Advertisment

ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବର୍ଷା ଧୋଇନେଲା ପ୍ରଥମ ଦିନର ଅଧା ଖେଳ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ଦିନର ଖେଳ ବନ୍ଦ ହେବା ବେଳକୁ ୩ ୱିକେଟ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ଅଭିଜ୍ଞ ମୁଶଫିକର ରହିମ ୬ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି।

Test

Test

Advertisment

ଭାରତ-ବାଂଲାଦେଶ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଦୁଇ ଟିକିଆ ଟେଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି। ଆଜି କାନପୁରରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ବର୍ଷା ଏଥିରେ ପ୍ରତିବନ୍ଧକ ସାଜିଛି।

Advertisment

ପ୍ରଥମ ଦିନର ଅଧା ଖେଳକୁ ଧୋଇ ଦେଇଛି ବର୍ଷା। ଲଞ୍ଚ ବ୍ରେକର ୯ମ ଓଭର ପରେ ଆରମ୍ଭ ହୋଇଥିବା ବର୍ଷା ନ ଛାଡ଼ିବାରୁ ପ୍ରଥମ ଦିନର ଖେଳକୁ ସେହି ଠାରେ ହିଁ ବନ୍ଦ କରି ଦିଆଯାଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ଦିନର ଖେଳ ବନ୍ଦ ହେବା ବେଳକୁ ୩ ୱିକେଟ ହରାଇ ୧୦୭ ରନ କରିଛି। ମୋମିନୁଲ ହକ ୪୦ ଓ ଅଭିଜ୍ଞ ମୁଶଫିକର ରହିମ ୬ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି। ଆସନ୍ତାକାଲି ଯଦି ପାଗ ଠିକଠାକ ରହିବ, ତା’ହେଲେ ଉଭୟ ପୁଣି ବ୍ୟାଟିଂ କରିବେ। ପ୍ରଥମ ଦିନରେ ମୋଟ ୩୫ ଓଭର ଖେଳା ଯାଇଥିବା ବେଳେ ଭାରତ ପାଇଁ ଆକାଶ ଦୀପ ୨ଟି ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ୱିକେଟ ନେଇଛନ୍ତି।

Advertisment

କାନୁପରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଟସ୍‌ ପଡ଼ି ପାରି ନଥିଲା। ଦିନ ୧୦ଟାରେ ପାଗରେ ପରିବର୍ତ୍ତନ ହେବାରୁ ଟସ୍‌ ପଡ଼ିଥିଲା। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। 

ସ୍ପିନକୁ ପିଚ୍‌ ସୁହାଇବ ବୋଲି କୁହାଯାଉଥିଲେ ହେଁ ଭାରତ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଦଳ ପ୍ରଥମ ଟେଷ୍ଟ ଭଳି ଆଜି ୩ ପେସର ଓ ୨ ସ୍ପିନର ଅଲରାଉଣ୍ଡରଙ୍କ ସହ ମୈଦାନାକୁ ଓହ୍ଲାଇ। ହେଲେ ବାଂଲାଦେଶ ଅତିରିକ୍ତ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶର ଦୁଇ ଓପନର ଜାକିର ହାସନ ଓ ଶଦମାନ ଇସଲାମ ୮ ଓଭର ଯାଏ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। କିନ୍ତୁ ଏହି ୮ ଓଭ ଭିତରେ ବାଂଲାଦେଶ କେବଳ ୨୬ ରନ କରିଥିଲା ଓ ଜାକିର ୨୪ ବଲରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

୯ମ ଓଭରରେ ଆକାଶ ଦୀପ ବୋଲିଂ କରିବାକୁ ଆସି ଜାକିର(୦)ଙ୍କୁ ପ୍ରଥମେ ଯଶସ୍ୱୀ ଜୈସୱାଲଙ୍କ ଦ୍ୱାରା କ୍ୟାଚ କରାଇ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ୨୪ ରନ କରିଥିବା ଶଦମାନ ଗୋଟିଏ ଓଭର ପରେ ଆକାଶ ଦୀପଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବାଂଲାଦେଶ ୨୯ ରନରେ ଦ୍ୱିତୀୟ ୱିକେଟ ହରାଇଥିଲା।

ଏତିକି ବେଳେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମୋମିନୁଲ ହକ ସ୍ଥିତି ସମ୍ଭାଳିଥିଲେ। ସାଣ୍ଟୋ କାଉଣ୍ଟର ଆଟାକ କରିବାକୁ ଚେଷ୍ଟା କରିଥିବାବେଳେ ମୋମିନୁଲ ୱିକେଟ ବଞ୍ଚାଇବାରେ ଲାଗିଥିଲେ। ଉଭୟ ଲଞ୍ଚ ଯାଏ(୧୨.୩୦) ଦମଦାର ବ୍ୟାଟିଂ କରିବା ସହ ଭାରତକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ମୋମିନୁଲ ୧୭ ଓ ସାଣ୍ଟୋ ୨୬ ରନ କରିଥିବା ବେଳେ ଲଞ୍ଚ ବ୍ରେକ ହୋଇଥିଲା। ଏହି ସମୟରେ ବାଂଲାଦେଶ ସ୍କୋର ୭୪/୨ ରହିଥିଲା।

ତେବେ ଲଞ୍ଚ ବ୍ରେକ ପରେ ଭାରତ ରଣନୀତି ବଦଳାଇ ଥିଲା। ବୋଲିଂ କରିବାକୁ ଆସିଥିଲେ ଅଶ୍ୱିନ। ସେ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହିଁ ସାଣ୍ଟୋ(୩୧)ଙ୍କୁ ଆଉଟ କରି ଦେଇଥିଲେ। ୮୦ ରନରେ ବାଂଲାଦେଶକୁ ତୃତୀୟ ଝଟକା ଲାଗିଥିଲା। ଆଉଟ ହେବା ପୂର୍ବରୁ ସେ ମୋମିନୁଲଙ୍କ ସହ ମିଶି ବାଂଲାଦେଶ ପାଇଁ ୫୦ ରନ ଯୋଡ଼ିଥିଲେ।

ଏହାପରେ ମୋମିନୁଲ ଓ ମୁଶଫିକର ବ୍ୟାଟିଂ କରୁଥିବା ବେଳେ ଦିନ ପ୍ରାୟ ୨ଟାରେ କାନୁପର ଆକାଶରେ କଳା ମେଘ ଘୋଟାଇ ଆସିଥିଲା। ଅମ୍ପାୟାର ମ୍ୟାଚ୍‌କୁ ସେହି ଠାରେ ବନ୍ଦ କରି ଦେଇଥିଲେ। ବର୍ଷା ଆରମ୍ଭ ହୋଇଯିବାରୁ ଆଉ ଖେଳ ସମ୍ଭବ ପର ହୋଇ ନଥିଲା। ଲଞ୍ଚ ପରେ କେବଳ ୯ ଓଭର ହିଁ ଖେଳା ଯାଇଛି। ଏହି ୮ ଓଭରେ ବାଂଲାଦେଶ ୩୩ ରନ କରିବା ସହ ଗୋଟିଏ ୱିକେଟ ହରାଇଛି। ଆସନ୍ତାକାଲି ବାଂଲାଦେଶ ୧୦୭/୩ରୁ ବ୍ୟାଟିଂ ଆରମ୍ଭ କରିବ।  

Test Cricket Test Match India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe