌକା ମାରି ଚମତ୍କାର ଢଙ୍ଗରେ ମାତ୍ର ୩୧୦ ବଲରେ ଟ୍ରିପଲ ସେଞ୍ଚୁରୀ ହାସଲ କରିଥିଲେ। ଏହା ଦ୍ୱିତୀୟ ଦ୍ରୁତତମ ଟେଷ୍ଟ ତ୍ରିଶତକ। ଟେଷ୍ଟ କ୍ରିକେଟରେ ଦ୍ରୁତତମ ଟ୍ରିପଲ ସେଞ୍ଚୁରୀର ରେକର୍ଡ ବୀରେନ୍ଦ୍ର ସେହୱାଗଙ୍କ ନାଁରେ ରହିଛି। ସେ ୨୦୦୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚେନ୍ନାଇ ଟେଷ୍ଟରେ ମାତ୍ର ୨୭୮ ବଲରେ ୩୦୦ ରନ କରିଥିଲେ।

ବ୍ରୁକ ଆଜି ୩୧୦ ବଳେ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ତ୍ରିଶତକ ହାସଲ କରିବା ପରେ ସେ ଆଉ ୧୭ ରନ କରି ସାମି ଆୟୁବଙ୍କ ବଲରେ ଆଉଟ ହୋଇଥିଲେ। ନିଜର ଏହି ରେକର୍ଡ ବ୍ରେକିଂ ଇନିଂସରେ ସେ ୨୯ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ଏହାବାଦ ବ୍ରୁକ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ପାକିସ୍ତାନ ମାଟିରେ କୌଣସି ବିଦେଶୀ ଖେଳାଳି ଟେଷ୍ଟ କ୍ରିକେଟରେ ଏତେ ରନ କରିବା ଦ୍ୱିତୀୟ ଘଟଣା। ବ୍ରୁକ ୧ନଂ ସ୍ଥାନରେ ଥିବା ମାର୍କ ଟେଲରଙ୍କ ଠାରୁ ୧୭ ରନ ପଛରେ ରହି ଯାଇଛନ୍ତି।

୧୯୯୮ରେ ଟେଲର ପେଶାୱରରେ ଅପରାଜିତ ୩୩୪ ରନ ଇନିଂସ ଖେଳିଥିଲେ। ତେବେ ସେହୱାଗଙ୍କ ୩୦୯ ପରେ ଆଜି ବ୍ରୁକ ୩୧୭ ରନ କରି ମୁଲତାନରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।

ପାକିସ୍ତାନରେ ସର୍ବାଧିକ ରନ କରିଥିବା ବିଦେଶୀ ଖେଳାଳିଙ୍କ ତାଲିକାର ୪ର୍ଥ ସ୍ଥାନରେ ରାହୁଲ ଡ୍ରାଭିଡ(୨୭୦) ଓ ୫ମରେ ଜୋ ରୁଟ(୨୬୨) ରହିଛନ୍ତି।

Pakistan England Test Cricket Test Match Harry Brook