Advertisment

କାୟା ମେଲାଉଛି କରୋନା, ଭାରତରେ ଟି-୨୦ ବିଶ୍ୱକପ୍ ହେବ ନା ନାହିଁ?

ନୂଆଦିଲ୍ଲୀ: ଭାରତରେ ଚଳିତ ‍ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। କିନ୍ତୁ ଏହା ପୂର୍ବରୁ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଟି-୨୦ ବିଶ୍ୱକପର ଆୟୋଜନ ହେବା ନେଇ ଆଶଙ୍କା ଦେଖା ଦେଇଛି। ଏହା ଉପରେ ଆଇସିସି ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଇସିସିର ଅନ୍ତରୀଣ ସିଇଓ ଜେଫ୍ ଆଲାର୍ଡାଇସ୍ କହିଛନ୍ତି ଯେ ‘ଚଳିତ ବର୍ଷ ଶେଷରେ ଭାରତରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ସେମାନଙ୍କ ପାଖରେ ବ୍ୟାକଅପ୍ ବିକଳ୍ପ […]

author-image
Ranjit Kumar Jena
କାୟା ମେଲାଉଛି କରୋନା, ଭାରତରେ ଟି-୨୦ ବିଶ୍ୱକପ୍ ହେବ ନା ନାହିଁ?

t20-world-cup

ନୂଆଦିଲ୍ଲୀ: ଭାରତରେ ଚଳିତ ‍ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। କିନ୍ତୁ ଏହା ପୂର୍ବରୁ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଟି-୨୦ ବିଶ୍ୱକପର ଆୟୋଜନ ହେବା ନେଇ ଆଶଙ୍କା ଦେଖା ଦେଇଛି। ଏହା ଉପରେ ଆଇସିସି ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛି।

Advertisment

ଆଇସିସିର ଅନ୍ତରୀଣ ସିଇଓ ଜେଫ୍ ଆଲାର୍ଡାଇସ୍ କହିଛନ୍ତି ଯେ ‘ଚଳିତ ବର୍ଷ ଶେଷରେ ଭାରତରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ସେମାନଙ୍କ ପାଖରେ ବ୍ୟାକଅପ୍ ବିକଳ୍ପ ରହିଛି। କିନ୍ତୁ ଏହା ସଠିକ୍ ସମୟରେ ଅମଳ କରାଯିବ। ବର୍ତ୍ତମାନ ଏହା ଉପରେ କୌଣସି କାମ ଆରମ୍ଭ ହୋଇନାହିଁ। କାରଣ ସିଡ୍ୟୁଲ ଅନୁଯାୟୀ ଆମେ ଭାରତରେ ହିଁ ବିଶ୍ୱକପର ଆୟୋଜନ ପାଇଁ ପ୍ରସ୍ତୁତି କରୁଛୁ।’

ଆଲାର୍ଡାଇସ୍ କହିଛନ୍ତି, ଟି-୨୦ ବିଶ୍ୱକପକୁ ଆହୁରି ବହୁତ ସମୟ ବାକି ଅଛି। ଏବେ ଆସନ୍ତା ଜୁନ୍ ୧୮ ତାରିଖରେ ଇଂଲଣ୍ଡର ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବାକୁଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଉପରେ ଆମର ଫୋକସ୍ ରହିଛି। ଯଦି ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ନହୁଏ, ତାହେଲେ ବ୍ୟାକଅପ୍ ଭାବେ ୟୁଏଇ ରହିଛି। କାରଣ ୟୁଏଇରେ ଗତବର୍ଷ ଆଇପିଏଲୋ ଆୟୋଜନ ହୋଇଥିଲା। ତେଣୁ ବିଶ୍ୱକପ୍ ପାଇଁ ଏବେ କିଛି ନିଷ୍ପତ୍ତି ନିଆଯାଇନଥିବା ଆଲାର୍ଡାଇସ୍ କହିଛନ୍ତି।

Advertisment

କରୋନା ମହାମାରୀ ଯୋଗୁ ଗତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଥିଲା। ଚଳିତ ବର୍ଷ ଭାରତରେ ଏହି ଟି-୨୦ ମହାକୁମ୍ଭ ହେବ। କିନ୍ତୁ ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ି ଚାଲିଛି। ଯେଉଁ କାରଣରୁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଖାଇଛି।

ଗତ ବର୍ଷ କରୋନା କାରଣରୁ ଆଇପିଏଲର ୧୩ଶ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା ଏବଂ ଟୁର୍ଣ୍ଣାମେଣ୍ଟକୁ ନାହିଁ ନଥିବା ସଫଳତା ମିଳିଥିଲା। କରୋନା ସତ୍ତ୍ୱେ ଏଥର ଆଇପିଏଲରେ ଭାରତରେ ଆୟୋଜିତ ହେବ। କିନ୍ତୁ ଗତଥର ଭଳି ଏଥର ମଧ୍ୟ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ।