Advertisment

AUS vs IND: ରୋହିତଙ୍କ ୭୩ ଓ ଅୟରଙ୍କ ୬୧: ଅଷ୍ଟ୍ରେଲିଆକୁ ୨୬୫ ରନର ଟାର୍ଗେଟ

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜାଭିୟର ବାର୍ଟଲେଟ ୩ଟି ଓ ମିଚେଲ ଷ୍ଟାର୍କ ୨ଟି ୱିକେଟ ନେଇଛନ୍ତି। ଜୋଶ ହାଜେଲଉଡ ୱିକେଟ ପାଇ ନଥିଲେ ହେଁ ୧୦ ଓଭରରେ ମାତ୍ର ୨୯ ରନ ଖର୍ଚ୍ଚ କରିଛନ୍ତି।

author-image
Hemant Lenka
Rohit

ଶଟ ଖେଳୁଛନ୍ତି ରୋହିତ

ମ୍ୟାଚ୍‌ ସହ ସିରିଜ ଜିତିବାକୁ ଅଷ୍ଟ୍ରେଲିଆକୁ ୨୬୫ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ଆଡିଲେଡ୍‌ ଓଭାଲରେ ଖେଳା ଯାଉଥିବା ଦ୍ୱିତୀୟ ଦିନିଆ(Cricket)ରେ ଭେଟରାନ ରୋହିତ ଶର୍ମାଙ୍କ ୭୩ ଓ ଦଳର ନୂଆ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ୬୧ ରନ ବଳରେ ଭାରତ ୯ ୱିକେଟ ହରାଇ ୨୬୪ ରନ କରିଛି। ଫଳରେ ସିରିଜ ଜିତିବାକୁ ଘରୋଇ କଙ୍ଗାରୁ ଟିମକୁ ୨୬୫ ରନର ଟାର୍ଗେଟ ମିଳିଛି। ପ୍ରଥମ ଦିନିକିଆ(ODI)କୁ ଅଷ୍ଟ୍ରେଲିଆ ୭ ୱିକେଟରେ ଜିତି ନେଇଥିଲା। 

Advertisment

ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌(India Vs Australia 2nd ODI)ରେ ମଧ୍ୟ ଟସ୍‌ ହାରିଥିଲେ ଭାରତର ଅଧିନାୟକ ଶୁବମନ ଗିଲ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭ କରୁ ଗିଲ(୯) ଓ ବିରାଟ କୋହଲି(୦)ଙ୍କୁ ହରାଇଥିଲା। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ବିରାଟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ୧୭ ରନରେ ଦଳ ଦୁଇ ୱିକେଟ ହରାଇଥିଲେ ହେଁ ରୋହିତ ଓ ଆୟର ଶତକୀୟ ଭାଗିଦାରୀ କରିଥିଲେ।

ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ରୋହିତ(Rohit Sharma) ସେଟ ହୋଇଯାଇଥିଲେ ହେଁ ମିଚେଲ ଷ୍ଟାର୍କଙ୍କ ବଲକୁ ପୁଲ ମାରିବାକୁ ଯାଇ ଫାଇନ ଲେଗ ଅଞ୍ଚଳରେ ଧରା ପଡ଼ି ଯାଇଥିଲେ। ସେ ୯୭ ବଲରେ ୭ ଚୌକା ଓ ୨ଟି ଛକା ବଳରେ ୭୩ ରନର ଇନିଂସ ଖେଳିଥିଲେ।

Advertisment

ଏହାପରେ ଆୟର ଓ ଅକ୍ଷର ପଟେଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୬୧ ରନ କରିଥିବା ଆୟରଙ୍କୁ ଆଉଟ କରି ଆଡାମ ଜାମ୍ପା ଅଷ୍ଟ୍ରେଲିଆକୁ ୪ର୍ଥ ସଫଳତା ଦେଇଥିଲେ। ସେ କେଏଲ ରାହୁଲ(୧୧)ଙ୍କ ୱିକେଟ ମଧ୍ୟ ନେଇଥିଲେ। ୱାଶିଂଟନ ସୁନ୍ଦର(୧୨) ଓ ନୀତୀଶ କୁମାର ରେଡ୍ଡୀ(୮) ମଧ୍ୟ ବେଶୀ କିଛି କରି ପାରି ନଥିଲେ।

ଅକ୍ଷର ପଟେଲ ଭଲ ଲୟରେ ଥିଲେ ହେଁ ୪୪ ରନ କରି ଜାମ୍ପାଙ୍କ ବଲରେ ଆଉଟ ହୋଇଥିଲେ। ଶେଷ ଭାଗରେ ହର୍ଷିତ ରାଣା ୧୮ ବଲରେ ଅପରାଜିତ ୨୪ ଓ ଅର୍ଶଦୀପ ସିଂହ ୧୪ ବଲରେ ୧୩ ରନ କରିବାରୁ ଭାରତ ୨୬୪ ରନରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। 

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜାଭିୟର ବାର୍ଟଲେଟ ୩ଟି ଓ ମିଚେଲ ଷ୍ଟାର୍କ ୨ଟି ୱିକେଟ ନେଇଛନ୍ତି। ଜୋଶ ହାଜେଲଉଡ ୱିକେଟ ପାଇ ନଥିଲେ ହେଁ ୧୦ ଓଭରରେ ମାତ୍ର ୨୯ ରନ ଖର୍ଚ୍ଚ କରିଛନ୍ତି। 

India Vs Australia India Vs Australia 2nd ODI ODI Rohit Sharma Cricket