Advertisment

ହଠାତ୍‌ ଏହି ଦ୍ରୁତ ବୋଲରଙ୍କୁ ମିଳିଲା ଡାକରା, ତୃତୀୟ ଟେଷ୍ଟରେ କରିବେ ଡେବ୍ୟୁ!

ମୁମ୍ବାଇରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଟିମ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇ ପାରେ। ତେଣୁ ତାଙ୍କ ସ୍ଥାନରେ ହର୍ଷିତ ରାଣା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି କୁହାଯାଉଛି।

Team India

Team India

Advertisment

ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ଟେଷ୍ଟ ଶୃଙ୍ଖଳା ହାରି ସାରିଥିବା ଭାରତୀୟ ଟିମ ଆସନ୍ତ ୧ ତାରିଖରୁ ସମ୍ମାନ ରଖିବା ପାଇଁ ମୁମ୍ବାଇରେ ଶେଷ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଣ୍ଟ ବଡ଼ ତଥା ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଛି।

Advertisment

ତୃତୀୟ ଟେଷ୍ଟ ପୂର୍ବରୁ ହଠାତ୍‌ ରଣଜୀ ଟ୍ରଫିରେ କମାଲ କରିଥିବା ଦ୍ରୁତ ବୋଲର ହର୍ଷିତ ରାଣାକୁ ଭାରତୀୟ ଟେଷ୍ଟ ଟିମରେ ସାମିଲ କରାଯାଇଛି। ମଙ୍ଗଳବାର ତାଙ୍କୁ ଡାକରା ମିଳିଥିବା ବେଳେ ସେ ମଧ୍ୟ ଖୁବାଶୀଘ୍ର ମୁମ୍ବାଇରେ ପହଞ୍ଚିବେ।

ଦିଲ୍ଲୀର ଏହି ୨୨ ବର୍ଷୀୟ ଦ୍ରୁତ ବୋଲର ଘରୋଇ କ୍ରିକେଟରେ ଉଭୟ ବଲ ଓ ବ୍ୟାଟରେ ନିଜର ଦକ୍ଷତା ଦେଖାଇ ଚାଲିଛନ୍ତି। ତେଣୁ ତାଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ମଧ୍ୟ ସେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି।

Advertisment

ଏହାର ଅର୍ଥ ସେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫିର ରାଉଣ୍ଡ ୪ ମ୍ୟାଚ୍‌ରେ ନଜର ଆସିବେ ନାହିଁ। ଆଜି ସନ୍ଧ୍ୟାରେ ସେ ମୁମ୍ବାଇ ଅଭିମୁଖେ ବାହାରିବେ। ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହୋଇଥିବା ୧୮ ଜଣିଆ ଟେଷ୍ଟ ସ୍କ୍ୱାଡରେ ହର୍ଷିତ ରାଣାଙ୍କ ନାଁ ରହିଥିଲା। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ତାଙ୍କର ଅସଲ ଟେଷ୍ଟ ମୁମ୍ବାଇରେ ଶୁକ୍ରବାର ଠାରୁ ହେବ।

ରଣଜୀ ଟ୍ରଫିରେ ଦିଲ୍ଲୀର ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ରାଣା କମାଲ କରିଥିଲେ। ଆସାମ ବିପକ୍ଷ ମ୍ୟାଚ୍‌ରେ ସେ ୫ଟି ୱିକେଟ ନେବା ସହ ବ୍ୟାଟିଂରେ ୫୯ ରନର ଇନିଂସ ଖେଳିଥିଲେ। ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁ ଦିଲ୍ଲୀ ୧୦ ୱିକେଟରେ ମ୍ୟାଚ୍‌ ଜିତିବା ସହ ବୋନସ ପଏଣ୍ଟ ମଧ୍ୟ ହାସଲ କରିଥିଲା। ଏହି ପ୍ରଦର୍ଶନ ଯୋଗୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ସାମିଲ କରାଯାଇଛି।

ମୁମ୍ବାଇରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଟିମ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇ ପାରେ। ତେଣୁ ତାଙ୍କ ସ୍ଥାନରେ ହର୍ଷିତ ରାଣା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି କୁହାଯାଉଛି।

Test Cricket Test Match Harshit Rana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe