Advertisment

ଅଲରାଉଣ୍ଡର୍ ମାଲାମାଲ୍, ୧୦.୭୫ କୋଟିରେ ନିଲାମ ହେଲେ ହର୍ଷଲ ଓ ହସରଙ୍ଗା

ବେଙ୍ଗାଲୁରୁ: ଆଇପିଏଲ୍ ନିଲାମରେ ଦବଦବା ଦେଖାଇଛନ୍ତି ଅଲରାଉଣ୍ଡର। ପୂର୍ବ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ହର୍ଷଲ ପଟେଲ୍ ଓ ୱାନିନ୍ଦୁ ହସରଙ୍ଗା ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ଏହି ଅଲରାଉଣ୍ଡରଙ୍କୁ ଆରସିବି ପୁଣିଥରେ କିଣିଛି। ହର୍ଷଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ତାଙ୍କୁ ଆରସିବି ୧୦.୭୫ କୋଟି ଟଙ୍କାରେ କିଣିଛି। ସେହିପରି ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ହସରଙ୍ଗାଙ୍କୁ ମଧ୍ୟ ଆରସିବି ୧୦.୭୫ […]

author-image
Ranjit Kumar Jena
ଅଲରାଉଣ୍ଡର୍ ମାଲାମାଲ୍, ୧୦.୭୫ କୋଟିରେ ନିଲାମ ହେଲେ ହର୍ଷଲ ଓ ହସରଙ୍ଗା

harshal-and-hasaranga

ବେଙ୍ଗାଲୁରୁ: ଆଇପିଏଲ୍ ନିଲାମରେ ଦବଦବା ଦେଖାଇଛନ୍ତି ଅଲରାଉଣ୍ଡର। ପୂର୍ବ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିଥିବା ହର୍ଷଲ ପଟେଲ୍ ଓ ୱାନିନ୍ଦୁ ହସରଙ୍ଗା ୧୦ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି। ଏହି ଅଲରାଉଣ୍ଡରଙ୍କୁ ଆରସିବି ପୁଣିଥରେ କିଣିଛି। ହର୍ଷଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ତାଙ୍କୁ ଆରସିବି ୧୦.୭୫ କୋଟି ଟଙ୍କାରେ କିଣିଛି। ସେହିପରି ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ହସରଙ୍ଗାଙ୍କୁ ମଧ୍ୟ ଆରସିବି ୧୦.୭୫ କୋଟି ଟଙ୍କାରେ ନେଇଛି।

Advertisment

ସେହିପରି ୱେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ପୁଣିଥରେ ନିଜ ଟିମରେ ସାମିଲ୍ କରିଛି ଚେନ୍ନାଇ ସୁପର୍ କିଙ୍ଗସ୍। ବ୍ରାଭୋଙ୍କୁ ଚେନ୍ନାଇ ୪.୪୦ କୋଟି ଟଙ୍କାରେ କିଣିଛି। ଏହାବ୍ୟତୀତ ଭାରତର ଯୁବ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ୮.୭୫ କୋଟି ଟଙ୍କାରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ୱେଷ୍ଟଇଣ୍ଡିଜର ତାରକା ଅଲରାଉଣ୍ଡର ଜେସନ୍ ହୋଲ୍ଡର୍ ୮.୭୫ କୋଟି ଟଙ୍କାରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ ପାଇଁ ନିଲାମ ହୋଇଛନ୍ତି।

ନୀତୀଶ ରାଣା ପୁଣିଥରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) କିଣିଛି। ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ଥିବା ନୀତୀଶଙ୍କୁ ୮ କୋଟି ଟଙ୍କାରେ କିଣିନେଇଛି କେକେଆର। ଅନ୍ୟମାନଙ୍କ ମଧ୍ୟରେ ସ୍ପିନ୍ ଅଲରାଉଣ୍ଡର ତଥା ମୁମ୍ବାଇର ପୂର୍ବତନ ଖେଳାଳି କୃନାଲ୍ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ ଲକ୍ଷ୍ନୌ କିଣିଥିବା ବେଳେ ଦୀପକ ହୁଡାଙ୍କୁ ୫.୭୫ କୋଟି ଟଙ୍କାରେ ଲକ୍ଷ୍ନୌ ଏବଂ ମିଚେଲ୍ ମାର୍ଶଙ୍କୁ ୬.୫୦ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ।

Advertisment

ତେବେ ବାଂଲାଦେଶର ସାକିବ ଅଲ୍ ହାସନ୍ ଓ ଆଫଗାନିସ୍ତାନର ମହମ୍ମଦ ନବିଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନାହାନ୍ତି। ଅର୍ଥାତ୍ ଏହି ଦୁଇ ଭେଟେରାନ୍ ଅନସୋଲ୍ଡ ରହିଛନ୍ତି।

IPL 2022 Auction