Advertisment

ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ

ହିଥ୍ ଷ୍ଟ୍ରିକ୍‌ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ।

author-image
Jitendra Garnayak
Heath Streak

Heath Streak

ଜିମ୍ବାୱେ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ନାଦିନ ଷ୍ଟ୍ରିକ୍‌ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି।

Advertisment

ହିଥ୍ ଷ୍ଟ୍ରିକ୍‌ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ଦୀର୍ଘ ଦିନ ହେଲା ସେ କ୍ୟାନସର ସହିତ ଲଢ଼େଇ କରୁଥିବା ବେଳେ ଶେଷରେ ଆଜି ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଊପସ୍ଥିତ ରହିଥିଲେ। ଜୀବନର ଶେଷ ସମୟ ସେ ପରିବାର ଲୋକଙ୍କ ଗହଣରେ ବିତାଇଥିବା ତାଙ୍କ ପତ୍ନୀ କହିଛନ୍ତି।

କିଛି ସପ୍ତାହ ପୂର୍ବେ ଜିମ୍ବାୱେର ଅନ୍ୟତମ କ୍ରିକେଟର ହେନରୀ ଓଲୋଙ୍ଗା ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ହିଥ୍ ଷ୍ଟ୍ରିକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସୂଚନା ଆଧାରରେ ଅନେକ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଥିଲା। ପରେ ଜଣାପଡ଼ିଲା ଯେ ଏହା ମିଛ ଖବର। ନିଜେ ହେନରୀ ଓଲୋଙ୍ଗା ୟୁ-ଟର୍ଣ୍ଣ ନେଇ କହିଥିଲେ ଯେ ହିଥ୍ ଷ୍ଟ୍ରିକ୍‌ ବଞ୍ଚିଛନ୍ତି। ତେବେ ଆଜିର ଖବର ସତ। ନିଜେ ହିଥ୍ ଷ୍ଟ୍ରିକ୍‌ଙ୍କ ପତ୍ନୀ ଏହାକୁ ଜଣାଇଛନ୍ତି।

Advertisment

ହିଥ୍ ଷ୍ଟ୍ରିକ୍‌ ଜିମ୍ବାୱେ ପକ୍ଷରୁ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ୬୫ଟି ଟେଷ୍ଟରୁ ସେ ୧୯୯୦ ରନ୍ କରିଥିବା ବେଳେ ୨୧୬ଟି ୱିକେଟ୍ ନେଇଥିଲେ। ସେହିପରି ୧୮୯ଟି ଦିନିକିଆରୁ ୨୯୪୨ ରନ୍ କରିଥିବା ବେଳେ ୨୩୯ଟି ୱିକେଟ ନେଇଥିଲେ। ସେ ୧୯୯୩ରେ ଜିମ୍ବାୱେ ପାଇଁ ଡେବ୍ୟୁ କରିଥିଲେ। ୨୦୦୫ ପର୍ଯ୍ୟନ୍ତ ସେ ତାଙ୍କ ଦେଶ ପକ୍ଷରୁ କ୍ରିକେଟ୍ ଖେଳିଥିଲେ।

Cricket Zimbabwe Heath Streak