LSG
ମୁମ୍ବାଇ: ପ୍ରଥମଥର ପାଇଁ ଆଇପିଏଲରେ ଭାଗ ନେଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି। ଯୁବ ତାରକା ଦୀପକ ହୁଡ୍ଡାଙ୍କ ୫୫ ଓ ଆୟୁଷ ବାଦୋନିଙ୍କ ୫୪ ରନ୍ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୮ ରନ୍ କରିଛି। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଜିତିବା ପାଇଁ ୧୫୯ ରନ୍ର ଟାର୍ଗଟ ମିଳିଛି। ଗୁଜରାଟ ମଧ୍ୟ ଚଳିତ ଆଇପିଏଲରେ ପ୍ରଥମଥର ଭାଗ ନେଉଛି।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟସ୍ ଜିତି ଗୁଜରାଟ କେଏଲ ରାହୁଲଙ୍କ ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ତେବେ ମ୍ୟାଚ୍ର ପ୍ରଥମ ବଲରେ ହିଁ ରାହୁଲ(୦)ଙ୍କୁ ମହମ୍ମଦ ଶାମିଙ୍କ ଆଉଟ କରିଦେଇଥିଲେ। ଏହାପରେ ୭ ରନ୍ କରିଥିବା କ୍ୱିଣ୍ଟନ ଡି’କକ ମଧ୍ୟ ଶାମିଙ୍କ ଶିକାର ବିନିଥିଲେ। ଇଭିନ ଲୁଇସ (୧୦) ଓ ମନୀଷ ପାଣ୍ଡେ(୬) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ଲୁଇସଙ୍କ ୱିକେଟ ବରୁଣ ଅରୁଣ ଓ ପାଣ୍ଡେଙ୍କ ୱିକେଟ ଶାମିଙ୍କ ଖାତାକୁ ଯାଇଥିଲା।
ପାୱାର ପ୍ଲେରେ ଶାମି ଟ୍ରପିଲ ଝଟକା ଦେଇ ଲକ୍ଷ୍ନୌକୁ ବ୍ୟାକଫୁଟକୂ ଠେଲି ଦେଇଥିଲେ। ଲକ୍ଷ୍ନୌ ମଧ୍ୟ ୨୯ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଏହାପରେ ସ୍ଥିତି ସମ୍ଭାଳିଥିଲେ ଦୀପକ ହୁଡ୍ଡା ଓ ଆୟୁଷ। ଉଭୟ ବେଶ ସାହାସିକତାର ସହ ଗୁଜରାଟ ବୋଲିଂ ଆଟାକର ମୁକାବିଲା କରିଥିଲେ। ଏଥିସହ ଦ୍ରୁତଗତିରେ ରନ ମଧ୍ୟ ସଂଗ୍ରହ କରିଥିଲେ।
ବିଶେଷ କରି ଦୀପକ ହୁଡ୍ଡାଙ୍କ ବ୍ୟାଟରୁ ବଡ଼ ଶଟ ଦେଇବାକୁ ମିଳିଥିଲେ। ସେ ମଧ୍ୟ ଆଇପିଏଲରେ ଲକ୍ଷ୍ନୌ ପାଇଁ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ଓ ଆୟୁଷ ୫ମ ୱିକେଟ ପାଇଁ ୮୭ ରନ୍ ଯୋଡ଼ି ସ୍ଥିତିକୁ ମଜବୁତ କରିଥିଲେ। ଦଳୀୟ ସ୍କୋର ୧୧୬ରେ ଥିବା ବେଳେ ଦୀପକ(୫୫)ଙ୍କୁ ରଶିଦ ଖାନ ପ୍ୟାଭିଲିୟନ ପଠାଇଥିଲେ। ସେ ୪୧ ବଲରେ ୬ ଚୌକା ଓ ଗୋଟିଏ ଛକା ବଳରେ ୫୫ ରନ୍ କରିଛନ୍ତି।
ଦୀପକଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ କୃନାଲ ପାଣ୍ଡ୍ୟା। ସେ ଆୟୁଷଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇତି ମଧ୍ୟରେ ପ୍ରଥମଥର ଆଇପିଏଲ ଖେଳୁଥିବା ୨୨ ବର୍ଷୀୟ ଆୟୁଷ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସେ ବଡ଼ ଶଟ ଖେଳିବା ଲୋଭରେ ଶେଷ ଓଭର୍ରେ ହିଁ ବରୁଣ ଅରୁଣଙ୍କ ବଲରେ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୧ ବଲରେ ୫୪ ରନ୍ କରିଥିଲେ। ଏହି ଇନିଂସରେ ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି।
କୃନାଲ ପାଣ୍ଡ୍ୟା ଶେଷ ଭାଗରେ ଦ୍ରୁତ ୨୧ ରନ୍ର ଇନିଂସ ଖେଳିବାକୁ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ୧୫୮ ରନ୍ କରିପାରିଥିଲା। ପଞ୍ଜାବ ପକ୍ଷରୁ ଶାମି ୩ଟି ୱିକେଟ ନେଇଥିବା ବେଳେ ବରୁଣ ଅରୁଣ ୨ଟି ଓ ରଶିଦ ଖାନ ଗୋଟିଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/LSG.jpg)