Advertisment

ବଡ଼ ରେକର୍ଡ କଲେ ହର୍ଷଲ ପଟେଲ, ପଛରେ ପଡ଼ିଲେ ବୁମ୍ରା ଓ ଭୁବି

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର୍ ପେସ୍ ବୋଲର ହର୍ଷଲ୍ ପଟେଲ ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି। ସେ ଲିଗର ଗୋଟିଏ ସିଜନରେ ସର୍ବାଧିକ ୱିକେଟ୍ ହାସଲ କାରୀ ଭାରତୀୟ ବୋଲର ହୋଇଛନ୍ତି। ଏଥିସହ ସେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହର୍ଷଲ ଏହି ଉପଲବ୍ଧି ହାସଲ କରିଛନ୍ତି। ଉକ୍ତ ମ୍ୟାଚରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ୍ […]

ବଡ଼ ରେକର୍ଡ କଲେ ହର୍ଷଲ ପଟେଲ, ପଛରେ ପଡ଼ିଲେ ବୁମ୍ରା ଓ ଭୁବି

HARSHAL-PATEL

Advertisment

ନୂଆଦିଲ୍ଲୀ: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର୍ ପେସ୍ ବୋଲର ହର୍ଷଲ୍ ପଟେଲ ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି। ସେ ଲିଗର ଗୋଟିଏ ସିଜନରେ ସର୍ବାଧିକ ୱିକେଟ୍ ହାସଲ କାରୀ ଭାରତୀୟ ବୋଲର ହୋଇଛନ୍ତି। ଏଥିସହ ସେ ଟିମ୍ ଇଣ୍ଡିଆର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହର୍ଷଲ ଏହି ଉପଲବ୍ଧି ହାସଲ କରିଛନ୍ତି। ଉକ୍ତ ମ୍ୟାଚରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୧ ରନ୍ କରିଛି। ହର୍ଷଲ ୧୮ଶ ଓଭରର ଦ୍ୱିତୀୟ ବଲରେ ଋଦ୍ଧିମାନ ସାହା (୧୦)ଙ୍କୁ ଏବି ଡିଭିଲିୟର୍ସଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ। ସେ ଇନିଂସର ଶେଷ ଓଭରରେ ଜେସନ୍ ହୋଲ୍ଡରଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ। ଏଥିସହ ସେ ଆଇପିଏଲର ୧୪ଶ ସିଜନରେ ୨୯ ୱିକେଟ୍ ଅକ୍ତିଆର କରିଛନ୍ତି। ଚଳିତ ସିଜନରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ହୋଇଛି।

ତେବେ ଭାରତୀୟଙ୍କ ମଧ୍ୟରେ ଆଇପିଏଲରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ବୁମ୍ରାଙ୍କ ନାଁରେ ଥିଲା। ବୁମ୍ରା ୨୦୨୦ ସିଜନରେ ମୋଟ ୨୭ଟି ୱିକେଟ୍ ନେଇଥିଲେ। ସେହିପରି ଭୁବନେଶ୍ୱର କୁମାର ୨୦୧୭ ସଂସ୍କରଣରେ ୨୬ ୱିକେଟ୍ ହାସଲ କରିଥିଲେ।

Advertisment

ଆଜି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଏକ ସମୟରେ ୧୪ ଓଭରରେ ୨ ୱିକେଟ୍ ହରାଇ ୧୦୫ ରନ୍ କରିଥିଲା। କିନ୍ତୁ ଶେଷ ୬ ଓଭରରେ ଦଳ ମାତ୍ର ୩୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଜେସନ୍ ରୟ ସର୍ବାଧିକ ୪୪, କ୍ୟାପଟେନ୍ କେନ୍ ୱିଲିୟମସନ୍ ୩୧, ପ୍ରିୟମ ଗର୍ଗ ୧୫, ଜେସନ୍ ହୋଲ୍ଡର ୧୬, ଅଭିଷେକ ଶର୍ମା ୧୩ ରନ୍ କରିଥିଲେ। ଆରସିବି ପକ୍ଷରୁ ଡାନିଏଲ୍ ଖ୍ରୀଷ୍ଟିଆନ୍ ୨ଟି, ଜର୍ଜ ଗାର୍ଟନ୍ ଓ ୟୁଜବେନ୍ଦ୍ର ଚହଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe