Advertisment

ଭାରତ-ପାକ୍‌ ମ୍ୟାଚ୍‌ ପାଇଁ କ୍ରେଜ, ହୋଟେଲ ଦାମ ଲକ୍ଷେ ଛୁଇଁଲା

ମସ୍ତଙ୍କ ଅପେକ୍ଷା ଅକ୍ଟୋବର ୧୫କୁ ରହିଛି। କାରଣ ଅକ୍ଟୋବର ୧୫ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏଥିପାଇଁ ଏବେ ଠାରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

author-image
Hemant Lenka
Cricket

Cricket

ବିଶ୍ୱକପ ୨୦୨୩ର ମ୍ୟାଚ୍‌ସୂଚୀ ଘୋଷଣା ହେବା ପରେ ଚାରିଆଡ଼େ ଏହାକୁ ନେଇ ଉତ୍ସାହ ପ୍ରକାଶ ପାଇଛି। ଭାରତରେ ଚଳିତ ବିଶ୍ୱକପ ଅନୁଷ୍ଠିତ ହେଉଥିବା ବେଳେ ଗୁଜରାଟର ଅହମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଲଢ଼େଇ ହେବ।

Advertisment

ତେବେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୧୫କୁ ରହିଛି। କାରଣ ଅକ୍ଟୋବର ୧୫ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଏଥିପାଇଁ ଏବେ ଠାରୁ ହିଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଦେଖିବାକୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହାର ପ୍ରଭାବ ଅହମଦାବାଦର ହୋଟେଲ ବ୍ୟବସାୟ ଉପରେ ପଡ଼ିଛି। ଏଯାଏ ବିଶ୍ୱକପ ପାଇଁ ଟିକେଟ ବିକ୍ରି ହୋଇନି। କିନ୍ତୁ ଅହମଦାବାଦରେ ରହି ମ୍ୟାଚ୍‌ ଉପଭୋଗ କରିବାକୁ ଲୋକମାନେ ହୋଟେଲ ବୁକିଂ ଆରମ୍ଭ କରି ଦେଇଛନ୍ତି।

Advertisment

ଆଇସିସି ବିଶ୍ୱକପ ସୂଚୀ ଜାରି କରିବା ଦିନ ଠାରୁ ଅହମଦାବାଦରେ ଥିବା ହୋଟେଲଗୁଡ଼ିକର ଭଡ଼ା ୧୦ ଗୁଣ ବଢ଼ି ସାରିଲାଣି। ବିଭିନ୍ନ ହୋଟେଲ ବୁକିଂ ୱେବସାଇଟକୁ ଦେଖିଲେ ଜଣାପଡ଼ୁଛି ଯେ ଲୋକଙ୍କ ଚାହିଦା ବଢ଼ୁଥିବାରୁ ରୁମ ଗୁଡ଼ିକର ଦାମ ମଧ୍ୟ ବୃଦ୍ଧି ପାଇଛି। ବିଶେଷ କରି ଅକ୍ଟୋବର ୧୫ ଓ ଏହା ପୂର୍ବରୁ ଲୋକମାନେ ହୋଟେଲ ବୁକିଂ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି।

ସ୍ଥିତି ଏପରି ହୋଇଛି ଯେ କିଛି ବଡ଼ ହୋଟେଲେ ରୁମ ଭଡ଼ା ବାବଦରେ ୫୦ ହଜାରୁ ୧ ଲକ୍ଷ ଟଙ୍କା ଯାଏ ଚାର୍ଜ କରୁଛନ୍ତି। ସାଧାରଣ ଦିନଗୁଡ଼ିକରେ ଯେଉଁ ରୁମର ଦାମ ୫ ହଜାରୁ ୮ ହଜାର ଥିଲା, ଏବେ ସେଗୁଡ଼ିକ ୫୦ ହଜାରରୁ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଲୋକମାନେ ମଧ୍ୟ ଏତେ ପରିମାଣର ଟଙ୍କା ଦେଇ ହୋଟେଲ ବୁକିଂ ମଧ୍ୟ କରୁଛନ୍ତି।

ଫାଇନାଲକୁ ମିଶାଇ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ୫ଟି ମ୍ୟାଚ୍‌ ଖେଳଯିବ। ପ୍ରଥମଥର ପାଇଁ ଅହମଦାବାଦରେ ବିଶ୍ୱକପର ଏତେ ସଂଖ୍ୟକ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ କ୍ରିକେଟ ଆସୋସିଏସନ ସହ ସହ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। 

ଅହମଦାବାଦରେ ୧୦ ହଜାର ରୁମ ଅତିଥିମାନଙ୍କ ପାଇଁ ରହିଛି। ତେବେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ରାଜ୍ୟ ବାହାରୁ ୪୦ ହଜାର ଲୋକ ଆସିବାର ସମ୍ଭାବନା ରହିଛି। କାରଣ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ଷମତା ହେଉଛି ୧ ଲକ୍ଷ।

ରାଜ୍ୟର ଲୋକଙ୍କୁ ବାଦ ଦେଲେ ମଧ୍ୟ ୪୦ ହଜାରରୁ ଅଧିକ ଲୋକ ଅହମଦାବାଦ ଆସିବେ। ଏଥିପାଇଁ ଏବେ ଠାରୁ ହୋଟେଲ ଗୁଡ଼ିକର ଡିମାଣ୍ତ ବଢ଼ିଛି। ଏପରି କି ଅକ୍ଟୋବର ୧୫ ପାଇଁ କିଛି ହୋଟେଲରେ ରୁମ ସବୁ ବୁକ ହୋଇ ସାରିଛି।

Indian Cricket Team ICC Men’s Cricket World Cup 2023