Advertisment

ଇତିହାସ ରଚିଲା ହିମାଚଳ ପ୍ରଦେଶ

ଜୟପୁର: ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଫାଇନାଲରେ ତାମିଲନାଡୁକୁ ଭିଜେଡି ନିୟମରେ ୧୧ ରନରେ ହରାଇ ହିମାଚଳ ପ୍ରଦେଶ ପ୍ରଥମଥର ବିସିସିଆଇ ଘରୋଇ ଦିନିକିଆ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅନୁଷ୍ଠିତ ଟାଇଟଲ୍ ମୁକାବିଲାରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୩୧୪ ରନ୍ କରିଥିଲା। ଜବାବରେ ହିମାଚଳ ପ୍ରଦେଶ ୪୭.୩ ଓଭରରେ ୪ ୱିକେଟ୍ ହରାଇ ୨୯୯ ରନ୍ କରିଥିବା ବେଳେ ଖରାପ […]

ଇତିହାସ ରଚିଲା ହିମାଚଳ ପ୍ରଦେଶ

himchal-pradesh

Advertisment

ଜୟପୁର: ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଫାଇନାଲରେ ତାମିଲନାଡୁକୁ ଭିଜେଡି ନିୟମରେ ୧୧ ରନରେ ହରାଇ ହିମାଚଳ ପ୍ରଦେଶ ପ୍ରଥମଥର ବିସିସିଆଇ ଘରୋଇ ଦିନିକିଆ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଅନୁଷ୍ଠିତ ଟାଇଟଲ୍ ମୁକାବିଲାରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪୯.୪ ଓଭରରେ ୩୧୪ ରନ୍ କରିଥିଲା। ଜବାବରେ ହିମାଚଳ ପ୍ରଦେଶ ୪୭.୩ ଓଭରରେ ୪ ୱିକେଟ୍ ହରାଇ ୨୯୯ ରନ୍ କରିଥିବା ବେଳେ ଖରାପ ଆଲୋକ ଯୋଗୁ ଖେଳ ଆଗକୁ ବଢ଼ିପାରିନଥିଲା। ଏହା ପରେ ଭିଜେଡି ଆଧାରରେ ହିମାଚଳକୁ ବିଜେତା ଘୋଷିତ କରାଯାଇଥିଲା। ଏଥିସହ ହିମାଚଳ ପ୍ରଥମଥର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଜିତିଛି।

Advertisment

https://twitter.com/BCCIdomestic/status/1475076981750304769?s=20

ତାମିଲନାଡୁ ଦ୍ୱାରା ଧାର୍ଯ୍ୟ ୩୧୫ ରନର ଲକ୍ଷ୍ୟର ପିଛା କରୁଥିବା ହିମାଚଳ ପାଇଁ ଦମଦାର ବ୍ୟାଟିଂ କରିଥିଲେ ଓପ୍ନର ଶୁଭମ୍ ଅରୋରା। ଯିଏ ନିଜର ଶତକୀୟ ଇନିଂସ୍ ବଳରେ ହିମାଚଳକୁ ପ୍ରଥମଥର କୌଣସି ବିସିସିଆଇ ଟ୍ରଫି ଜିତିବାରେ ମୁଖ୍ୟ ଭୂମିକା ବହନ କରିଛନ୍ତି। ତାଙ୍କୁ ମଧ୍ୟ ମିଡଲ୍ ଅର୍ଡରରେ ଅମିତ୍ କୁମାର ଓ କ୍ୟାପଟେନ୍ ରିଶି ଧୱନ୍ ମଧ୍ୟ ଭରପୂର ସହଯୋଗ କରିଥିଲା। ଏକ ସମୟରେ ହିମାଚଳ ୯୬ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ଏହି ସମୟରେ ଅମିତଙ୍କ ସହ ମିଶି ଶୁଭମ ଚତୁର୍ଥ ୱିକେଟ୍ ପାଇଁ ୧୪୮ ରନର ଭାଗିଦାରୀ କରିଥିଲେ।

https://twitter.com/BCCIdomestic/status/1475071270047784961?s=20

ଅମିତ୍ ୭୯ ବଲରେ ୬ ଚୌକା ସହ ୭୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ଧୱନ୍ ଧୂଆଁଧାର ବ୍ୟାଟିଂ କରିଥିଲେ। ଧୱନ ଓ ଶୁଭମ୍ ପଞ୍ଚମ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିଥିଲେ। ହିମାଚଳର ସ୍କୋର ୪୭.୩ ଓଭରରେ ୨୯୯ ରନରେ ଥିବା ବେଳେ ଅମ୍ପାୟାର ଖରାପ ଆଲୋକ ଯୋଗୁ ଖେଳ ବନ୍ଦ କରିଥିଲେ। ଭିଜେଡି ଆଧାରରେ ହିମାଚଳକୁ ୪୭.୩ ଓଭରରେ ୨୮୯ ରନ୍ କରିବାର ଥିଲା। କିନ୍ତୁ ଦଳ ୧୦ ରନ୍ ଅଧିକ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଶୁଭମ୍ ୧୩୧ ବଲରେ ୧୩ ଚୌକା ଓ ୧ ଛକା ସହ ୧୩୬ ଓ ଧୱନ୍ ୨୩ ବଲରେ ୫ ଚୌକା ଓ ୧ ଛକା ସହ ୪୨ ରନ୍ କରି ଅପରାଜିତ ଥିଲେ।

Advertisment

https://twitter.com/BCCIdomestic/status/1475054361449357316?s=20

ପୂର୍ବରୁ ଦିନେଶ କାର୍ତ୍ତିକଙ୍କ ଶତକ ଓ ବାବା ଇନ୍ଦ୍ରଜିତଙ୍କ ଅର୍ଦ୍ଧଶତକ ବଳରେ ତାମିଲନାଡୁ ୩୧୪ ରନର ମଜଭୁତ୍ ସ୍କୋର ଛିଡ଼ା କରିଥିଲା। କାର୍ତ୍ତିକ ୧୦୩ ବଲରେ ୮ ଚୌକା ଓ ୭ ଛକା ବଳରେ ୧୧୬, ବାବା ଇନ୍ଦ୍ରଜିତ ୭୧ ବଲରେ ୮୦ (୮ ଚୌକା, ୧ ଛକା), ଶାହରୁଖ ଖାନ୍ ୨୧ ବଲରେ ୨୧ ବଲରେ ୩ ଚୌକା ଓ ୩ ଛକା ସହ ୪୨ ଓ କ୍ୟାପଟେନ୍ ବିଜୟ ଶଙ୍କର ୨୨ ରନ୍ କରି କରିଥିଲେ। ହିମାଚଳ ପକ୍ଷରୁ ପଙ୍କଜ ଜୈସୱାଲ୍ ୪ଟି ଓ ଧୱନ୍ ୩ଟି ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe