Advertisment

ରବିନ ଉଥାପ୍ପାଙ୍କ ଗିରଫ ପରୱାନ ଉପରେ ରୋକ ଲଗାଇଲେ ହାଇକୋର୍ଟ

ପିଏଫ ରିଜନାଲ କମିଶନର ଏସ ଗୋପାଲ ରେଡ୍ଡୀ ଡିସେମ୍ବର ୨୧ରେ ଉଥାପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ।

author-image
Hemant Lenka
Robin Uthappa

Robin Uthappa

ଇପିଏଫ ଠକେଇ ମାମଲାରେ ଫସିଥିବା ଭାରତୀୟ ଟିମର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ଜାରି ହୋଇଥିବା ଗିରଫ ପରୱାନା ଉପରେ କର୍ଣ୍ଣାଟକା ହାଇକୋର୍ଟ ଆଜି ରୋକ ଲଗାଇ ଦେଇଛନ୍ତି। ପିଏଫ ରିଜନାଲ କମିଶନର ଏସ ଗୋପାଲ ରେଡ୍ଡୀ ଡିସେମ୍ବର ୨୧ରେ ଉଥାପ୍ପାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ। ଏଥିସହ ପୁଲକେଶିନଗର ପୁଲିସ୍‌ ପୁଲିସ୍‌କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Advertisment

ଉଥାପ୍ପା Centuries Lifestyle Brand Private Limited ନାଁରେ ଗୋଟିଏ କମ୍ପାନୀ ଚଳାଉଛନ୍ତି। ଏଠାରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ ସେ ପିଏଫ ବାବଦରେ ଟଙ୍କା କାଟୁଛନ୍ତି। କିନ୍ତୁ ଏହାକୁ ସେ ଜମା କରୁ ନଥିଲେ। ଏପରି ଭାବେ ସେ ୨୩ ଲକ୍ଷ ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଥିଲା।

ଡିସେମ୍ବର ୪ରେ କମିଶନର ରେଡ୍ଡୀ ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁଲିସ୍‌କୁ କହିଥିଲେ। କିନ୍ତୁ ଉଥାପ୍ପା ତାଙ୍କ ପୁରୁଣା ଠିକଣାରେ ରହୁ ନଥିବାରୁ ଉକ୍ତ ୱାରେଣ୍ଟ ଫିଏଫ ଅଫିସକୁ ଫେରି ଆସିଥିଲା। ଏହାପରେ ଡିସେମ୍ବର ୨୧ରେ ଶ୍ରୀ ରେଡ୍ଡୀ ଗିରଫ ୱାରେଣ୍ଟ ଜାରି କରିଥିଲେ।

Advertisment

ତାଙ୍କ ବିରୋଧରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ହଡ଼ପର ଅଭିଯୋଗ ଆସିଥିଲେ ହେଁ ଏହାକୁ ଉଥାପ୍ପା ଖଣ୍ଡନ କରିଥିଲେ। ଏହାପରେ ସେ ଗିରଫ ୱାରେଣ୍ଟ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏବେ ପରବର୍ତ୍ତୀ ଶୁଣାଣି ଯାଏ ୱାରେଣ୍ଟ ଉପରେ ରୋକ ଲଗାଇ ଦେଇଛନ୍ତି।

୩୯ ବର୍ଷୀୟ ରବିନ୍ ଉଥାପ୍ପା ଭାରତୀୟ କ୍ରିକେଟ୍‌ ଟିମ୍‌ର ଏକ ଲୋକପ୍ରିୟ ଚେହେରା। ସେ ଭାରତ ପାଇଁ ୪୬ଟି ଦିନିକିଆ ଓ ୧୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଯେତେବେଳେ ଟିମ୍ ଇଣ୍ଡିଆ ୨୦୦୭ରେ ଟି-୨୦ ବିଶ୍ୱକପ୍ ଜିତିଥିଲା ସେତେବେଳେ ଉକ୍ତ ଟିମରେ ଉଥାପ୍ପା ରହିଥିଲେ।

EPF Robin Uthappa Arrest Warrants Issued