Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଠିକ ଠାକ ଆରମ୍ଭ

ଅଷ୍ଟ୍ରେଲିଆ ଅପେକ୍ଷା ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ୍‌ ଅତ୍ୟନ୍ତ ଜରୁରୀ। ଏହି ମଷ୍ଟୱିନ ଗେମରେ ଆଫଗାନିସ୍ତାନ ଠିକଠାକ ଆରମ୍ଭ କରିଛି।

AFG

AFG

Advertisment

ବିଶ୍ୱକପ ସେମି ଫାଇନାଲ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରୁଥିବା ଆଜିର ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ। ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ବ୍ୟାଟିଂ କରୁଛି।

Advertisment

ଅଷ୍ଟ୍ରେଲିଆ ଅପେକ୍ଷା ଆଫଗାନିସ୍ତାନ ପାଇଁ ଆଜିର ମ୍ୟାଚ୍‌ ଅତ୍ୟନ୍ତ ଜରୁରୀ। ଏହି ମଷ୍ଟୱିନ ଗେମରେ ଆଫଗାନିସ୍ତାନ ଠିକଠାକ ଆରମ୍ଭ କରିଛି। ପ୍ରଥମେ ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ବେଶ ସତର୍କତା ବ୍ୟାଟିଂ କରିଥିଲେ। ଦୁଇ ଜଣ ଯାକ ୮ ଓଭର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୩୮ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ବ୍ୟକ୍ତିଗତ ୨୧ ରନ କରିଥିବା ଗୁରବାଜଙ୍କୁ ଜୋଶ ହେଜେଲଉଡ୍‌ ଆଉଟ କରି କଙ୍ଗାରୁ ଟିମକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ କିନ୍ତୁ ଇବ୍ରାହିମ ଓ ଇନଫର୍ମ ରହମତ ଶାହ ସ୍ଥିତି ସମ୍ଭାଳିଛନ୍ତି। ଏହି ଦୁଇ ବ୍ୟାଟର ଅଷ୍ଟ୍ରେଲିଆ ବୋଲରଙ୍କୁ କଡ଼ା ପ୍ରହାର କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଆଫଗାନିସ୍ତାନ ୧୭ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୮୦ ରନ କରି ନେଇଛି। ଇବ୍ରାହିମ ୪୭ ଓ ରହମତ ୧୧ ରନରେ ବ୍ୟାଟିଂ କରୁଛନ୍ତି। 

Advertisment

ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଆଜି ୮ମ ମ୍ୟାଚ୍‌ ଖେଳୁଛି। ଦଳ ୭ଟି ମ୍ୟାଚ୍‌ରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଅଛି। ଆଜି ମ୍ୟାଚ୍‌ ଜିତିଲେ ଦଳର ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିଯିବ।

ସେହିପରି ଅଷ୍ଟ୍ରେଲିଆ ଆଜି ମ୍ୟାଚ୍‌ ଜିତିଲେ ବିଧିବଦ୍ଧ ଭାବେ ସେମି ଫାଇନାଲ ଟିକେଟ ହାସଲ କରିବ। ଆଫଗାନିସ୍ତାନକୁ ସେମିକୁ ଯିବାକୁ ହେଲେ ଆଜିର ମ୍ୟାଚ୍‌ ସହ ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ପଡ଼ିବ।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe