Advertisment

ଦ୍ୱିତୀୟ ସେମି ଫାଇନାଲ: ସଙ୍କଟରେ ଦକ୍ଷିଣ ଆଫ୍ରିକା, ମ୍ୟାଚ୍‌ରେ ବର୍ଷା ସାଜିଲା ବାଧକ

ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍‌ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଛି।

author-image
Hemant Lenka
AUS

AUS

ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟ ମଧ୍ୟକୁ ଠେଲି ହୋଇଯାଇଛି। ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଛନ୍ତି। ପ୍ରଥମ ୧୦ ଓଭର୍‌ରେ ମାତ୍ର ୧୮ ରନ କରି ଦୁଇ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଏବେ ଆହୁରି ସଙ୍କଟ ମଧ୍ୟକୁ ଚାଲି ଯାଇଛି।

Advertisment

୩୦ ରନ ଭିତରେ ଦଳ ୪ ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଷ୍ଟାର୍କ ୨ ଟି ଓ ହେଜେଲଉଡ ଦୁଇଟି ୱିକେଟ ନେଇ ଅଷ୍ଟ୍ରେଲିଆର ସ୍ଥିତିକୁ ମଜବୁତ କରି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍‌ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଛି। ଏଥିଯୋଗୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। ଆଜି ଯଦି ବର୍ଷା ନ ଛାଡ଼ିବ, ତା’ହେଲେ ଆସନ୍ତାକାଲି ଏହି ଠାରୁ ପୁଣି ଖେଳ ଆରମ୍ଭ ହେବ। 

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ଓଭରକାଷ୍ଟ କଣ୍ଡିସନର ଫାଇଦା ଉଠାଇ ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଥିଲେ। ପ୍ରଥମ ଓଭର୍‌ରେ ମିଚେଲ ଷ୍ଟାର୍କ ଖାତା ଖୋଲିବା ପୂର୍ବରୁ ତେମ୍ବା ବଭୂମାଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

Advertisment

ଏହାପରେ କ୍ୱିଣ୍ଟନ ଡି’କକ ଓ ରସି ଭାନ ଡେର ଡୁସେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ୬ ଓଭର ଯାଏ ଦଳକୁ କୌଣସି ପ୍ରକାରର ବାଉଣ୍ଡରୀ ମିଳି ନଥିଲା। ୫.୪ ଓଭରରେ ଦକ୍ଷିଣ ଆଫ୍ରିକା କେବଳ ୮ ରନ କରିଥିଲା। ଏହି ସମୟରେ ଡି’କକ(୩) ବଡ଼ ଶଟ ଖେଳିବାକୁ ଯାଇ ହେଜେଲଉଡଙ୍କ ବଲରେ ଅଉଟ ହୋଇଥିଲେ। ଅଧିନାୟକ ପାଟ କମିନ୍ସ ଜବରଦସ୍ତ କ୍ୟାଚ୍‌ ଧରିଥିଲେ। 

୧୦ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୮ ରନ କରିଥିଲା। ୧୧ତମ ଓଭର୍‌ର ୫ମ ବଲରେ ଷ୍ଟାର୍କ ୧୦ ରନ କରିଥିବା ଏଡେନ ମାର୍କରମଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ଓଭରରେ ହେଜେଲଉଡଙ୍କ ବଲରେ ଡୁସେନ ଆଉଟ ହୋଇଥିଲେ। ସେ ୩୧ ବଲରେ ମାତ୍ର ୬ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ୨୪ ରନରେ ୪ର୍ଥ ୱିକେଟ ହରାଥିଲେ। ଏହାପରେ ଡାଭିଡ ମିଲର ଓ ହେନରିଚ୍‌ କ୍ଲାସେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ଦକ୍ଷିଣ ଆଫ୍ରିକା ୧୪ ଓଭର୍‌ରେ ୪୪ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି। 

ICC ICC Men’s Cricket World Cup 2023 ICC World Cup 2023 CWC 2023