Advertisment

ବକ୍ସିଂ ଡେ ଟେଷ୍ଟରେ ହାରିଲେ କିମ୍ବା ଡ୍ର କଲେ ଭାରତ କେମିତି WTC ଫାଇନାଲରେ ପହଞ୍ଚିବ? ଜାଣନ୍ତୁ ପୂରା ଗଣିତ

ବର୍ତ୍ତମାନ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

author-image
Hemant Lenka
IND

IND

ମେଲବର୍ଣ୍ଣରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଭାରତୀୟ ଟିମ ସଙ୍କଟରେ ପଡ଼ିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ କରିଥିବା ବେଳେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ କେବଳ ୧୬୪ ରନ କରିପାରି ଥିଲା।

Advertisment

ସମସ୍ତେ ଆଶଙ୍କା କରୁଥିଲେ ଭାରତ ଲଜ୍ଜାଜନକ ପରାଜୟବରଣ କରିବ। କିନ୍ତୁ ଆଜି ୮ନଂରେ ବ୍ୟାଟିଂ କରିଥିବା ନୀତୀଶ କୁମାର ରେଡ୍ଡୀ ଓ ୯ନଂରେ ବ୍ୟାଟିଂ କରିଥିବା ୱାଶିଂଟନ ସବୁ ଚ୍ୟାଲେଞ୍ଜର ସାମ୍ନା କରି ନିଜର ଜଲୱା ଦେଖାଇଛନ୍ତି। ନୀତୀଶ କୁମାର ଅପରାଜିତ ୧୦୫ ଓ ସୁନ୍ଦର ୫୦ ରନର ଇନିଂସ ଖେଳି ବକ୍ସିଂ ଡେ ଟେଷ୍ଟରେ ରୋମାଞ୍ଚ ଭରି ଦେଇଛନ୍ତି।

ତୃତୀୟର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୩୫୮ ରନ କରିନେଇଛି। ଏବେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୧୧୬ ରନ ପଛରେ ରହିଛି।

Advertisment

ମ୍ୟାଚ୍‌ ସରିବାକୁ ୨ ଦିନ ବାକି ଥିବାରୁ ଭାରତ ବକ୍ସିଂ ଡେ ଟେଷ୍ଟକୁ ବଞ୍ଚାଇ ନେବ ବୋଲି କୁହାଯାଉଛି। ଭାରତ ଯଦି ମ୍ୟାଚ୍‌କୁ ଡ୍ର କରିବାକୁ ସକ୍ଷମ ହେଉଛି, ତା’ହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଟିକେଟ ପାଇଁ ଏହା କିଛି ମାତ୍ରାରେ ସହାୟକ ହୋଇପାରେ।

ବର୍ତ୍ତମାନ WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଥିବା ଅଷ୍ଟ୍ରେଲିଆ ଓ ଭାରତ ଯଥାକ୍ରମେ ୨ୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ଯଦି ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଉଛି, ତା’ହେଲେ ଦଳ ଆପେଆପେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିନେବ। କିନ୍ତୁ ମେଲବର୍ଣ୍ଣରେ ଖେଳା ଯାଉଥିବା ୪ର୍ଥ ଟେଷ୍ଟରେ ଭାରତ ହାରି ଯାଉଛି କିମ୍ବା ଏହା ଡ୍ର ରହୁଛି, ତା’ହେଲେ ରୋହିତ ଶର୍ମା ଆଣ୍ଡ କୋ ସମସ୍ୟାରେ ପଡ଼ିବେ। ଫାଇନାଲ ପାଇଁ ଦଳକୁ ଦକ୍ଷିଣ ଆଫ୍ରିକା- ପାକିସ୍ତାନ ଏବଂ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜ ଉପରେ ନର୍ଭର କରିବାକୁ ପଡ଼ିବ।

ଯୋଗ୍ୟତା ଅର୍ଜର ବିକଳ୍ପ

୧- ଯଦି ଭାରତ ୩-୧ରେ ସିରିଜ ଜିତିବ, ତା’ହେଲେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ

୨- ଯଦି ଭାରତ ୨-୧ରେ ସିରିଜ ଜିତିବ, ତା’ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରୀଲଙ୍କାକୁ ଅତିକମରେ ଗୋଟିଏ ମ୍ୟାଚ୍‌ ଡ୍ର କରିବାକୁ ପଡ଼ିବ କିମ୍ବା ପାକିସ୍ତାନକୁ ୨-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ପଡ଼ିବ।

୩- ଯଦି ଭାରତ ସିରିଜକୁ ୧-୧ରେ ଶେଷ କରିବ, ତା’ହେଲେ ଅଷ୍ଟ୍ରେଲିଆକୁ ଶ୍ରୀଲଙ୍କା ୧-୦ରେ ହରାବାକୁ ପଡ଼ିବ କିମ୍ବା ପାକିସ୍ତାନ ୨-୦ରେ ଦକ୍ଷିଣ ଆଫ୍ରିକା ଠାରୁ ଜିତିବାକୁ ହେବ।

୪- ଯଦି ଭାରତ ବର୍ଡର-ଗାଭାସ୍କର ଟ୍ରଫି ହାରି ଯାଉଛି, ତା’ହେଲେ ଦଳ WTC ଫାଇନାଲ ଖେଳିବାକୁ ବଞ୍ଚିତ ହେବ।

Border-Gavaskar Trophy WTC Final Boxing Day Test